ଟ୍ରେନରେ ଶୋଇଥିବା ଯାତ୍ରୀଙ୍କ ଉପରେ ଚଢି ଖେଳୁଥିଲା ମୂଷା, ଭିଡିଓ ଦେଖିଲେ ଆପଣଙ୍କ ଦେହ ଶିତେଇ ଉଠିବ
କେବେ ଶୋଇଥିବା ଅବସ୍ଥାରେ ଆପଣଙ୍କ ଉପରେ କୌଣସି ଜନ୍ତୁ ଚଢିଗଲେ, କେମିତି ଅନୁଭବ କରନ୍ତି? ତାହା ବର୍ଣ୍ଣନା କରିବା ହୁଏତ କଷ୍ଟକର । ସାପ ହେଉ କିମ୍ବା ମୂଷା, ଅସରପା ହେଉ କିମ୍ବା ଝିଟିପିଟ ଦେହ ଉପରେ ଅଜାଣତରେ ଚଢିଗଲେ ଦେହ ଶିତେଇ ଉଠେ । ଆଉ କେମିତି କେମିତି ଅନୁଭବ ହୁଏ । ତେବେ ଘରେ ଶୋଇଥିବା ଅବସ୍ଥାରେ ଏପରି ଜିନିଷ ଘଟିବା ହୁଏତ ସାଧାରଣ କଥା । କିନ୍ତୁ ଟ୍ରେନରେ ଯାଉଥିବା ବେଳେ ଯଦି ମୂଷା ଆପଣଙ୍କ ଦେହରେ ଚଢିଯାଏ, ତେବେ ଆପଣଙ୍କ କିଭଳି ଅନୁଭବ କରିବେ ?
ଆପଣ ଘରେ ମୂଷା ନିଶ୍ଚିତ ଦେଖିଥିବେ । ଆଉ ବିଭିନ୍ନ ଖାଦ୍ୟ ପଦାର୍ଥ ଠାରୁ ଆରମ୍ଭ କରି ବହି, ଖାତା, ଡ୍ରେସ ଇତ୍ୟାଦିକୁ କାଟି ନଷ୍ଟ କରିଦିଅନ୍ତି ଏହି ଜନ୍ତୁ। ହେଲେ ମୂଷାର ଏମିତି ଏକ ଭିଡିଓ ଭାଇରଲ ହୋଇଛି, ଯାହା ଦେଖିବା ପରେ ଆପଣଙ୍କ ଲୋମ ନିଶ୍ଚିତ ଟାଙ୍କୁରୀ ଉଠିବ ।
ଭିଡିଓରେ ଦେଖିବାକୁ ମିଳିଛି କି, ନ୍ୟୁୟର୍କ ସବୱେ ଟ୍ରେନରେ ଜଣେ ବ୍ୟକ୍ତି ଯାତ୍ରା କରୁଥିବା ସମୟରେ ନିଦ୍ରା ଯାଇଛନ୍ତି। ଆଉ ଠିକ୍ ଏହାର ସୁଯୋଗ ନେଇ ମୂଷାଟି ବ୍ୟକ୍ତିଙ୍କ ଗୋଡ ସାହାଯ୍ୟରେ ଦେହକୁ ଚଢିଯାଉଛି। ହେଲେ ବ୍ୟକ୍ତିଙ୍କର ନିଦ ଭାଙ୍ଗୁନି । ମୂଷାଟି ମନ ଖୁସିରେ ବୁଲୁଛି । ଯାତ୍ରୀଙ୍କ କାନ୍ଧ, ହାତରେ ମୂଷାଟି ଖେଳିବାକୁ ଆରମ୍ଭ କରିଛି । ଆଉ ଯେତେବେଳେ ମୂଷା ଯାତ୍ରୀଙ୍କ ବେକ ଆଡକୁ ଚଢୁଛି, ବ୍ୟକ୍ତି ଜଣକ ଉଠିପଡୁଛନ୍ତି । ଆଉ ଉଠିପଡି ଛାଟି ପିଟି ହେଉଛନ୍ତି । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।
ଦେଖନ୍ତୁ ଭିଡିଓ :
I didn’t realize there are rats on NY Subways or any Subway. pic.twitter.com/nsVOPSVWeb
— Jaz🛡️🌐🔗 (@Jazzie654) February 3, 2023
ଭିଡିଓକୁ Jaz ନାମକ ଟ୍ଵିଟର ଆକାଉଣ୍ଟରୁ ସେୟାର କରାଯାଇଛି । ଏହି ଭିଡିଓକୁ ଦେଖିବା ପରେ ଅନେକ ଲୋକ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି । ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।