ନୂଆଦିଲ୍ଲୀ : ନିର୍ବାଚନ ଆୟୋଗ ଆସନ୍ତାକାଲି (ସୋମବାର) ପ୍ରବାସୀ ଭୋଟରଙ୍କ ପାଇଁ ରିମୋଟ ଇଲୋକ୍ଟ୍ରୋନିକ ଭୋଟିଂ ମେସିନ(ଆରବିଏମ୍) ର ପ୍ରଦର୍ଶନ କରିବେ । ଆୟୋଗ ୮ ମାନ୍ୟତାପ୍ରାପ୍ତ ରାଷ୍ଟ୍ରୀୟ ଦଳ ଓ ୫୭ ମାନ୍ୟତାପ୍ରାପ୍ତ ରାଜ୍ୟସ୍ତରୀୟ ଦଳକୁ ସୋମବାର ସକାଳେ ଆମନ୍ତ୍ରିତ କରିଛନ୍ତି । ଏଠାରେ ରିମୋର୍ଟ ଭୋଟିଂ ମେସିନ ଓ ପ୍ରବାସୀ ମତଦାତାଙ୍କ ସମ୍ପର୍କରେ ଆଲୋଚନା କରିବେ ବୋଲି କମିଶନ କହିଛନ୍ତି ।
ଟେକନିକ୍ ବିଶେଷଜ୍ଞ ସମିତି ସଦସ୍ୟ ମଧ୍ୟ ରହିବେ ଉପସ୍ଥିତ
ରିମୋଟ ଇଭିଏମ୍ ପ୍ରଦର୍ଶନ ବେଳେ ନିର୍ବାଚନ ଆୟୋଗଙ୍କ ଟେକନିକ ଟିମ ମଧ୍ୟ ଊପସ୍ଥିତ ରହିବେ । ଯଦି ଏହାକୁ ଲାଗୁ କରାଯାଏ, ତେବେ ପ୍ରବାସୀ ଭାରତୀୟଙ୍କୁ ଆଉ ତାଙ୍କ ଗୃହ ଜିଲ୍ଲାକୁ ଆସିବାକୁ ପଡିବ ନାହିଁ । ଏହା ଏକ ତ୍ରୁଟିହୀନ ପ୍ରଣାଳୀ ମଧ୍ୟ ହୋଇ ପାରିବ । ସବୁଠାରୁ ବଡ଼ କଥା ହେଉଛି ଏହା ଇଣ୍ଟରନେଟରେ ସଂଯୋଗ କରାଯିବ ନାହିଁ ।
ଏହା ଗୋଟିଏ ସ୍ଥାନରୁ ୭୨ ନିର୍ବାଚନ କ୍ଷେତ୍ରକୁ ସଂଚାଳିତ କରିପାରିବ । ନିର୍ବଚାନ ପ୍ରତି ଯୁବପିଢ଼ି ଓ ସହରୀ ଲୋକଙ୍କ ଉଦାସୀନତାକୁ ଲକ୍ଷ୍ୟ କରି ଏହି ବ୍ୟବସ୍ଥା କରାଯାଇଛି ବୋଲି ନିର୍ବାଚନ କମିଶନ କହିଥିଲେ । ଏହି ରିମୋଟ ଭୋଟିଂ ମେସିନ ଲୋକତନ୍ତ୍ର ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ଵିତ୍ୱ କରିପାରିବ ବୋଲି ସେ କହିଥିଲେ ।