ବିବାହ ବିଚ୍ଛେଦ ଚର୍ଚ୍ଚା ଭିତରେ ସାନିଆ-ସୋଏବଙ୍କ ବଡ ଘୋଷଣା: ଏକାଠି କରିବେ ଟକ୍ ସୋ’, ଖୁବ୍ ଶୀଘ୍ର ହେବ ପ୍ରସାରିତ

ଭାରତୀୟ ଟେନିସ୍ ଷ୍ଟାର୍ ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟର ସୋଏବ ମଲିକ। ବେଶ୍ କିଛି ଦିନ ହେବ ଉଭୟଙ୍କ ଛାଡପତ୍ରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଦୁହେଁ ପରସ୍ପର ଠାରୁ ଅଲଗା ହୋଇଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ଭିତରେ ଦୁହେଁ ଏକ ବଡ ଘୋଷଣା କରିଛନ୍ତି । ଦୁହେଁ ଖୁବଶୀଘ୍ର ଏକ ଟକ୍ ସୋ’ରେ ନଜର ଆସିବେ । ତେବେ ଏନେଇ ସାନିଆ ଆଉ ସୋଏବ ହିଁ ଘୋଷଣା କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଟେନିସ୍ ସେନ୍ସେସ୍ ସାନିଆ ଏବଂ ତାଙ୍କ ସ୍ୱାମୀ ସୋଏବ ମଲିକ୍ ଏକାଠି ନଜର ଆସିବେ ବୋଲି କହିଛନ୍ତି। ସେ ତାଙ୍କ ସୋ’ର ନାମ ମଧ୍ୟ ପ୍ରକାଶ କରିଛନ୍ତି। ଏହି ନୂତନ କାର୍ଯ୍ୟକ୍ରମର ନାମ ହେଉଛି ‘ମିର୍ଜା ମଲିକ୍ ସୋ’। ଯାହାର ପୋଷ୍ଟର ଏବେ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଟିଭି ସୋ ଏକ ପାକିସ୍ତାନୀ ଚ୍ୟାନେଲରେ ପ୍ରସାରିତ ହେବ ।

କିଛି ଦିନ ହେବ ସାନିଆ ଏବଂ ସୋଏବଙ୍କ ବିବାହ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ପାକିସ୍ତାନୀ ଗଣମାଧ୍ୟରେ ଖବର ପ୍ରକାଶ ପାଇଥିଲା। ଆଉ ଏହି ଖବର ସୀମା ଡେଇଁ ଭାରତରେ ମଧ୍ୟ ପହଞ୍ଚିଥିଲା। ଏପରିକି ସୋଏବ ସାନିଆଙ୍କୁ ଧୋକା ଦେଇଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା। ଦୁହିଁଙ୍କ ବିବାହ ବିଚ୍ଛେଦ ପାଇଁ ଜଣେ ପାକିସ୍ତାନୀ ଅଭିନେତ୍ରୀଙ୍କୁ ଦାୟୀ କରାଯାଇଥିଲା। ତେବେ ଏନେଇ ସାନିଆ ଓ ସୋଏବଙ୍କ ପକ୍ଷରୁ କିନ୍ତୁ କୌଣସି ଅଫିସିଆଲ୍ ଘୋଷଣା କରାଯାଇନଥିଲା। ଏହାରି ଭିତରେ ଦୁହେଁ ଏକାଠି ଶୋ’ ହୋଷ୍ଟ କରିବା ନେଇ ଖବର ସାମ୍ନାକୁ ଆସିଛି।

 

View this post on Instagram

 

A post shared by UrduFlix (@urduflixofficial)

ଶୋଏବ ମଲିକଙ୍କ ନାମ ମଡେଲ ଆୟଶା ଉମରଙ୍କ ସହ ଯୋଡ଼ା ଯାଇଥିଲା। ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଶୋଏବ ଏବଂ ଆୟଶା ଉମର ପରସ୍ପରକୁ ଡେଟ କରୁଛନ୍ତି। ଏହି କାରଣରୁ ସାନିଆ ଏବଂ ସୋଏବଙ୍କ ମଧ୍ୟରେ ତଲାକ୍ ହୋଇପାରେ ବୋଲି କୁହାଯାଉଥିଲା । କିନ୍ତୁ ବର୍ତ୍ତମାନ ନୂଆ ସୋ ଘୋଷଣା ହେବା ପରେ ପ୍ରଶଂସକଙ୍କ ମଧ୍ୟରେ ସନ୍ଦେହ ବଢି ଚାଲିଛି କି ପ୍ରକୃତରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଛି କି? କିମ୍ବା ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ଅଛି ? ନା ଏପରି ଖବରକୁ ଗଣମାଧ୍ୟମରେ ପ୍ରସାର କରି ଲୋକ ମାନଙ୍କୁ ଭୁଆଁ ବୁଲାଉଛନ୍ତି ? ଏ ସବୁ ପ୍ରଶ୍ନର ଉତ୍ତର ବୋଧହୁଏ କେବଳ ଟକ୍ ସୋ ଆସିବା ପରେ ମିଳିପାରିବ।

ସୂଚନା ମୁତାବକ ହାଇଦ୍ରାବାଦରେ ଆୟୋଜିତ ଏକ ପାରମ୍ପାରିକ ସମାରୋହରେ ସୋଏବ ମଲିକ ଏବଂ ସାନିଆ ମିର୍ଜା ୧୨ ଏପ୍ରିଲ ୨୦୧୦ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସୋଏବ ମଲିକଙ୍କୁ ବିବାହ କରିଥିବାରୁ ସାନିଆଙ୍କୁ ସାରା ଦେଶରେ ବିରୋଧ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.