କିଏ ଏହି ରବି କୁମାର, ଯାହାଙ୍କୁ ମିଳିବ ମୁକେଶ ଅମ୍ବାନୀଙ୍କ ଠାରୁ ୪ ଗୁଣା ଅଧିକ ଦରମା

ପ୍ରମୁଖ ଆଇଟି କମ୍ପାନୀ କଗନିଜାଣ୍ଟ ତାର ନୂଆ ସିଇଓର ନିଯୁକ୍ତି କରିସାରିଛି । ଇନଫୋସିସର ପୂର୍ବ ପ୍ରେସିଡେଣ୍ଟ ରବି କୁମାରଙ୍କୁ କଗ୍ନିଜାଣ୍ଟ ନିଜର ନୂଆ ସିଇଓ ଭାବେ ନିଯୁକ୍ତି କରିଛି । ରବିଙ୍କୁ କମ୍ପାନୀ ନୂୂଆ ସିଇଓ ଏବଂ ବୋର୍ଡ ସଦସ୍ୟ ଭାବେ ନିଯୁକ୍ତି କରିଛି । ବ୍ରିୟାନ୍‌ ହମ୍ଫ୍ରିଜଙ୍କ ସ୍ଥାନ ପାଇଛନ୍ତି ରବି କୁମାର । ୨୦ ବର୍ଷ ପର୍ଯ୍ୟନ୍ତ ଇନଫୋସିସର ଦାୟିତ୍ୱ ସମ୍ଭାଳିବା ପରେ ଏବେ ରବି କଗ୍ନିଜାଣ୍ଟକୁ ନୂଆ ଦିଶା ଦେବେ। ବର୍ଷ ୨୦୧୬ରୁ ନେଇ ୨୦୨୨ ପର୍ଯ୍ୟନ୍ତ ଇନଫୋସିସରେ ପ୍ରେସିଡେଣ୍ଟ ଥିବାବେଳେ ଦାୟିତ୍ୱଭାର ସମ୍ଭାଳୁଥିଲେ ସେ । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏଥିପାଇଁ କମ୍ପାନୀ ତାଙ୍କୁ ଭଲ ସାଲାରୀ ମଧ୍ୟ ଅଫର୍‌ କରିଛି । ବ୍ରିୟାନ୍‌ ହମ୍ଫ୍ରିଜ୍‌ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ କମ୍ପାନୀ ସ୍ପେଶାଲ ଆଡଭାଇଜର ଭାବେ ରହିବେ, ଯାହାଦ୍ୱାରା ଟ୍ରାନଜିସନକୁ ସହଜରେ ପୂରା କରିପାରିବେ ।

ତେବେ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରବି କୁମାର କଗ୍ନିଜାଣ୍ଟରେ ମୋଟା ଦରମାରେ କାମ କରିବେ। ରବି କୁମାରଙ୍କୁ ଏଠାରେ ୭ ମିଲିୟନ୍‌ ଡଲାର ଅର୍ଥାତ୍‌ ୫୬,୯୬,୭୭,୫୦୦ ଟଙ୍କା ବାର୍ଷିକ ଦରମା ଏବଂ ୭୫୦୦,୦୦୦ ଡଲାର ସାଇନ୍‌ ଇନ୍‌ ବୋନସ୍‌ ଭାବେ ମିଳିବ। ତାଙ୍କ ପାଖରେ ୫୬ କୋଟିର ମୋଟା ଦରମା ପାଇବାର ବହୁତ ଭଲ ଅପ୍ସନ ରହିଛି। ଯଦି ସାଲାରୀ ବ୍ରେକଅପ୍‌ ବିଷୟରେ କହିବା ତ ରବି କୁମାରଙ୍କୁ କମ୍ପାନୀ ମୂଳ ବେତନ ଭାବେ ୧ ମିଲିୟନ୍‌ ଡଲାର ବା ପ୍ରାୟ ୮,୧୩,୫୭,୫୦୦ ଟଙ୍କା ଦେବ। ଏହାବ୍ୟତୀତ ତାଙ୍କୁ କମ୍ପାନୀ ପକ୍ଷରୁ ୨ ମିଲିୟନ୍‌ ଡଲାର ପର୍ଯ୍ୟନ୍ତର କ୍ୟାସ୍‌ ଇନସେନଟିଭ୍‌ ମିଳିବ। ଏହାପରେ କମ୍ପାନୀ ତାଙ୍କୁ ଓ୍ଵାନ୍‌ ଟାଇମ୍‌ ନ୍ୟୁ ହାୟର ଆଓ୍ଵାର୍ଡ ରୂପେ ୫ ମିଲିୟନ୍‌ ଡଲାର ଅଫର୍‌ କରୁଛି, ଯାହା ତାଙ୍କର ଜଏନିଙ୍ଗର ଗୋଟେ ବର୍ଷ ଭିତରେ ଷ୍ଟକ୍‌ ରିଟର୍ଣ୍ଣ ଆଧାରରେ ମିଳିବ। ଏହାବ୍ୟତୀତ ତାଙ୍କୁ ୩ ମିଲିୟନ୍‌ ଡଲାର ପିଏସୟୁ ରୂପେ ମିଳିବ। ସେହିପରି ୭୫୦୦୦୦ ଡଲାର ସାଇନ୍‌ ଇନ୍‌ ବୋନସ୍‌ ଭାବେ ମିଳିବ।

ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରବି କୁମାରଙ୍କ ଦରମା ମୁକେଶ ଅମ୍ବାନୀଙ୍କ ଠାରୁ ବହୁତ ବେଶି। ରବିଙ୍କ ପୂର୍ବରୁ କମ୍ପାନୀର ସିଇଓ ବ୍ରିୟାନ୍‌ ହମ୍ଫ୍ରିଜଙ୍କୁ କମ୍ପାନୀ ବର୍ଷ ୨୦୨୦ରେ ପ୍ରାୟ ୧୩.୮ ମିଲିୟନ ଡଲାର ସାଲାରୀ ଦେଇଥିଲା। ଯଦି ଆମେ ରବି କୁମାରଙ୍କ ସାଲାରୀର ତୁଳନା ରିଲାଏନ୍ସ ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ସାଲାରୀ ସହ କରିବା ତାହେଲେ ରବିଙ୍କ ସାଲାରୀ ମୁକେଶଙ୍କ ଦରମା ଠାରୁ ପ୍ରାୟ ୪ ଗୁଣା ଅଧିକ ହେବ। କଗ୍ନିଜାଣ୍ଟରେ ତାଙ୍କୁ ବର୍ଷକୁ ୫୭ କୋଟି ଟଙ୍କା ପ୍ୟାକେଜ୍‌ ମିଳିଛି। ଏହାର ଅର୍ଥ ହେଉଛି ଇନଫୋସିସର ପୂର୍ବ ଅଧ୍ୟକ୍ଷ ୨୦୨୦ ପର୍ଯ୍ୟନ୍ତ ମୁକେଶ ଅମ୍ବାନୀଙ୍କର ବାର୍ଷିକ ଆୟ ୧୫ କୋଟି ଟଙ୍କା ଥିଲା। ଯଦିଓ ଗତ ଦୁଇ ବର୍ଷରେ ଟଙ୍କାଟିଏ ବି ସେ ଦରମା ଆକାରରେ ନେଇନାହାଁନ୍ତି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରବି କୁମାରଙ୍କ କାନ୍ଧରେ ବଡ ଦାୟିତ୍ୱଭାର ରହିଛି। ତାଙ୍କ ଉପରେ କଗ୍ନିଜାଣ୍ଟର ଇନ୍‌ ଡିମାଣ୍ଡ ସଲ୍ୟୁସନ୍ସ, ମଜବୁତ୍‌ ବ୍ରାଣ୍ଡ ଏବଂ ଇଣ୍ଟରନ୍ୟାସନାଲ ଏକ୍ସପେନସନର ଗୁରୁତ୍ୱପୂର୍ଣ୍ଣ ଗୁରୁ ଦାୟିତ୍ୱ ରହିଛି। ରବି ଇଫଫୋସିସରେ କାର୍ଯ୍ୟରତ ଥିବା ବେଳେ ବଡ ସଫଳତା ହାସଲ କରିଛନ୍ତି। କେବଳ ଏତିକି ନୁହେଁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରବି କୁମାର ଶିବାଜୀ ୟୁନିଭର୍ସିଟୀ କୋହ୍ଲାପୁରର ଇଞ୍ଜିନିୟର ଏବଂ ସେଣ୍ଟ୍‌ ଜାଭିୟର୍ସ ଇନଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ ଏମବିଏର ଡିଗ୍ରୀ ହାସଲ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.