ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲା, ତୁରନ୍ତ ଆକ୍ସନ ପ୍ଲାନ୍‌ ଲାଗୁ ପାଇଁ ନିର୍ଦ୍ଦେଶ

କଟକ(କେନ୍ୟୁଜ): ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲା । ହାତୀଙ୍କୁ ସୁରକ୍ଷା ଦେବା ପାଇ ତୁରନ୍ତ ଆକ୍ସନ ପ୍ଲାନ୍‌ ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜଏଣ୍ଟ ଟାକ୍ସ ଫୋର୍ସ ପ୍ରସ୍ତୁତ କରିଛି ଏହି ଆକ୍ସନ ପ୍ଲାନ୍‌ । ଶ୍ରୀଲଙ୍କା ଓ କର୍ଣ୍ଣାଟକ ମଡେଲରେ ପ୍ରସ୍ତୁତ ହୋଇଛି ଆକ୍ସନ ପ୍ଲାନ୍‌ । ଏହି ପ୍ଲାନ୍‌କୁ ଅନୁମତି ପ୍ରଦାନ କରିଛି ରାଜ୍ୟ ସରକାରଙ୍କ ହାଇ ପାଓ୍ଵାର କମିଟି । ୩ ସପ୍ତାହ ମଧ୍ୟରେ ଏହି ଆକ୍ସନ ପ୍ଲାନ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାସହ ବନ କର୍ମଚାରୀ ତୁରାମ ପୂର୍ତ୍ତି ଆତ୍ମହତ୍ୟା ମାମଲାରେ ତାଙ୍କ ପତ୍ନୀଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମାର୍ଚ୍ଚ ୧୩ରେ ମାମଲାର ପରବର୍ତ୍ତି ଶୁଣାଣି । ଏନେଇ ସୂଚନା ଦେଇଛନ୍ତି ଆବେଦନକାରୀଙ୍କ ଓକିଲ ଆଶିଷ ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.