ହିନ୍ଦୁସ୍ତାନ କପର ଲିମିଟେଡରେ ବମ୍ପର ନିଯୁକ୍ତି: ମାସକୁ ଦରମା ଦେଢ ଲକ୍ଷରୁ ଅଧିକ, ଜାଣନ୍ତୁ କେମିତି କରିବେ ଆବେଦନ

ହିନ୍ଦୁସ୍ତାନ କପର ଲିମିଟେଡ୍‌ରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଏଠାରେ ଅନେକ ପଦବୀ ଖାଲିପଡିଛି ଯେଉଁଥିରେ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ । ଏଠାରେ ଡେପୁଟି ମ୍ୟାନେଜର/ ସିନିଅର ମ୍ୟାନେଜର ଏବଂ ମ୍ୟାନେଜମେଣ୍ଟ ଟ୍ରେନି/ଗ୍ରାଜୁଏଟ ଇଂଜିନିୟର ଟ୍ରେନି ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏହିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ଆସନ୍ତାକାଲିରୁ ଆରମ୍ଭ ହେବ ।

ପଦବୀ ବିବରଣୀ :୨୪

ସିନିଅର ମ୍ୟାନେଜର : ୧

ଡେପୁଟି ମ୍ୟାନେଜର (ସର୍ଭେ) : ୨

ଡେପୁଟି ମ୍ୟାନେଜର (ଇଲେକ୍ଟ୍ରିକାଲ) : ୧

ଡେପୁଟି ମ୍ୟାନେଜର (R & D) : ୨

ଡେପୁଟି ମ୍ୟାନେଜର (M & C) : ୧

ଫାଇନାନ୍ସ : ୫

ଏଚଆର : ୫

ଲ : ୧

M & C : ୨

ଇଲେକ୍ଟ୍ରିକାଲ :୩

ମେକାନିକାଲ : ୧

ଜରୁରୀ ତାରିଖ : ଆବେଦନ ପ୍ରକ୍ରିୟା ଫେବୃଆରୀ ୭ରୁ ଆରମ୍ଭ ହେବ। ଆଉ ସମାପ୍ତ ୨୮ ଫେବୃଆରୀ ୨୦୨୩ରେ ଯାଏଁ ରହିବ ।

ଶିକ୍ଷାଗତ ଯୋଗ୍ୟତା : ସିନିଅର ମ୍ୟାନେଜର ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ପାଖରେ ଜୁଲୋଜିର ପିଜି ଡିଗ୍ରୀ ରହିଥିବା ଜରୁରୀ । ସେହିପରି ଡେପୁଟି ମ୍ୟାନେଜର ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଖରେ ମାଇନିଂ କିମ୍ବା

ସିଭିଲ ଇଂଜିନିୟରିଂରେ ସ୍ନାତକ ଡିଗ୍ରୀ କିମ୍ବା ଏମ ଟେକ୍‌ ଡିଗ୍ରୀ ରହିଥିବା ଜରୁରୀ । ତେବେ ବିଭିନ୍ନ ପଦବୀ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ରହିଛି ।

ବୟସ ସୀମା : ଏଥିରେ ଭର୍ତ୍ତି ପାଇଁ ଗ୍ରାଜୁଏଟ ଇଂଜିନିୟର ଟ୍ରେନି ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୨୮ ବର୍ଷ ହୋଇଥିବା ଜରୁରୀ । ସେହିପରି ଅନ୍ୟ ପଦବୀ ପାଇଁ ସର୍ବାଧିକ ବୟସ ୪୭ ବର୍ଷ ହେବା ଜରୁରୀ ।

ମାସିକ ଦରମା : ସିନିଅର ମ୍ୟାନେଜର ପଦବୀ ପାଇଁ ମାସିକ ୭୦ ହଜାର ଟଙ୍କାରୁ ଅଧିକ ଦରମା ମିଳିବାକୁ ଥିବା ବେଳେ ଡେପୁଟି ମ୍ୟାନେଜର ପଦବୀ ପାଇଁ ମାସିକ ୫୦ ହଜାରରୁ ଅଧିକ ଦରମା ଧାର୍ଯ୍ୟ କରାଯାଇଛି ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ କମ୍ପ୍ୟୁଟରରେ ଅନଲାଇନ ଟେଷ୍ଟ ଏବଂ ପର୍ସନାଲ ଇଣ୍ଟରଭ୍ୟୁ ମାଧ୍ୟମରେ କରାଯିବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://studycafe.in/wp-content/uploads/2023/02/HCL-RECRUITMENT-2023-.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.