ଏବେ ଜେଲ୍‌ରୁ ବାହାରିବାକୁ ଚାହୁଁ ନାହାନ୍ତି ଶ୍ରଦ୍ଧା ହତ୍ୟାର ଅଭିଯୁକ୍ତ; ଜାମିନ ଆବେଦନ ପ୍ରତ୍ୟାହାର କରିନେଲେ ଆଫ୍‌ତାବ

ଶ୍ରଦ୍ଧା ହତ୍ୟା ମାମଲାର ଅଭିଯୁକ୍ତ ଆଫ୍‌ତାବ ଅମିନ ପୁନାୱାଲା ସାକେତ କୋର୍ଟରୁ ନିଜର ଜାମିନ ଆବେଦନ ପ୍ରତ୍ୟାହାର କରି ନେଇଛନ୍ତି। ଆଫ୍‌ତାବଙ୍କ ଜାମିନ ଆବେଦନ ଉପରେ ଶୁଣାଣି ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଥିଲା। ତାଙ୍କ ଓକିଲ ପହଞ୍ଚି ନ ଥିବାରୁ କୋର୍ଟ ପୂର୍ବାହ୍ନ ୧୧ଟାର ସମୟ ଦେଇଥିଲେ। ଏହାପୂର୍ବରୁ ଡିସେମ୍ବର ୧୭ରେ ସାକେତ କୋର୍ଟର ଅତିରିକ୍ତ ଅଧିବେଶନ ଜଜ୍‌ ବୃନ୍ଦା କୁମାରୀଙ୍କ ନିକଟରେ ଆଫ୍‌ତାବଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ହାଜର କରାଯାଇଥିଲା।

ଆଫ୍‌ତାବ କୋର୍ଟରେ କହିଥିଲେ କି, ସେ ଜାମିନ ଆବେଦନ କରିବାକୁ ଚାହୁଁ ନାହାଁନ୍ତି। କହି ରଖୁଛୁ, ଆଫ୍‌ତାବଙ୍କ ଜାମିନ ଆବେଦନ ତାଙ୍କ ଓକିଲଙ୍କ ତରଫରୁ ଦାଏର କରାଯାଇଥିଲା, ଯାହାକୁ ନେଇ କୋର୍ଟ କହିଥିଲେ କି, ଏଥିପାଇଁ ପ୍ରଥମେ ଆଫ୍‌ତାବଙ୍କ ସମ୍ମତି ଆବଶ୍ୟକ। ନିଜ ଓକିଲଙ୍କ ସହ କଥା ହେବା ପରେ ଆଫ୍‌ତାବ ଜାମିନ ଆବେଦନ ପ୍ରତ୍ୟାହାର କରି ନେଇଥିଲେ। ଏହାପରେ କୋର୍ଟ ଆବେଦନ ପ୍ରତ୍ୟାହାର କରିବାକୁ ଅନୁମତି ଦେଇଥିଲେ ଏବଂ ମାମଲାର ଶୁଣାଣିକୁ ଖାରଜ କରି ଦେଇଥିଲେ।

ସେପଟେ ଦିଲ୍ଲୀ ପୋଲିସ ସାକେତ କୋର୍ଟରେ ଆବେଦନ ଦାଖଲ କରି ଆଫ୍‌ତାବ ପୁନାଓ୍ଵାଲାଙ୍କ ଭଏସ୍ ନମୁନା ନେବାକୁ ଅନୁମତି ମାଗିଛି। କୋର୍ଟ ଦିଲ୍ଲୀ ପୋଲିସର ଆବେଦନ ଉପରେ ଆସନ୍ତାକାଲି ଶୁଣାଣି କରିପାରନ୍ତି।

କହି ରଖୁଛୁ ଯେ ନିଜ ପ୍ରେମିକା ଶ୍ରଦ୍ଧା ୱାକରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୁକ୍ତ ଆଫ୍‌ତାବ ୧୭ ଡିସେମ୍ବର ଶୁଣାଣି ସମୟରେ କୋର୍ଟଙ୍କୁ କହିଥିଲେ କି, ସେ ଜାମିନ ଆବେଦନ ବିଷୟରେ କିଛି ଜାଣି ନାହାଁନ୍ତି। ସେ କେବଳ ଦସ୍ତାବିଜ୍‌ଗୁଡ଼ିକରେ ସ୍ୱାକ୍ଷର କରିଥିଲେ। ଜାମିନ ଆବେଦନ ଦାଖଲ ବିଷୟରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.