ରାଶି ହିସାବରେ ଜାଣନ୍ତୁ ପର୍ସରେ କାହାର ଫଟୋ ରଖିଲେ ହୋଇଥାଏ ଶୁଭ !

ଅଧିକାଂଶ ଲୋକ ନିଜ ପର୍ସରେ ଫଟୋ ରଖିବାକୁ ପସନ୍ଦ କରିଥାନ୍ତି। ଆଉ କିଛି ଲୋକ ପର୍ସରେ ନିଜ ବାପା-ମା’ଙ୍କ ଫଟୋ ରଖିବାକୁ ପସନ୍ଦ କରିଥାନ୍ତି। କିଛି ଲୋକ ଭଗବାନଙ୍କର ଫଟୋ ରଖିଥାନ୍ତି ତ ଆଉ କେହି ପ୍ରାକୃତିକ ଛବିର ଫଟୋ ରଖିଥାନ୍ତି। ଏହା ସହିତ କିଛି ଲୋକ ପର୍ସରେ ସେଲିବ୍ରିଟୀ ମାନଙ୍କର ଫଟୋ ରଖିବାକୁ ପସନ୍ଦ କରିଥାନ୍ତି। କିନ୍ତୁ କଣ ଆପଣ ଜାଣନ୍ତି କେଉଁ ଫଟୋ ଆପଣଙ୍କ ପାଇଁ ଶୁଭ ହୋଇଥାଏ। ପର୍ସରେ କେଉଁ ଫଟୋକୁ ରଖିବା ଦ୍ବାରା ଆପଣରଙ୍କ ଭଲ ହେବ ? ଯଦି ଜାଣି ନାହାନ୍ତି ତେବେ ଆମେ ଆପଣଙ୍କୁ ଜଣାଇବୁ ରାଶି ହିସାବରେ ପର୍ସରେ କାହାର ଫଟୋ ରଖିବା ଆବଶ୍ୟକ।

ମେଷ : ଏହି ରାଶିର ବ୍ୟକ୍ତି ନିଜ ପର୍ସରେ ଉଦୟ ହେଉଥିବା ସୂର‌୍ୟ୍ୟଙ୍କର ଫଟୋ ରଖିବା ଉଚିତ୍।

ବୃଷ : କୁହାଯାଏ ଯେ ଏହି ରାଶିର ବ୍ୟକ୍ତିଙ୍କଚ ନିଜ ପର୍ସରେ ଭଗବାନ ଶିବଙ୍କର ଫଟୋ ରିଖିବା ଆବଶ୍ୟକ।

ମିଥୁନ : ଏହି ରାଶିର ବ୍ୟକ୍ତିଙ୍କୁ ନିଜ ପର୍ସରେ ନିଜ ବାପା-ମା’ଙ୍କ ଫଟୋ ରଖିବା ଆବଶ୍ୟକ।

purseକର୍କଟ : ଫୁଲର ଫଟୋ ରଖିବା ଏହି ରାଶିଙ୍କ ପାଇଁ ଶୁଭ ହୋଇଥାଏ।

ସିଂହ : ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ନିଜ ପର୍ସରେ ଭଗବାନ କ୍ରୁଷ୍ଣଙ୍କର ଫଟୋ ରଖିବା ପାଇଁ କୁହାଯାଏ।

କନ୍ୟା : କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ବହୁଥିବା ପାଣିର ଫଟୋ ରଖିବା ଉଚିତ୍।

ତୁଳା : ଏହି ରାଶିର ବ୍ୟକ୍ତିଙ୍କୁ ନିଜ ପର୍ସରେ ରାଧା-କ୍ରୁଷ୍ଣ ଫଟୋ ରଖିବା ପାଇଁ ପରାମର୍ଶ ଦିଆଯାଇଥାଏ।

ବିଛା : ଏହି ରାଶିର ବ୍ୟକ୍ତିଙ୍କ ପାଇଁ ନିଜ ପର୍ସରେ ଶିବ ପରିବାରଙ୍କର ଫଟୋ ରଖିବା ପାଇଁ କୁହାଯାଏ।

ଧନୁ : ଏହି ରାଶିର ବ୍ୟକ୍ତି ପର୍ସରେ ଲକ୍ଷ୍ମୀଙ୍କର ଫଟୋ ରଖିବା ଦ୍ବାରା ଶୁଭ ହୋଇଥାଏ।

ମକର : କୁହାଯାଏ ଯେ ମକର ରାଶିର ବ୍ୟକ୍ତିଙ୍କୁ ନିଜ ପର୍ସରେ ପତି-ପତ୍ନୀଙ୍କର ଫଟୋ ରଖିବା ଆବଶ୍ୟକ।

କୁମ୍ଭ : କୁମ୍ଭ ରାଶିର ବ୍ୟକ୍ତି ନିଜ ପର୍ସରେ ନିଜ ଗୁରୁଙ୍କର ଫଟୋ ରଖିବା ପାଇଁ ପରାମର୍ଶ ଦିଆଯାଇଥାଏ।

ମୀନ : ଏହି ରାଶିର ବ୍ୟକ୍ତି ପର୍ସରେ ଚନ୍ଦ୍ରମାଙ୍କର ଫଟୋ ରଖିବା ଶୁଭ ବୋଲି ଧରାଯାଏ।

Leave A Reply

Your email address will not be published.