Lenovo ଲଞ୍ଚ୍‌ କଲା ୫୦ ହଜାରୁ ବି କମ୍‌ ଦାମର ଲାପଟମ୍‌, ଜାଣନ୍ତୁ ଫିଚର୍ସ ଓ ସ୍ପେସିଫିକେସନ୍ସ

ଗ୍ଲୋବାଲ ଟେକ୍ନୋଲୋଜି ବ୍ରାଣ୍ଡ ଲେନୋଭୋ ନିଜର ନୂଆ ଲାପଟପକୁ ଲଞ୍ଚ୍‌ କରିଛି । ଲାପଟପର ଖାସିୟତ୍‌ ହେଉଛି ଏହା AMD Ryzen 3 7320U ଦ୍ୱାରା ସଞ୍ଚାଳିତ । ଲାପଟପର ଲୁକ୍‌ ଆପଣଙ୍କୁ ବହୁତ ପସନ୍ଦ ଆସିବ । ଏହା ବହୁତ ପତଳା ହେବା ସହିତ ହାଲକା ମଧ୍ୟ । ଯାହାର ଡିଜାଇନକୁ ଖୁବ୍‌ ପସନ୍ଦ କରୁଛନ୍ତି ଲୋକେ । କମ୍ପାନୀ ତାର ବୟାନରେ କହିଛି ଯେ ‘Ideapad 1’ କ୍ଲାଉଡ ଗ୍ରେ ରଙ୍ଗରେ ଆସୁଛି । ଯଦି ଆପଣ ଏହି ଦମଦାର ଫିଚର୍ସ ଏବଂ ବଢ଼ିଆ ଲୁକ୍‌ ଥିବା ଲାପଟପକୁ କିଣିବାକୁ ଚାହୁଁଛନ୍ତି ତାହେଲେ  ୮ ଫେବୃୟାରୀ ଠାରୁ ଏହାକୁ ଆପଣ ଲେନୋଭୋ ଏକ୍ସକ୍ଲସିଭ୍‌ ଷ୍ଟୋର୍ସ, ଲେନୋଭୋ.କମ୍‌, ଆମାଜନ ଏବଂ ଛୋଟ ବଡ ଷ୍ଟୋରରୁ କିଣିପାରିବେ । ତେବେ ଲାପଟପର ପ୍ରାରମ୍ଭିକ ଦାମ ରହିଛି ୪୪,୬୯୦ ଟଙ୍କା ।

Lenovo IdeaPad 1 ସ୍ପେସିଫିକେସନ୍ସ

AMD Ryzen 3 7320U ଦ୍ୱାରା ସଞ୍ଚାଳିତ ଲାପଟପରେ ଇଣ୍ଡିଗ୍ରେଟେଡ ଏମଡି ରେଡିୟୋନ୍‌ 610ଏମ ଗ୍ରାଫିକ୍ସ ବ୍ୟବହାର କରାଯାଇଛି । ଯାହା ୟୁଜର୍ସଙ୍କୁ ମଲ୍ଟିଟାସ୍କ କରିବା, ଅନଲାଇନ କ୍ଲାସରେ ଭାଗ ନେବା, ଜଣେ ଜଣଙ୍କ ସହ କଥା ହେବା ଏବଂ ନିଜର ମନପସନ୍ଦର ଶୋକୁ ଷ୍ଟ୍ରିମ କରିବାରେ ସାହାଯ୍ୟ କରିବ ।

Lenovo IdeaPad 1 ଫିଚର୍ସ

Lenovo IdeaPad 1ରେ ୧୫ ଇଞ୍ଚର ଡିସପ୍ଲେ ମିଳିଥାଏ । ଏଥିରେ ଡଲବି ଅଡିଓ ଦ୍ୱାରା ୨୨୦ ନିଟ୍ସ ବ୍ରାଇଟନେସ ଏବଂ ଷ୍ଟିରୀୟୋ ସ୍ପିକର ମିଳିଥାଏ । ଯାହା ୟୁଜର୍ସଙ୍କୁ ଭିଡିଓ କିମ୍ବା ଗେମ୍‌ ଦେଖିବା ପାଇଁ ଏକ ବଢ଼ିଆ ଅନୁଭ ଦେବ । ଲେନୋଭୋ ଇଣ୍ଡିଆର ଡାଇରେକ୍ଟର ଅଫ୍‌ କଞ୍ଜ୍ୟୁମର ବିଜନେସ୍‌ ଦିନେସ ନାୟର କହିଛନ୍ତି, ଏହି ଆଇଡିଆପ୍ୟାଡ ଏହି କ୍ଲାସ ପରଫରମାନ୍ସ ସହ ଏକ ଶସ୍ତା ଡିଭାଇସ, ଯାହା ଲୋକଙ୍କ ଟାର୍ଗେଟକୁ ପୂରା କରିବାରେ ସାହାଯ୍ୟ କରିଥାଏ ।

ଲାପଟପରେ ଇନ୍‌ ବିଲ୍ଟ କ୍ୟାମେରା ମଧ୍ୟ ରହିଛି । ଯାହା ଫିଜିକାଲ ପ୍ରାଇଭେସୀ ସଟର ସହିତ ଆସିଥାଏ । ତେଣୁ ଯଦି ଆପଣ ଭଲ ଫିଚର୍ସ ଥିବା ଏକ ବଢ଼ିଆ ଲାପଟପ୍‌ କିଣିବାକୁ ଚାହୁଁଛନ୍ତି ତାହେଲେ ଏହା ଏକଦମ୍‌ ବେଷ୍ଟ ରହିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.