ବିବାହ ପରେ ଭାଇରାଲ ହେଲା ଝିଅର ନକଲି ଫଟୋ; ରାଗିଗଲେ ଶାହିଦ ଆଫ୍ରିଦି, ଫଟୋ ସେୟାର କରି କହିଲେ ଏମିତି କଥା

ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦିଙ୍କ ଝିଅ ଅଂଶାଙ୍କର ନିକଟରେ ବିବାହ ସମ୍ପନ୍ନ ହୋଇଛି। ତାଙ୍କର ବିବାହ ପାକିସ୍ତାନର ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦିଙ୍କ ସହିତ ହୋଇଛି। ବିବାହ ପରେ ସୋସିଆଲ ମିଡିଆରେ ଅଂଶାଙ୍କର କିଛି ଫଟୋ ଭାଇରାଲ ହୋଇଥିଲା ଏବଂ ତାଙ୍କ ନାଁରେ ନକଲି ଆକାଉଣ୍ଟ ସବୁ ତିଆରି କରାଯାଇଥିଲା, ଯାହାକୁ ନେଇ ଏବେ ଶାହିଦ ଆଫ୍ରିଦି ରାଗି ଯାଇଛନ୍ତି।

ଶାହିଦ ଏକ ସ୍କ୍ରିନଶର୍ଟ ସେୟାର କରିଛନ୍ତି ଏବଂ ନକଲି ଆକାଉଣ୍ଟସ୍‌ ତିଆରି କରିଥିବା ବ୍ୟକ୍ତିଙ୍କୁ କଟୁ ସମାଲୋଚନା କରିଛନ୍ତି। ଶାହିଦ ଲେଖିଛନ୍ତି, ‘ମୁଁ କହିବାକୁ ଚାହୁଁଛି ଯେ ମୋ ଝିଅମାନେ ସୋସିଆଲ ମିଡିଆରେ ନାହାଁନ୍ତି ଏବଂ ଯିଏ ବି ସେମାନଙ୍କ ନାଁରେ ଆକାଉଣ୍ଟ ଚଲାଉଛନ୍ତି, ତାହା ନକଲି। ନକଲି ଆକାଉଣ୍ଟସ୍‌ ବିରୋଧରେ ଅଭିଯୋଗ ହେବା ଉଚିତ’।

କହି ରଖୁଛି, ଶାହୀନ ଆଫ୍ରିଦି ଓ ଅଂଶା ଆଫ୍ରିଦିଙ୍କ ବିବାହ ୩ ଫେବୃୟାରୀରେ କରାଚିରେ ହୋଇଛି। ଉଭୟ ନିଜ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବିବାହ କରିଛନ୍ତି। ବିବାହ ଉତ୍ସବରେ ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ବର୍ତ୍ତମାନର ଏବଂ ପୂର୍ବତନ କ୍ରିକେଟରମାନେ ମଧ୍ୟ ନଜର ଆସିଥିଲେ। ପାକିସ୍ତାନ ଅଧିନାୟକ ବାବର ଆଜମ୍‌, ସରଫରାଜ ଅହମ୍ମଦଙ୍କ ସମେତ ଅନ୍ୟ ଖେଳାଳିମାନେ ବିବାହରେ ପହଞ୍ଚିଥିଲେ।

ସୂଚନାଥାଉ କି, ଶାହୀନ ଆଫ୍ରିଦି ଓ ଅଂଶା ଆଫ୍ରିଦିଙ୍କ ନିର୍ବନ୍ଧ ୨ ବର୍ଷ ପୂର୍ବେ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.