ମନ୍ଦିରରେ ପ୍ରେମିକା ସହ ବସି ରୋମାନ୍ସ କରୁଥିଲେ ଯବାନ; ଗାଁର ଯୁବକ ଭିଡିଓ କରିବାରୁ ମୁଣ୍ଡକୁ ମାରିଦେଲେ ଗୁଳି!
ଛୁଟିରେ ଆସିଥିବା ସେନାର ଜଣେ ଯବାନ ନିଜ ପ୍ରେମିକା ସହ ମନ୍ଦିରରେ ବସିଥିଲେ। ଏହା ଦେଖି ଗାଁର ଜଣେ ଯୁବକ ପ୍ରେମୀଯୁଗଳଙ୍କ ଭିଡିଓ ରେକର୍ଡ କରିବାରୁ ଯବାନ ତାଙ୍କୁ ଗୁଳି ମାରି ଦେଇଥିଲେ। ଘଟଣା ଘଟିଛି ମଧ୍ୟପ୍ରଦେଶରେ।
ମଧ୍ୟ ପ୍ରଦେଶର ରିଓ୍ଵା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ମୋବାଇଲରେ ଭିଡିଓ ରେକର୍ଡ କରିବା ଏବଂ ଫଟୋ ଉଠାଇବାକୁ ନେଇ ସେନାର ଜଣେ ଯବାନ ଯୁବକଙ୍କୁ ଗୁଳି କରିଦେଇଛନ୍ତି। ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ମାମଲାରେ ପୋଲିସ ଅଭିଯୁକ୍ତ ଯବାନଙ୍କୁ ଗିରଫ କରିଛି।
କୁହାଯାଉଛି କି, ଛୁଟିରେ ଆସିଥିବା ସେନାର ଯବାନ ନିଜ ପ୍ରେମିକାଙ୍କ ସହ ମନ୍ଦିରରେ ବସିଥିଲେ। ଏହା ଦେଖି ଗାଁର ଜଣେ ଯୁବକ ପ୍ରେମୀଯୁଗଳଙ୍କ ଭିଡିଓ ରେକର୍ଡ କରିବାକୁ ଲାଗିଥିଲେ। ଯବାନଙ୍କ ନଜରରେ ପଡ଼ିବାରୁ ସେ ଭିଡିଓ ଡିଲେଟ୍ କରିବାରୁ ଅନୁରୋଧ କରିଥିଲେ। କିନ୍ତୁ ଯୁବକ ଜଣକ ରାଜି ହୋଇ ନ ଥିଲେ, ଫଳରେ ଯବାନ ଉତ୍ତ୍ୟକ୍ତ ହୋଇ ଯୁବକଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାପରେ ଯୁବତୀଙ୍କୁ ଧରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଆଖ ପାଖରେ ଉପସ୍ଥିତ ଲୋକେ ଆହତ ବୃଜେନ୍ଦ୍ର କୋରିଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଗୁଳି ଯୁବକଙ୍କ ମୁଣ୍ଡରେ ପଶିଛି, ଯେଉଁ କାରଣରୁ ତାଙ୍କ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି। ସେପଟେ ଘଟଣା ବିଷୟରେ ସୂଚନା ମିଳିବା କ୍ଷଣି ପୋଲିସ ସିସିଟିଭି ଫୁଟେଜ୍ ମାଧ୍ୟମରେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିଛି। କୁହାଯାଉଛି କି, ଅଭିଯୁକ୍ତ ବ୍ରଜଭୂଷଣ ତିଓ୍ଵାରୀ ପଟିୟାଲାରେ ପଦସ୍ଥ ଅଛନ୍ତି। ଏବେ ସେ ଛୁଟିରେ ଘରକୁ ଆସିଥିଲେ। ପୋଲିସ ଏହି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି।
मंदिर में बैठ ‘ प्रेमलीला’ कर रहे थे, फोटो खींचा तो गोली मार दी !| MP Tak@Dial100_MP pic.twitter.com/gX06IfAvdf
— MP Tak (@MPTakOfficial) March 6, 2023