ରାଷ୍ଟ୍ରପତିଙ୍କ ପ୍ରତି ନିନ୍ଦନୀୟ ମନ୍ତବ୍ୟକୁ ନେଇ ରାସ୍ତାରୋକ କଲେ ଆଦିବାସୀ ସମାଜର ଲୋକେ, ପଶ୍ଚିମବଙ୍ଗରେ ରୋକିଲେ ମନ୍ତ୍ରୀଙ୍କ ଗାଡି

ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କ ପ୍ରତି ବିବାଦୀୟ ଏବଂ ନିନ୍ଦନୀୟ ମନ୍ତବ୍ୟ ଦେଇଥିଲେ ତୃଣମୂଳ କଂଗ୍ରେସ ମନ୍ତ୍ରୀ ଅଖିଳ ଗିରି। ଅଖିତ ଗିରିଙ୍କ ଏପରି ବୟାନକୁ ନେଇ ଦେଶବ୍ୟାପୀ ତୀବ୍ର ବିରୋଧ କରାଯାଇଥିଲା। କଡା ବିରୋଧ ପରେ ମନ୍ତ୍ରୀ ଅଖିଳ ଗିରି ଏହାକୁ ନେଇ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ। ହେଲେ ଏବେ ଏହାକୁ ବିରୋଧ କରି ଆଦିବାସୀ ସମାଜର ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି । ଆଦିବାସୀ ସମାଜର ଲୋକେ ରାସ୍ତାରୋକ କରିଛନ୍ତି ।

ଆଜି ସକାଳୁ ଅଖିଳ ଗିରିଙ୍କ ବିରୋଧରେ ଅନେକ ଆଦିବାସୀ ସମିତିର ସମର୍ଥନ ଖଟଡା, ବାକୁଣ୍ଡା ରାସ୍ତାରୋକ କରିଛନ୍ତି। ଏମାନେ ପଶ୍ଚିମବଙ୍ଗରେ ମନ୍ତ୍ରୀ ଜ୍ୟୋତ୍ସ୍ନା ମଣ୍ଡିଙ୍କ କାରକୁ ଅଟକାଇ ଜୋରଦାର ପ୍ରଦର୍ଶନ କରିଛନ୍ତି ।

ଅଖିଳ ଗିରିଙ୍କ ବିରୋଧରେ ଭିନ୍ନ ଭିନ୍ନ ମାମଲା ରୁଜୁ ହେଉଛି। ଆଜି ସକାଳେ ବିଜେପି ସାଂସଦ ଲକେଟ ଚାଟାର୍ଜୀ ଗିରିଙ୍କ ନାମରେ ଦିଲ୍ଲୀର ନର୍ଥ ଆଭେନ୍ୟୁ ପୋଲିସ ଷ୍ଟେସନରେ ମାମଲା ଦାଏର କରିଛନ୍ତି । ଏହାପୂର୍ବରୁ ବିଜେପି ତୃଣମୂଳ କଂଗ୍ରେସ ନେତା ଅଖିତଳ ଗିରିଙ୍କ ବିରୋଧରେ ମାଲଦା, ହବ୍ଦିପୁରରେ ମାମଲା ଦାଏର କରିଥିଲା।

ସୂଚନାଯୋଗ୍ୟ, ନନ୍ଦିଗ୍ରାମରେ ଏକ ରାଲିକୁ ସମ୍ବୋଧିତ କରି ଟିଏମସି ନେତା ଅଖିଳ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ବିବାଦୀୟ ଏବଂ ନିନ୍ଦନୀୟ ମନ୍ତବ୍ୟ ଦେଇଥିଲେ।ଲୋକଙ୍କୁ ‘ରାଷ୍ଟ୍ରପତି କେମିତି ଦେଖାଯାଉଛନ୍ତି ବୋଲି ପଚାରିଥିଲେ ଅଖିଳ ଗିରି ।

ଅଖିଳ ଗିରିଙ୍କ ଭିଡିଓ ଭାଇରଲ ହେବା ପରେ ସାରା ଦେଶରେ ତାଙ୍କୁ ନିନ୍ଦା କରାଯାଇଥିଲା । ଏନେଇ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମନ୍ତ୍ରୀଙ୍କୁ ବରଖାସ୍ତ କରିବା ପାଇଁ ଦାବି କରିଛନ୍ତି। ତେବେ ଏହି ମାମଲାରେ ତୃଣମୂଳ କଂଗ୍ରେସ ନିଜକୁ ଦୂରେଇ ରଖିଥିଲା। ଦଳର ମୁଖପାତ୍ର ସଙ୍କେତ ଗୋଖେଲ କହିଥିଲେ ଯେ, ଏହା ଏକ ହାୟିତ୍ୱହୀନ ମନ୍ତବ୍ୟ । ଏହା କେବେ ବି ଦଳର ବୟାନ ହୋଇନପାରେ।

ବିବାଦ ପରେ ନିଜ ନିନ୍ଦନୀୟ ମନ୍ତବ୍ୟ ପ୍ରସଙ୍ଗରେ ସଫେଇ ରଖିଥିଲେ ମନ୍ତ୍ରୀ ଅଖିଳ ଗିରି । ସେ କହିଛନ୍ତି, ମୁଁ ରାଷ୍ଟ୍ରପତିଙ୍କୁ ଅସମ୍ମାନ କରିନାହିଁ । ଉଦାହରଣ ଛଳରେ ଏପରି କହିଥିଲି । ରାଷ୍ଟ୍ରପତି ଓ ଦେଶର ସମ୍ବିଧାନକୁ ସମ୍ମାନ କରେ । ବିଜେପି ଏହାର ରାଜନୈତିକ ଫାଇଦା ନେବାକୁ ଚାହୁଁଛି । ‘ବିଜେପିର ମନ୍ତବ୍ୟକୁ ନେଇ ମୁଁ ଅନୁତପ୍ତ ନୁହେଁ ବୋଲି ଅଖିଳ ଗିରି ସ୍ପଷ୍ଟ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.