ହରିଦ୍ୱାରରେ ପୂର୍ବତନ ବିଜେପି ନେତା ଅମରଦୀପ ଚୌଧୁରୀଙ୍କୁ ଗୁଳିମାରି ହତ୍ୟା; ସମ୍ପତ୍ତି ଡିଲିଂକୁ ନେଇ ହତ୍ୟାକାଣ୍ଡ

ଉତ୍ତରାଖଣ୍ଡର ହରିଦ୍ୱାରରେ ଗତ ରାତିରେ ପୂର୍ବତନ ବିଜେପି ନେତା ଅମରଦୀପ ଚୌଧୁରୀଙ୍କୁ ଗୁଳିମାରି ହତ୍ୟା କରାଯାଇଛି। ସମ୍ପତ୍ତି ଡିଲିଂକୁ ନେଇ ଅମରଦୀପଙ୍କ ସହଯୋଗୀ ଏବଂ ତାଙ୍କର ଦୁଇପୁଅ ମିଶି ଏହି ହତ୍ୟାକାଣ୍ଡ ଭିଆଇଛନ୍ତି। ଏହି ସମୟରେ ଅମରଦୀପଙ୍କୁ ରକ୍ଷା କରିବାକୁ ଯାଇ ତାଙ୍କର ଜଣେ ସାଙ୍ଗ ଏବଂ ଭାଇ ମଧ୍ୟ ଗୁଳିମାଡ଼ର ଶିକାର ହୋଇଛନ୍ତି। ସେମାନେ ଏଥିରେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ମୃତ ଅମରଦୀପ ଚୌଧୁରୀ ସମ୍ପତ୍ତି ଡିଲିଂର କାମ କରୁଥିଲେ। ଏଥିରେ ତାଙ୍କର ସହଯୋଗୀ ଥିଲେ ରାଜକୁମାର ମାଲିକ। କୁହାଯାଉଛି ଯେ ଉଭୟଙ୍କ ମଧ୍ୟରେ ପଇସା ଦେଣ ନେଣକୁ ନେଇ ଗତ କିଛି ଦିନ ହେବ ବିବାଦ ଲାଗି ରହିଥିଲା। ବିଳମ୍ବିତ ରାତିରେ ରାଜକୁମାର ଅମରଦୀପଙ୍କୁ ପଇସା ଦେବା ପାଇଁ ନିଜ ଘରକୁ ଡକାଇଥିଲେ। ଅମରଦୀପ ନିଜ ସାଙ୍ଗ ସୋନୁ ରାଠିଙ୍କ ସହିତ ତାଙ୍କ ଘରେ ପହଞ୍ଚିଥିଲେ।

ଏହି ସମୟରେ ଅମରଦୀପ ନିଜ ସହଯୋଗୀ ରାଜକୁମାର, ତାଙ୍କର ପୁଅ ହର୍ଷଦୀପ ଓ ମନଦୀପଙ୍କ ସହ ରୁମ୍‌ ଭିତରକୁ କଥା ହେବା ପାଇଁ ଚାଲି ଯାଇଥିଲେ। ଭିତରେ କିଛି କଥାକୁ ନେଇ ଜୋର୍‌ରେ ପାଟିତୁଣ୍ଡ ହୋଇଥିଲା ଏବଂ ଚାହୁଁ ଚାହୁଁ ରାଜକୁମାର ନିଜର ଦୁଇ ପୁଅଙ୍କ ସହ ମିଶି ଅମରଦୀପଙ୍କୁ ଗୁଳି କରିଥିଲେ। ଗୁଳି ଶବ୍ଦ ଶୁଣି ସୋନୁ ଯେତେ ବେଳେ ରୁମ୍‌ ଭିତରକୁ ଆସିଥିଲେ, ତ ତାଙ୍କ ଉପରକୁ ମଧ୍ୟ ଗୁଳି ଚଳା ଯାଇଥିଲା। କିନ୍ତୁ ସେପଟେ ଅମରଦୀପଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ଜୀବନ ବଞ୍ଚାଇ ସୋନୁ ସେଠାରୁ ଖସି ଆସି ଘଟଣା ସମ୍ପର୍କରେ ଅମରଦୀପଙ୍କ ଭାଇ ବାଦଲଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇ ବାଦଲ ଯେତେ ବେଳେ ଘଟଣାସ୍ଥଳରେ ପହଞ୍ଚି ଥିଲେ, ତ କିଛି ବୁଝିବା ଆଗକୁ ବାପ ପୁଅ ମିଶି ତାଙ୍କୁ ମଧ୍ୟ ଛାଡ଼ି ନ ଥିଲେ। ଏଥିରେ ବାଦଲ ଆହତ ହୋଇଥିବା ଜଣାପଡ଼ିଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.