ଆଜିଠୁ ଓଡ଼ିଶାର ବଢ଼ିବ ବର୍ଷା ଓ ପବନ, ସମସ୍ତ ବନ୍ଦର ପାଇଁ ୩ ନମ୍ବର ବିପଦ ସଙ୍କେତ ଜାରି

ଭୁବନେଶ୍ୱର(କେନ୍ୟୁଜ୍): ଓଡ଼ିଶାକୁ ନାହିଁ ବାତ୍ୟା ବିପଦ । କିନ୍ତୁ ଆଜିଠୁ ଓଡ଼ିଶାର ବର୍ଷା ଓ ପବନ ବଢ଼ିବ । ସମସ୍ତ ବନ୍ଦର ପାଇଁ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଓଡ଼ିଶା ଉପକୂଳରେ ଆଜି ପବନର ବେଗ ୪୦ରୁ ୫୦ କିଲୋମିଟର ଓ ସର୍ବାଧିକ ୬୦ କିଲୋମିଟର ରହିପାରେ । ସନ୍ଧ୍ୟାରେ ପବନର ବେଗ ବଢ଼ି ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ଓ ସ୍ଥଳ ବିଶେଷରେ ବଢ଼ି ୭୦ କିଲୋମିଟର ଛୁଇଁପାରେ ।

ଆସନ୍ତାକାଲି ବାଲେଶ୍ୱର ଜିଲ୍ଲା ଉପକୂଳରେ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ଓ ଝଟକା ପବନ ୬୫ କିଲୋମିଟ ରହିବ । ଉତ୍ତର ଓଡ଼ିଶାର ବାକି ଜିଲ୍ଲାରେ ୫୦ରୁ ୫୦ କିଲୋମିଟର ଓ ସ୍ଥଳ ବିଶେଷରେ ସର୍ବାଧିକ ୬୦ କିଲୋମିଟର ବେଗରେ ବହିପାରେ ପବନ । ସେହିପରି ଆଜି ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଉତ୍ତର ଓଡ଼ିଶା ଉପକୂଳରେ ଅଧିକ ରହିବ ବର୍ଷା ପରିମାଣ । ପ୍ରବଳ ବର୍ଷା ପାଇଁ ଆଜି ୬ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ସେପଟେ ଦେଶରୁ ବିଦାୟ ନେଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଜି ପରେ ରାଜ୍ୟରେ ଥଣ୍ଡା ପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.