ମାତ୍ର ୧୫ ମିନିଟରେ ବନାନ୍ତୁ ସ୍ୱାଦିଷ୍ଟ ବ୍ରେଡ ରସମଲାଇ

ରସମଲାଇ ସବୁ ଭାରତୀୟଙ୍କୁ ମିଷ୍ଠାନ ଭାବେ ବହୁତ ପସନ୍ଦ ଆସିଥାଏ। ଏହାର ନାମରୁ ହିଁ ରସ ଏବଂ ମଲାଇ ରହିଛି। ଏହି ଭାରତୀୟ ମିଠା ବ୍ୟଞ୍ଜନର ଟେକ୍ସଚର ଜୁସି ଏବଂ କ୍ରିମୀ ହୋଇଥାଏ। ତେବେ ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ବ୍ରାଉନ୍‌ ବ୍ରେଡ – ୪ଟି
୨ ଛୋଟ ଚାମଚ ମିଲ୍କ ପାଉଡର
୪ ବଡ ଚାମଚ ଫୁଲ କ୍ରୀମ ମିଲ୍କ
୩/୪ କପ୍‌ ଗାଢ଼ କ୍ଷୀର
ଆବଶ୍ୟକ ଅନୁସାରେ ଅଳେଇଚ
ଆବଶ୍ୟକ ଅନୁସାରେ ବାଦାମ୍‌
ଆବଶ୍ୟକ ଅନୁସାରେ ପିସ୍ତା
କେସର

ପ୍ରସ୍ତୁତି ପ୍ରଣାଳୀ

  1. ସର୍ବପ୍ରଥମେ ସାଣ୍ଡଓ୍ଵିଚ ବ୍ରେଡ ନିଅନ୍ତୁ। ଏହାର ଚାରି ଆଡକୁ କାଟି ବାହାର କରିଦିଅନ୍ତୁ ଏବଂ ବ୍ର୍ରେଡକୁ କାଟିବା ସମୟରେ ଏହାକୁ ଗୋଲ ସେପର କାଟି ଦିଅନ୍ତୁ।
  2. ଏକ ପ୍ୟାନରେ କ୍ଷୀର ନିଅନ୍ତୁ ଏବଂ ତାକୁ ଭଲଭାବେ ଫୁଟାନ୍ତୁ। ଫୁଟାଇବା ସମୟରେ ଲଗାତର ଚାମଚ ଚଲାନ୍ତୁ, ଯେମିତି କ୍ଷୀର ପ୍ୟାନ୍‌ ତଳେ ଲାଗିବନି। ଏହାକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ଏହାର ପରିମାଣ ନକମିଛି।
  3. ଏବେ ଗାଢ଼ କ୍ଷୀରରେ ମିଲ୍କ ପାଉଡର ପକାଇ ଭଲଭାବେ ମିଶାନ୍ତୁ। ମିଲ୍କ ପାଉଡରକୁ ମିଲାଇବା ସମୟରେ ଗ୍ୟାସର ଫ୍ଲେମକୁ ଧୀମା କରି ଆଞ୍ଚରେ ରଖନ୍ତୁ। ଏବେ ଏହି ମିକ୍ସଚରକୁ ୨ ରୁ ୩ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ। ଏହାପରେ ଏଥିରେ କଣ୍ଡେସ ମିଲ୍କ ପକାନ୍ତୁ ଏବଂ ଏହାକୁ ଭଲଭାବେ ମିକ୍ସ କରିଦିଅନ୍ତୁ।
  4. ଏବେ ଏହି ମିଶ୍ରଣରେ କେସର, ଅଳେଇଚ ପାଉଡର, ଛୋଟ ଖଟା ବାଦାମ୍‌ ଏବଂ ପିସ୍ତା ପକାଇ ପ୍ୟାନରେ ହିଁ ଏହାକୁ ଭଲଭାବେ ମିଶାଇ ଦିଅନ୍ତୁ। ଏହି ସମସ୍ତ ସାମଗ୍ରୀକୁ ପକାଇବା ପରେ ସମସ୍ତ ମିଶ୍ରଣକୁ ୪ ରୁ ୫ ମିନିଟ୍‌ ପର୍ଯ୍ୟନ୍ତ ହାଇ ଫ୍ଲେମରେ ଫୁଟାନ୍ତୁ। ଯେତେ ପର୍ଯ୍ୟନ୍ତ ମିଶ୍ରଣ ଗାଢ଼ ନହୋଇଛି।
  5. ଏବେ କଟା ହୋଇଥିବା ବ୍ରେଡକୁ ସର୍ଭିଙ୍ଗ ପ୍ଲେଟରେ ରଖନ୍ତୁ ଏବଂ କଣ୍ଡେସ ମିଲ୍କ, ଅଳେଇଚ ପାଉଡର, ଛୋଟ କଟା ହୋଇଥିବା ବାଦାମ, ପିସ୍ତା ଦ୍ୱାରା ପ୍ରସ୍ତୁତ ହୋଇଥିବା ମିଶ୍ରଣକୁ ଏହା ଉପରେ ପକାନ୍ତୁ। ଏବେ ଆପଣଙ୍କ ବ୍ରେଡ ରସମଲାଇ ପ୍ରସ୍ତୁତ ହୋଇଯାଇଛି। ଆପଣ ନିଜ ଇଚ୍ଛା ଅନୁସାରେ ଗରମା ଗରମ କିମ୍ବା ଥଣ୍ଡା ହେବା ପରେ ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.