Below header

ଟ୍ରେନରେ ଶୋଇଥିବା ଯାତ୍ରୀଙ୍କ ଉପରେ ଚଢି ଖେଳୁଥିଲା ମୂଷା, ଭିଡିଓ ଦେଖିଲେ ଆପଣଙ୍କ ଦେହ ଶିତେଇ ଉଠିବ

କେବେ ଶୋଇଥିବା ଅବସ୍ଥାରେ ଆପଣଙ୍କ ଉପରେ କୌଣସି ଜନ୍ତୁ ଚଢିଗଲେ, କେମିତି ଅନୁଭବ କରନ୍ତି? ତାହା ବର୍ଣ୍ଣନା କରିବା ହୁଏତ କଷ୍ଟକର । ସାପ ହେଉ କିମ୍ବା ମୂଷା, ଅସରପା ହେଉ କିମ୍ବା ଝିଟିପିଟ ଦେହ ଉପରେ ଅଜାଣତରେ ଚଢିଗଲେ ଦେହ ଶିତେଇ ଉଠେ । ଆଉ କେମିତି କେମିତି ଅନୁଭବ ହୁଏ । ତେବେ ଘରେ ଶୋଇଥିବା ଅବସ୍ଥାରେ ଏପରି ଜିନିଷ ଘଟିବା ହୁଏତ ସାଧାରଣ କଥା । କିନ୍ତୁ ଟ୍ରେନରେ ଯାଉଥିବା ବେଳେ ଯଦି ମୂଷା ଆପଣଙ୍କ ଦେହରେ ଚଢିଯାଏ, ତେବେ ଆପଣଙ୍କ କିଭଳି ଅନୁଭବ କରିବେ ?

ଆପଣ ଘରେ ମୂଷା ନିଶ୍ଚିତ ଦେଖିଥିବେ । ଆଉ ବିଭିନ୍ନ ଖାଦ୍ୟ ପଦାର୍ଥ ଠାରୁ ଆରମ୍ଭ କରି ବହି, ଖାତା, ଡ୍ରେସ ଇତ୍ୟାଦିକୁ କାଟି ନଷ୍ଟ କରିଦିଅନ୍ତି ଏହି ଜନ୍ତୁ। ହେଲେ ମୂଷାର ଏମିତି ଏକ ଭିଡିଓ ଭାଇରଲ ହୋଇଛି, ଯାହା ଦେଖିବା ପରେ ଆପଣଙ୍କ ଲୋମ ନିଶ୍ଚିତ ଟାଙ୍କୁରୀ ଉଠିବ ।

ଭିଡିଓରେ ଦେଖିବାକୁ ମିଳିଛି କି, ନ୍ୟୁୟର୍କ ସବୱେ ଟ୍ରେନରେ ଜଣେ ବ୍ୟକ୍ତି ଯାତ୍ରା କରୁଥିବା ସମୟରେ ନିଦ୍ରା ଯାଇଛନ୍ତି। ଆଉ ଠିକ୍‌ ଏହାର ସୁଯୋଗ ନେଇ ମୂଷାଟି ବ୍ୟକ୍ତିଙ୍କ ଗୋଡ ସାହାଯ୍ୟରେ ଦେହକୁ ଚଢିଯାଉଛି। ହେଲେ ବ୍ୟକ୍ତିଙ୍କର ନିଦ ଭାଙ୍ଗୁନି । ମୂଷାଟି ମନ ଖୁସିରେ ବୁଲୁଛି । ଯାତ୍ରୀଙ୍କ କାନ୍ଧ, ହାତରେ ମୂଷାଟି ଖେଳିବାକୁ ଆରମ୍ଭ କରିଛି । ଆଉ ଯେତେବେଳେ ମୂଷା ଯାତ୍ରୀଙ୍କ ବେକ ଆଡକୁ ଚଢୁଛି, ବ୍ୟକ୍ତି ଜଣକ ଉଠିପଡୁଛନ୍ତି । ଆଉ ଉଠିପଡି ଛାଟି ପିଟି ହେଉଛନ୍ତି । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ଦେଖନ୍ତୁ ଭିଡିଓ :

ଭିଡିଓକୁ Jaz ନାମକ ଟ୍ଵିଟର ଆକାଉଣ୍ଟରୁ ସେୟାର କରାଯାଇଛି । ଏହି ଭିଡିଓକୁ ଦେଖିବା ପରେ ଅନେକ ଲୋକ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି । ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.