ହାଡ଼ ଭଙ୍ଗା ଶୀତରେ ଥରୁଛି ମୟୁରଭଞ୍ଜ ଜିଲ୍ଲା: ଉପର ବାରା କାମୁଡାରେ ୫ ଡିଗ୍ରୀ ଥିବାବେଳେ, ନଅଣାରେ ୭ ଡିଗ୍ରୀ ତାପମାତ୍ରା ରେକର୍ଡ

କରଞ୍ଜିଆ(କେନ୍ୟୁଜ୍): କିଛି ଦିନ ହେବ ମୟୁରଭଞ୍ଜ ଜିଲ୍ଲାରେ ବଢିବାରେ ଲାଗିଛି ଶୀତ। ହାଡ଼ ଭଙ୍ଗା ଶୀତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଇପଡିଛି । ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେଉଛି । ସକାଳୁ ଏବଂ ସନ୍ଧ୍ୟା ୮ ପରେ ରାସ୍ତାଘାଟ ଶୂନଶାନ୍ ହେଇଯାଉଛି ।

ଆଜି ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଉପର ବାରା କାମୁଡାରେ ୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ନଅଣାରେ ତାପମାତ୍ରା ୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଜି ବିଭିନ୍ନ ସ୍ଥାନରେ ୧୦ ଡିଗ୍ରୀ ତଳେ ତାପମାତ୍ରା ରେକର୍ଡ କରାଯାଇଛି ।

ଶୀତ ଦାଉରୁ ରକ୍ଷା ପାଇବା ପାଇଁ ସକାଳ ଏବଂ ସନ୍ଧ୍ୟାରେ ଘଣ୍ଟା ଘଣ୍ଟା ଧରି ନିଆଁ ଜାଳି ବସି ରହୁଛନ୍ତି ଲୋକମାନେ । ମୟୁରଭଞ୍ଜ ଜିଲ୍ଲାରେ କିଛି ଦିନ ହେବ ଶୀତ ସହିତ ପ୍ରବଳ କୁହୁଡି ପଡୁଛି । ପ୍ରବଳ କୁହୁଡି ପଡ଼ିଥିବାରୁ ସକାଳୁ ସକାଳୁ ଗାଡି ଚଳାଇବା କଷ୍ଟ ର ହେଇପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.