ନିଆରା ଢଙ୍ଗରେ କୁନି ଝିଅର ଜନ୍ମଦିନ ପାଳିଲେ ଦମ୍ପତି, ବିନା କେକ୍ ଓ ଭୋଜି ଭାତରେ ଆୟୋଜନ କଲେ ରକ୍ତଦାନ ଶିବିର

ଆଧୁନିକତା ସଭ୍ୟତା ଠାରୁ ଅନେକ ଦୂରରେ ରହି ଜଣେ ଦମ୍ପତି ପାଳନ କରିଛନ୍ତି ତାଙ୍କର ଏକମାତ୍ର ଶିଶୁକନ୍ୟା ଶ୍ୟାମାସ୍ନିର ଦ୍ବିତୀୟ ଜନ୍ମଦିନ। ଯାହାକୁ ଦେଖି ଅସ୍ତରଙ୍ଗ ଅଞ୍ଚଳର ଲୋକମାନେ ପ୍ରସଂଶାରେ ଅଜାଡି ଦେବା ସହ କୁନି ଝିଅଟିକୁ ଆଶିର୍ବାଦ କରିଛନ୍ତି ।

କାକଟପୁର(କେନ୍ୟୁଜ୍):  ସହରର ଚାକଚକ୍ୟକୁ ଭୁଲି ନିଜ ଜନ୍ମମାଟିରେ ନିଆର ଢଙ୍ଗରେ ଝିଅର ଜନ୍ମଦିନ ପାଳିଲେ ଦମ୍ପତି। ନା କଟାଗଲା କେକ୍ ନା ହେଲା ଭୋଜିଭାତ, କିଛି ଅଲଗା ପ୍ରକାରରେ ପାଳନ ହେଲା ଜନ୍ମଦିନ। ହଁ ଦର୍ଶକବନ୍ଧୁ ଜିର ଆଧୁନିକ ଦୁନିଆରେ ନିଜ ପିଲାମାନଙ୍କ ଜନ୍ମ ଦିନ ପାଳନ କରିବା ପାଇଁ ପିତା ମାତା ମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବାର୍ଥଡେ ପାର୍ଟି ଆୟୋଜନ କରୁଛନ୍ତି। ଏହି ବାର୍ଥଡେ ପାର୍ଟିରେ ଆଧୁନିକତାର ଛାପରେ ଅଗ୍ରସର ହୋଇ ବିଦେଶୀ ସଭ୍ୟତା ଢାଞ୍ଚାରେ ଭୋଜି ଭାତ,ନାଚ ଗୀତ ଭଳି ମଉଜ ମସ୍ତିର ଆସର କରାଯାଇ ଜନ୍ମଦିନକୁ ପାଳନ କରାଯାଏ। ଯେଉଁଥିରେ ସେମାନଙ୍କର ଷ୍ଟାଟସ ବା ଖାନଦାନିର ଉତ୍କଟ ବାସ୍ନା ପରିଲକ୍ଷିତ ହୋଇଥାଏ। ହେଲେ ଏକ ନିଆରା ଢଙ୍ଗରେ ଆଧୁନିକତା ,ଷ୍ଟାଟସ ,ପାଶ୍ଚାତ୍ୟ ସଭ୍ୟତା ଠାରୁ ଅନେକ ଦୂରରେ ରହି ଜଣେ ଦମ୍ପତି ପାଳନ କରିଛନ୍ତି ତାଙ୍କର ଏକମାତ୍ର ଶିଶୁକନ୍ୟା ଶ୍ୟାମାସ୍ନି ର ଦ୍ବିତୀୟ ଜନ୍ମ ଦିନକୁ। ଯାହାକୁ ଦେଖି ଅସ୍ତରଙ୍ଗ ଅଞ୍ଚଳର ଲୋକମାନେ ପ୍ରସଂଶାରେ ଅଜାଡି ଦେବା ସହ କୁନି ଝିଅଟି କୁ ଆଶିର୍ବାଦର ଶୁଅ ଛୁଟିଛି ।

BLOOD

ଅସ୍ତରଙ୍ଗ ବ୍ଲକ ଆଳସାହି ପଂଚାୟତ ର ଅଶନ ଗ୍ରାମର ଯୁବ ସମାଜସେବୀ ସୁର୍ଯ୍ଯକାନ୍ତ ମଲିକ ଏବଂ ତାଙ୍କ ଧର୍ମପତ୍ନୀ ତେଜସ୍ଵିନୀ ମଲିକ ଙ୍କ ଏକମାତ୍ର ଝିଅ ଶ୍ୟାମାସ୍ନିର ଆଜି ହେଉଛି ଦ୍ବିତୀୟ ଜନ୍ମଦିନ। ଝିଅର ଏହି ଜନ୍ମଦିନ ଟିକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି ଏହି ଦମ୍ପତି। ଆଜିର ଦିନରେ ଏକ ରକ୍ତଦାନ ଶିବିର ସହ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଛନ୍ତି। ଏହି ରକ୍ତଦାନ ଶିବିର ଏବଂ ସ୍ବାସ୍ଥ୍ୟ ଶିବିରରେ ଶହ ଶହ ଲୋକେ ରକ୍ତଦାନ କରିବା ସହ ମାଗଣା ସ୍ବାସ୍ଥ୍ୟ ଶିବିରରେ ଚିକିତ୍ସିତ ହେବା ସହ ରୋଗୀମାନଙ୍କୁ ମାଗଣାରେ ଔଷଧ ବିତରଣ କରାଯାଇଥିଲା । ତେବେ ଏହି ଶିବିରରେ ପ୍ରାୟ ୭୦ ଜଣ ରକ୍ତଦାତାଙ୍କ ଠାରୁ ୭୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡିଛି।

କୁନି ଝିଅ ଶ୍ୟାମାସ୍ନିର ଜନ୍ମ ଦିନରେ ରକ୍ତଦାନ ଭଳି ଏକ ମହତ କାର୍ଯ୍ଯର ଆୟୋଜନକୁ ଅସ୍ତରଙ୍ଗ ଅଞ୍ଚଳର ବିଭିନ୍ନ ମହଲରୁ ପ୍ରସଂଶା କରାଯାଉଛି। ଓଡ଼ିଶାରେ ପ୍ରତିବର୍ଷ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କ ପାଇଁ ପାଞ୍ଚ ଲକ୍ଷ ୟୁନିଟ୍ ରକ୍ତର ଆବଶ୍ୟକ ହୋଇଥାଏ କିନ୍ତୁ ବର୍ଷକୁ ମାତ୍ର ତିନି ଲକ୍ଷ ପଚାଷହଜାର ୟୁନିଟ ରକ୍ତ ସଂଗ୍ରହ କରାଯାଇଥାଏ। ଅବଶିଷ୍ଟ ଏକ ଲକ୍ଷ ପଚାଶ ହଜାର ୟୁନିଟ୍ ରକ୍ତ ଅଭାବ ଦେଖାଦେଇଥା ।

BLOOD DONATION

ଏହି ସବୁ ରକ୍ତ ଅଭାବ କାରଣରୁ ପ୍ରତିବର୍ଷ ଅନେକ ରୋଗୀମାନଙ୍କର ମୃତ୍ଯୁ ହୋଇଥାଏ।ଏହି ଅଭାବ ହେଉଥିବା ରକ୍ତର ଆବଶ୍ୟକକୁ ପୂରଣ କରିବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବା ଲକ୍ଷ୍ୟରେ ଅସ୍ତରଙ୍ଗ ଅଞ୍ଚଳର ସୂର୍ଯ୍ କାନ୍ତ ମଲିକ ତାଙ୍କ ଦୁଇ ବର୍ଷର ଝିଅ ଶ୍ୟାମାସ୍ନିଙ୍କ ଜନ୍ମଦିନରେ ଏହି ରକ୍ତଦାନ ଶିବିର ସହ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଆୟୋଜନ କରିଛନ୍ତି। ଲୋକମାନଙ୍କ ଠାରୁ ରକ୍ତଗ୍ରହଣ କରିବା ପାଇଁ ରାଜଧାନୀ ରକ୍ତ ଭଣ୍ଡାରର କର୍ମକର୍ତା ମାନେ ଏଠାରେ ସହଯୋଗ କରିଥିଲେ।

ନିଜ ଦୁଇ ବର୍ଷର ଝିଅର ଜନ୍ମଦିନରେ ରକ୍ତଦାନ ଶିବିର ସହ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରି ସମାଜ ପାଇଁ ଏକ ଉଦାହରଣ ସ୍ରୁଷ୍ଟି କଲେ ଏହି ଦମ୍ପତି। ଯାହାକୁ ଦେଖି ସଭିଏଁ କରୁଛନ୍ତି ପ୍ରଶଂସା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.