ଇସ୍ତାନବୁଲରେ ବୋମା ବିସ୍ଫୋରଣ; ଜଣେ ଗିରଫ, ୬ ମୃତ, ୮୧ ଆହତ

ତୁର୍କୀର ଇସ୍ତାନବୁଲରେ ଭୟଙ୍କର ବିସ୍ଫୋରଣରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮୧ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ପୋଲିସ ଜଣେ ସନ୍ଦିଗ୍ଧକୁ ଗିରଫ କରିଛି। ବିସ୍ଫୋରଣର ଶବ୍ଦ ଏତେ ଭୟଙ୍କର ଥିଲା ଯେ ଲୋକେ ଭୟଭୀତ ହୋଇ ଏଣେତେଣ ଦୌଡ଼ିଥିଲେ । ବିସ୍ଫୋରଣ ପରେ ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ବିସ୍ଫୋରଣର କାରଣ ବର୍ତ୍ତମାନ ଯାଏ ଅସ୍ଫଷ୍ଟ ରହିଥିବା ସେଠାକାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ଏହି ବୋମା ବିସ୍ଫୋରଣ ପଛରେ କୁର୍ଦିସ୍ତାନ ଓ୍ଵାର୍କର୍ସ ପାର୍ଟିର ହାତ ରହିଛି ବୋଲି ଅନୁମାନ କରାଯାଇଛି।

ରବିବାର ରାତିରେଇସତିକଲାଲ୍ ଷ୍ଟ୍ରିଟ୍ ସପିଙ୍ଗଠାରେ ଏହି ବିସ୍ଫୋରଣ ହୋଇଥିଲା। ଘଟଣା ସ୍ଥଳରେ ୪ ଜଣ ମରିଥିବା ବେଳେ ହସପିଟାଲରେ ଅନ୍ୟ ୨ ଜଣ ମୃତ୍ୟୁବରଣ କରିଥିଲେ। ଅନ୍ୟ ୮୧ ଆହତଙ୍କୁ ହସପିଟାଲରେ ଚିକିତ୍ସା କରାଯାଉଛି। ବିସ୍ଫୋରଣ ପରେ ଘଟଣାସ୍ଥଳରେ ସୁରକ୍ଷାବାହିନୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂତ୍ର ଅନୁଯାୟୀ, ଏହି ବିସ୍ଫୋରଣରେ ୩ ଜଣ ଲୋକ ସାମିଲ ରହିଛନ୍ତି। ଯେଉଁଥିରେ ଜଣେ ମହିଳା ଏବଂ ୨ ଜଣ ଯୁବକ ରହିଛନ୍ତି। ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଥିବା ସିସିଟିଭ ଫୁଟେଜ ପୋଲିସ ଖୋଜୁଛି। ଏହି ଭିଡିଓରେ ଦେଖିବାକୁ ମିଳିଛି, ଜଣେ ସନ୍ଦିଗ୍ଧ ମହିଳା କାନ୍ଧରେ ବ୍ୟାଗ୍‌ ପକାଇଥିବା ବେଳେ ଘରେ ଭିତରେ ବ୍ୟାଗ୍‌ ପକାଇ ଆସୁଛନ୍ତି। କିଛି ସମୟ ପରେ ସେଠାରେ ଭୟଙ୍କର ବିସ୍ଫୋରଣ ହେଉଛି। କୁହାଯାଉଛି, ସେହି ବ୍ୟାଗରେ ବୋମା ଥିଲା। ଏପରି ସ୍ଥଳେ ତୁର୍କୀର ଉପରାଷ୍ଟ୍ରପତି ଫୁଆତ ଆକଟେ ବିସ୍ଫୋରଣରେ ଆତଙ୍କବାଦୀ ହାତ ଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.