ମହିଳାଙ୍କୁ ସଂଜ୍ଞାହୀନ କରି ଘରେ ବୁଲାଇଲେ କଳାକନା, ଲୁଟିନେଲେ ଦେଢ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର

ଉଦଳା (କେନ୍ୟୁଜ୍):ସଂଜ୍ଞାହୀନ କରି ଲୁଟିନେଲେ। ମହିଳାଙ୍କୁ ବେହୋସ୍‌ କରି ଘରେ ବୁଲାଇଲେ କଳାକନା। ଲୁଟିନେଲେ ଦେଢ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର। ଉଦଳା ଥାନା NAC ୧୧ ନମ୍ବର ୱାର୍ଡର ମାନସ ଜେନାଙ୍କ ଘରୁ ଲୁଟ୍‌ ହୋଇଛି। ମାନସଙ୍କ ସ୍ତ୍ରୀ ମାନସୀ ଜେନା ଗତକାଲି ରାତିରେ ଘରୁ ବାହାରକୁ ଆସିଥିଲେ।

ଏହି ସମୟରେ କେହି ଦୁର୍ବୃତ୍ତ ହତାଠ୍‌ ତାଙ୍କ ପଛରୁ ଆସି ମୁହଁକୁ ରୁମାଲରେ ଚାପି ଧରିଥିଲେ। ଏହାପରେ ମାନସୀ ସଜ୍ଞାହୀନ ହୋଇ ପଡିଥିଲେ। ଏହାପରେ ଦୁର୍ବୃତ୍ତମାନେ ଘରେ ପଶି ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିଲେ। ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.