କ’ଣ ସତରେ ଗାଁରେ ୩ ବିମାନବନ୍ଦର ନିର୍ମାଣ କରାଇବେ ଏହି ସରପଞ୍ଚ ପ୍ରାର୍ଥୀ! ସୀମା ଟପିଗଲା ନିର୍ବାଚନୀ ପ୍ରତିଶ୍ରୁତି; ଆପଣ ନିଜେ ଦେଖି ନିଅନ୍ତୁ ତାଙ୍କ ଲମ୍ବା ତାଲିକା

ଆଜିର ଯୁଗ ହେଉଛି ସୋସିଆଲ ମିଡିଆ ଯୁଗ। କିଛି ଗୋଟିଏ ଘଟଣା ଘଟିଲେ, ତାହା ତୁରନ୍ତ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଥାଏ। ବିଶ୍ୱର କୋଣ ଅନୁକୋଣରୁ ଏମିତି ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥାଏ, ଯାହାକି ଲୋକଙ୍କୁ ମନୋରଞ୍ଜନର ଖୋରାକ୍‌ ଯୋଗାଏ। ଏବେ ନିକଟରେ ସୋସିଆଲ ମିଡିଆରେ ଏମିତି ହିଁ ଏକ ଫଟୋ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଫଟୋଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। କହି ରଖୁଛୁ କି, ଭାଇରାଲ ହେଉଥିବା ଏହି ଫଟୋ ଏକ ନିର୍ବାଚନୀ ପୋଷ୍ଟରର। ଆସନ୍ତୁ ଜାଣିବା, ଏହି ପୋଷ୍ଟରରେ କ’ଣ ରହିଛି ଖାସ୍‌।

ଜଣାପଡ଼ିଛି ଯେ ଏହି ନିର୍ବାଚନୀ ପୋଷ୍ଟର ହରିୟାଣାର ସିରସାଧ ଗାଁରେ ସରପଞ୍ଚ ପଦ ପାଇଁ ନିର୍ବାଚନ ଲଢ଼ୁଥିବା ଜଣେ ପ୍ରାର୍ଥୀଙ୍କର, ଯାହାକି ଏବେ ଚର୍ଚ୍ଚାରେ ଅଛି। ଏମିତିରେ ନିର୍ବାଚନ ଆସିଲା ମାତ୍ରେ ଜନତାଙ୍କୁ ଲୁଭାଇବା ପାଇଁ ନେତା, ମନ୍ତ୍ରୀମାନେ ବିଭିନ୍ନ ପ୍ରକାରର ଲୋଭ ଦେଖାଇ ଥାଆନ୍ତି। ଭଳି କି ଭଳି ପ୍ରତିଶ୍ରୁତି ଦିଅନ୍ତି। ଏମିତି ବି ହୁଏ, ବେଳେବେଳେ ଏହି ପ୍ରତିଶ୍ରୁତିଗୁଡ଼ିକ ଆଶାଠାରୁ ଅଧିକ ହୋଇଯାଇଥାଏ। ସେହି ପ୍ରତିଶ୍ରୁତି ଗୁଡ଼ିକ ପୂରଣ ହେଉ କି ନ ହେଉ, କିନ୍ତୁ ଅନେକ ବାର କିଛି ପ୍ରତିଶ୍ରୁତିର ତାଲିକା ପ୍ରତ୍ୟେକଙ୍କର ଧ୍ୟାନ ଆକର୍ଷଣ କରିଥାଏ। ଯେମିତି କି, ନିକଟରେ ଭାଇରାଲ ହେଉଥିବା ନିର୍ବାଚନୀ ପୋଷ୍ଟରେ ଦେଖିବାକୁ ମିଳିଛି। କହିବାକୁ ଗଲେ, ଏହି ନିର୍ବାଚନୀ ପୋଷ୍ଟର ଏକ ପ୍ରକାରର ଘୋଷଣାପତ୍ର। ଆସନ୍ତୁ ଜାଣିବା ଏହା ବିଷୟରେ।

ଇଣ୍ଟରନେଟ୍‌ରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ଅଜବ ପ୍ରତିଶ୍ରୁତିର ତାଲିକା ଆଲୋଚନାର ବିଷୟ ହୋଇଛି। ସୋସିଆଲ ମିଡିଆରେ ଏହି ମାନିଫେଷ୍ଟୋକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ପୋଷ୍ଟରର ଫଟୋକୁ ଭାରତୀୟ ପୋଲିସ ସେବା (IPS) ଅଧିକାରୀ ଅରୁଣ ବୋଥ୍ରା ଗତ ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରିଛନ୍ତି। ସେ ନିଜ ଟ୍ଵିଟର ହ୍ୟାଣ୍ଡେଲରେ ଏହି ଫଟୋ ପୋଷ୍ଟ କରିଛନ୍ତି। ଭାଇରାଲ ହେଉଥିବା ଏହି ପୋଷ୍ଟରରେ ସରପଞ୍ଚ ପ୍ରାର୍ଥୀ ଜୟକରଣ ଲଠବାଲ୍‌ ନିର୍ବାଚନ ଜିତିବା ପରେ ପୂରା କରିବାକୁ ଯାଉଥିବା ପ୍ରତିଶ୍ରୁତି ଗୁଡ଼ିକର ଲମ୍ବା ତାଲିକା ସେୟାର କରିଛନ୍ତି।

କହି ରଖୁଛୁ କି, ଏହି ତାଲିକା ଜରିଆରେ ଜୟକରଣ ଲଠବାଲ୍‌ ମୋଟ ୧୩ଟି ପ୍ରତିଶ୍ରୁତି ଦେଇଛନ୍ତି, ଯେଉଁଥିରେ ଗାଁରେ ୩ ବିମାନବନ୍ଦର ନିର୍ମାଣ, ମାଗଣା ଓ୍ଵାଇଫାଇ (ଇଣ୍ଟରନେଟ୍‌), ମହିଳାମାନଙ୍କ ପାଇଁ ମାଗଣା ମେକ୍‌ଅପ କିଟ୍‌ ଆଦିର ସୁବଧା ସାମିଲ ରହିଛି। ଆସନ୍ତୁ ଜାଣିବା, ତାଙ୍କ ତାଲିକାରେ କ’ଣ କ’ଣ ରହିଛି।

-ଗାଁରେ ପ୍ରତିଦିନ ସରପଞ୍ଚଙ୍କ ଦ୍ୱାରା ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମ।

-ଗାଁରେ ୩ ବିମାନବନ୍ଦର ନିର୍ମାଣ କରାଯିବ।

-ମହିଳାମାନଙ୍କୁ ମାଗଣା ମେକ୍‌ଅପ କିଟ୍‌ ପ୍ରଦାନ କରାଯିବ।

-ସିରସାଢ଼ରେ ପେଟ୍ରୋଲ ୨୦ ଟଙ୍କା ପ୍ରତି ଲିଟର।

-ଗ୍ୟାସ୍‌ର ଦାମ୍‌ ପ୍ରତି ସିଲିଣ୍ଡର ପିଛା ୧୦୦ ଟଙ୍କା।

-ସିରସାଢ଼ରୁ ଦିଲ୍ଲୀ ପର୍ଯ୍ୟନ୍ତ ମେଟ୍ରୋ।

-ଜିଏସ୍‌ଟି ବନ୍ଦ।

-ପ୍ରତି ପରିବାରକୁ ଗୋଟିଏ ଲେଖାଏ ବାଇକ୍‌ ମାଗଣା।

-ମାଗଣା ଓ୍ଵାଇଫାଇ ସୁବିଧା।

-ନିଶାଡ଼ିମାନଙ୍କୁ ଦୈନିକ ଗୋଟିଏ ବୋତଲ ମଦ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.