ଦୁନିଆରେ ଅଦ୍ଭୁତ ପ୍ରକାରର ଘଟଣା ଦେଖିବାକୁ ମିଳିଥାଏ । କିଛି ଘଟଣା ଆଶ୍ଚର୍ଯ୍ୟ କରିଦଏ ଆଉ କିଛି ହତବାକ୍ । ଆଉ କିଛି ଘଟଣା ଶୁଣିବାକୁ ଅଦ୍ଭୁତ ଲାଗିଥାଏ । ଏମିତି ଏକ ଘଟଣା ଆମେରିକାର ଏୟାରପୋର୍ଟରେ ଦେଖିବାକୁ ମିଳିଛି । ଯେଉଁଠି ଜଣେ ମହିଳା ବିମାନ ଯାତ୍ରା ସମୟରେ ଭ୍ୟାନିଟି ବ୍ୟାଗରେ ୪ ଫୁଟିଆ ସାପ ଧରି ଯାତ୍ରା କରୁଥିଲେ । ଆଉ ସୁରକ୍ଷାକର୍ମୀ ଚେକିଂ କରିବା ସମୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ସାପ ଯାହାର ନାମ ଶୁଣିଲେ ଲୋକେ ଭୟଭୀତ ହୋଇଯାଆନ୍ତି, ସେଠାରେ ଜଣେ ସାପକୁ ଭ୍ୟାନିଟିରେ ଧରି ବିମାନରେ ଯାତ୍ରା କରିବା ନିଶ୍ଚିତ ଆଶ୍ଚର୍ଯ୍ୟକର ଘଟଣା । ତା’ ପୁଣି ବିମାନ ବନ୍ଦରରେ। ଆମେରିକାର ଏକ ବିମାନବନ୍ଦରରେ ଏଭଳି ଅଜବ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ମହିଳା ଜଣକ ଭ୍ୟାନିଟି ବ୍ୟାଗରେ ସାପକୁ ଧରି ଯାତ୍ରା କରିବା ସମୟରେ ଧରାପଡିଥିଲେ ।
ସୂଚନା ମୁତାବକ, ଆମେରିକାର ଟାମ୍ପା ଅନ୍ତର୍ଜାତୀୟ ବିମାନବନ୍ଦରରେ ଜଣେ ମହିଳା ଭ୍ୟାନିଟିରେ ସାପ ଧରି ଯାତ୍ରା କରୁଥିଲେ । ଚେକିଂ ସମୟରେ ସ୍କାନିଂ ମେସିନରେ ସୁରକ୍ଷାକର୍ମୀଙ୍କୁ ଜଣେ ମହିଳାଙ୍କ ଭ୍ୟାନିଟିରୁ ଚାରି ଫୁଟ ଲମ୍ବା ଜିନିଷ ଦେଖିବାକୁ ମିଳିଥିଲା। ଆଉ ସୁରକ୍ଷାକର୍ମୀ ଜଣକ ଭ୍ୟାନିଟି ଚେକ୍ କରିବା ପରେ ଭ୍ୟାନିଟିରେ ସାପକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ପରେ ସୁରକ୍ଷାକର୍ମୀ ମହିଳାଙ୍କୁ ଅଟକ ରଖିଥିଲେ ।
View this post on Instagram
ପରିବହନ ସୁରକ୍ଷା ପ୍ରଶାସନ ଏହି ଭିଡିଓକୁ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଥିବା ନିଜ ଆକାଉଣ୍ଟ ଟିଏସଏରେ ସୁରକ୍ଷା ଯାଞ୍ଚ ସମୟରେ ଏକ୍ସ-ରେ ଫଟୋ ସେୟାର କରିଛି। ଏହି ଏକ୍ସ-ରେ ଫଟୋରେ ଦେଖିବାକୁ ମିଳିଛି ଯେ, ବ୍ୟାଗ ଭିତରେ, ଜୋତା ଏବଂ ଲାପଟପ୍ ଭଳି ଅନ୍ୟାନ୍ୟ ଜିନିଷ ସହିତ ଗୋଟିଏ ସାପ ରହିଛି, ଯାହା ଏକ ବୋଡା ସାପ ବୋଲି ଜଣାପଡିଛି ।ଏହି ସାପ ବିଷାକ୍ତ ନୁହେଁ, ତଥାପି ସାପକୁ ଧରି ବିମାନ ଯାତ୍ରା କରିବା ସୁରକ୍ଷିତ ନୁହେଁ । ଆଉ ଯାଞ୍ଚ ସମୟରେ ଭ୍ୟାନିଟିରେ ସାପ ଦେଖି ସୁରକ୍ଷାକର୍ମୀ ଆଶ୍ଚର୍ଯ୍ୟ ହୋଇଯିବା ସ୍ୱାଭାବିକ କଥା ।