ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷର ବିଜୟ! କୋର୍ଟ ମୁସଲମାନ ପକ୍ଷର ପିଟିସନକୁ କରିଦେଲେ ଖାରଜ
ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷର ପିଟିସନକୁ ଶୁଣାଣି ଯୋଗ୍ୟ ମାନିଛନ୍ତି ବାରାଣସୀ କୋର୍ଟ। ଅଦାଲତଙ୍କ ନିଷ୍ପତ୍ତିରୁ ମୁସଲମାନ ପକ୍ଷକୁ ଝଟକା ଲାଗିଛି। କାହିଁକି ନା, କୋର୍ଟ ତାଙ୍କ ପିଟିସନକୁ ଖାରଜ କରି ଦେଇଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ଉପରେ ହିନ୍ଦୁ ପକ୍ଷ କହିଛନ୍ତି ଯେ ଆମ ଅଧିକାରରେ ନିଷ୍ପତ୍ତି ରହିଛି, ଏହା ଆମର ବିଜୟ।
ପିଟିସନରେ ହିନ୍ଦୁ ପକ୍ଷ ନିବେଦନ କରିଥିଲେ କି, ଜ୍ୟୋତିର୍ଲିଙ୍ଗର ପୂଜା ତତ୍କାଳ ରୂପେ ଆରମ୍ଭ କରାଯାଉ ଏବଂ ପରିସରକୁ ହିନ୍ଦୁମାନଙ୍କୁ ହସ୍ତାନ୍ତର କରି ଦିଆଯାଉ। ସିନିୟର ଡିଭିଜନ ସିଭିଲ୍ ଜଜ୍ (ଫାଷ୍ଟ୍ ଟ୍ରାକ୍ କୋର୍ଟ) ମହେନ୍ଦ୍ର କୁମାର ପାଣ୍ଡେଙ୍କ ଦ୍ୱାରା ଗଠିତ ଅଦାଲତ କହିଛନ୍ତି, ଏହି ପିଟିସନ ଶୁଣାଣି ଯୋଗ୍ୟ। କୋର୍ଟ ଶୁଣାଣିର ପରବର୍ତ୍ତୀ ତାରିଖ ୨ ଡିସେମ୍ବର ଧାର୍ଯ୍ୟ କରିଛନ୍ତି।