ଭୁବନେଶ୍ୱର (କେନ୍ୟୁଜ): ହକି ବିଶ୍ୱକପ୍ ଫାଇନାଲ୍ରେ ମୁହାଁମୁହିଁ ହେବେ ବେଲ୍ଜିୟମ-ଜର୍ମାନୀ । କଳିଙ୍ଗରେ ଖେଳାଯାଇଥିବା ରୋମାଞ୍ଚକର ସେମିଫାଇନାଲ୍ ମ୍ୟାଚ୍ । ପ୍ରଥମ ସେମିଫାଇନାଲ୍ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୪-୩ ଗୋଲ୍ରେ ହରାଇ ଫାଇନାଲ୍କୁ ପ୍ରବେଶ କରିଛି ଜର୍ମାନୀ । ଚତୁର୍ଥ କ୍ୱାର୍ଟର ସୁଦ୍ଧା ୩-୩ ଗୋଲ୍ରେ ବରାବର ଚାଲିଥିବା ବେଳେ ଶେଷ ୬ ସେକେଣ୍ଡରେ ଗୋଲ୍ ଦେଇ ମ୍ୟାଚ କବ୍ଜା କରିନେଇଥିଲା ଜର୍ମାନୀ ।
ଏପଟେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ରେ ସୁଟ୍ଆଉଟ୍ରେ ୩-୨ ଗୋଲ୍ରେ ନେଦରଲାଣ୍ଡସ୍କୁ ହରାଇ ଫାଇନାଲ୍କୁ ଏଣ୍ଟ୍ରି ମାରିଛି ବେଲଜିୟମ । ଆସନ୍ତାକାଲି ବେଲ୍ଜିୟମ-ଜର୍ମାନୀ ମଧ୍ୟରେ ଫାଇନାଲ୍ ଫାଇଟ୍ ହେବ ।