ଭୁବନେଶ୍ୱର (କେନ୍ୟୁଜ): ରିଲାଏନ୍ସ ଗ୍ରୁପ୍ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଆଜି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ବିବାହ ପୂର୍ବରୁ ସେ ଜଗାକୁ ଦର୍ଶନ କରିବା ସହ ନିମନ୍ତ୍ରଣ କରିଥିବା ଜଣାଯାଇଛି।
ଆଜି ଅପରାହ୍ନରେ ଅନନ୍ତ ଭୁବନେଶ୍ୱର୍ ଏୟାର ପୋର୍ଟରେ ପହଞ୍ଚି ପୁରୀ ଅଭିମୁଖେ ବାହାରିଥିଲେ। ସେଠାରେ କଡ଼ା ସୁରକ୍ଷା ମଧ୍ୟରେ ସେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ପୁଣି ମୁମ୍ବାଇ ଫେରିଯାଇଛନ୍ତି।
ସୂଚନାଯୋଗ୍ୟ, ହିନ୍ଦୁ ରୀତିନୀତି ଅନୁସାରେ ସେ ମୁମ୍ବାଇ ଘର ଆଣ୍ଟଲଟିକରେ ଗତ ୧୯ ରେ ଗାର୍ଲ୍ଫ୍ରେଣ୍ଡ୍ ରାଧିକା ମର୍ଚ୍ଚାଣ୍ଟଙ୍କ ସହିତ ନିର୍ବନ୍ଧ କରିଥିଲେ। ଏ ଅବସରରେ ବଲିଉଡ୍ର ବହୁ ନାମୀଦାମୀ କଳାକାରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।