ଭୁବନେଶ୍ୱର (କେନ୍ୟୁଜ): ବିଶ୍ୱକପ୍ ହକି ଟୁର୍ଣ୍ଣାମେଣ୍ଟକୁ ଆଉ ୫ଦିନ ବାକି। ଗୋଟିଏ ପରେ ଗୋଟିଏ ଦଳ ଆସି ଭୁବନେଶ୍ୱରର ଓ ରାଉରକେଲାରେ ପହଞ୍ଚୁଛନ୍ତି। ୱେଲ୍ସ ଟିମ୍ ଏବଂ ସ୍ପେନ ହକି ଟିମ୍ ଆଜି ରାଉରକେଲାରେ ପହଞ୍ଚିଛନ୍ତି। ସ୍ୱତନ୍ତ୍ର ହକି ଟିମ୍ ବିମାନବନ୍ଦରରେ ପହଞ୍ଚିବା ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।
ପରେ କଡ଼ା ସୁରକ୍ଷା ମଧ୍ୟରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିକଟରେ ଥିବା କ୍ରୀଡ଼ା ଗ୍ରାମକୁ ଯାଇଥିଲେ। ପୂର୍ବରୁ ଭାରତୀୟ ହକି ଦଳ ଓ ଗତକାଲି ନ୍ୟୁଜିଲାଣ୍ଡ ଓ ମାଲେସିଆ ଦଳ ରାଉରକେଲାରେ ପହଞ୍ଚି ସେମାନଙ୍କ ଅଭ୍ୟାସ ଜାରି ରଖିଛନ୍ତି। ଟୁର୍ଣ୍ଣାମେଣ୍ଟ ପାଖେଇ ଆସୁଥିବା ବେଳେ ହକି ବିଶ୍ୱକପ୍ ପାଇଁ ସହରବାସୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି।