ତୁର୍କୀ ଓ ସିରିଆ ପରେ ଜାପାନ ଏବଂ ପପୁଆ ନିଉ ଗିନିଆରେ ଭୂମିକମ୍ପ ଝଟକା, ତୀବ୍ରତା ୬.୫

ତୁର୍କୀ, ଇଣ୍ଡୋନେସିଆ ପରେ ଜାପାନ, ପପୁଆ ନିଉ ଗିନିଆ ଓ ଆଫଗାନିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ୬.୧ ତୀବ୍ରତା ଭୂକମ୍ପରେ ଥରିଛି ଜାପାନ ହୋକାଇଡୋ । ସେହିପରି ପପୁଆ ନିଉ ଗିନିର ନିଉ ବ୍ରିଟେନ୍ ଅଞ୍ଚଳରେ ହୋଇଛି ଭୂମିକମ୍ପ । ସେଠାରେ ରିକ୍ଟର ସ୍କେଲର ତୀବ୍ରତା ରହିଥିଲା ୬.୫ ।

ଗତକିଛି ଦିନ ହେଲାଣି ବିଶ୍ୱର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଝଟକା ଅନୁଭୂତ ହେଉଛି। ତୁର୍କୀ, ଇଣ୍ଡୋନେସିଆ ପରେ ଜାପାନ, ପପୁଆ ନିଉ ଗିନିଆ ଓ ଆଫଗାନିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ୬.୧ ତୀବ୍ରତା ଭୂକମ୍ପରେ ଥରିଛି ଜାପାନ ହୋକାଇଡୋ । ସେହିପରି ପପୁଆ ନିଉ ଗିନିର ନିଉ ବ୍ରିଟେନ୍ ଅଞ୍ଚଳରେ ହୋଇଛି ଭୂମିକମ୍ପ । ସେଠାରେ ରିକ୍ଟର ସ୍କେଲର ତୀବ୍ରତା ରହିଥିଲା ୬.୫ ।

ଆଫଗାନିସ୍ତାନର ଫିରୋଜବାଦରେ ଭୂମିକମ୍ପର ତୀବ୍ରତା ରହିଥିଲା ୪.୩ । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରବିବାର ଭୋର ପ୍ରାୟ ୨ଟା ୧୫ରେ ଆଫଗାନିସ୍ତାନର ଫୈଜାବାଦରୁ ୨୭୩ କିଲୋମିଟର ପୂର୍ବରେ ୪.୩ ତୀବ୍ରତାର ଅନୁଭୂତ ଭୂକମ୍ପ ହୋଇଛି। ଭୂକମ୍ପର କେନ୍ଦ୍ର ୧୮୦ କିଲୋମିଟର ଗଭିରତାରେ ଥିବା ଜଣାପଡିଛି। ତେବେ କ୍ଷୟକ୍ଷତି ନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।

ଗତ କିଛି ଦିନ ତଳେ ତାଜିକିସ୍ତାନ ଓ ଆଫଗାନିସ୍ତାନରେ ଭୂମିକମ୍ପ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଫୈଜାବାଦରୁ ୨୬୫ କିଲୋମିଟର ଦୂର ତାଜିକିସ୍ତାନରେ ଥିଲା। ଏହି ଭୂମିକମ୍ପର ତୀବ୍ରତା ୬.୬ ରେକର୍ଡ କରାଯାଇଥିଲା।

ସୂଚନାଯୋଗ୍ୟ, ଗତ ଶନିବାର ରାତିରେ ୫.୩ ତୀବ୍ରତାର ଭୂମିକମ୍ପ ହୋଇଛି । ଏହାର କେନ୍ଦ୍ର ତୁର୍କୀର ନିଗଡେ ପ୍ରାନ୍ତରେ ରହିଛି । ଫେବୃଆରୀ ୬ରେ ଆସିଥିବା ପ୍ରଳୟଙ୍କରୀ ଭୂମିକମ୍ପ ମୃତକଙ୍କ ସଂଖ୍ୟା ୫୦ ହଜାର ଉପରେ ହେଲାଣି। ତଥାପି ଆଉ ଅନେକ ନିଖୋଜ ରହିଛନ୍ତି । ଭୟଙ୍କର ଭୂମିକମ୍ପରେ ହଜାର ହଜାର ଲୋକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏଥିସହିତ ଲକ୍ଷ ଲକ୍ଷ ବାସଗୃହ ଭୁଶୁଡ଼ି ମାଟିରେ ମିଶି ଯାଇଛି । ଗତ ୬୬ ଘଣ୍ଟା ମଧ୍ୟରେ ୩୭ ଥର ଭୂକମ୍ପ କମ୍ପନ ଦେଖିବାକୁ ମିଳିଛି ।

 

Leave A Reply

Your email address will not be published.