ଲୋକପ୍ରିୟ ଓଡ଼ିଆ ଡିଜେ ଆଜେକ୍ସଙ୍କ ପରଲୋକ, ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ

ଡିଜେ ଆଜେକ୍ସଙ୍କ ସନ୍ଦେହଜନକ ମୃତ୍ୟୁ। କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କଲେ ପରିବାର ଲୋକେ। ପରେ ତାଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ଭୁବନେଶ୍ୱର (କେନ୍ୟୁଜ): ଲୋକପ୍ରିୟ ଓଡ଼ିଆ ଡିଜେଙ୍କ ପରଲୋକ । ଡିଜେ ଆଜେକ୍ସଙ୍କ ସନ୍ଦେହଜନକ ମୃତ୍ୟୁ। ଭୁବନେଶ୍ୱର ସ୍ଥିତ ନିଜ ଘରେ ଆଜେକ୍ସ ଆତ୍ମହତ୍ୟା କରିଥିବା କୁହାଯାଉଛି । ଖାରବେଳନଗର ସ୍ଥିତ ନିଜ ଘରେ ବେଡ଼ସିଟ୍‌ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା। କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କଲେ ପରିବାର ଲୋକେ। ଗତକାଲି ଝଡ଼ ବର୍ଷା ବେଳେ ଲାଇନ୍‌ ଯିବା ପରେ ଅକ୍ଷୟ ଆତ୍ମହତ୍ୟା କରିଥିବା ସୂଚନା ଦେଇଛନ୍ତି ତାଙ୍କ ଦାଦା। ଲାଇନ୍‌ ଆସିବା ପରେ ଅକ୍ଷୟଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ।

ପରେ ତାଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଜଣେ ଜଣାଶୁଣା ଡିଜେ ଭାବେ ପ୍ରାୟ ଦଶ ବର୍ଷ ଧରି ଯୁବପିଢ଼ିଙ୍କ ମନୋରଞ୍ଜନ କରୁଥିଲେ ଆଜେକ୍ସ । ଇନଷ୍ଟାଗ୍ରାମରେ ତାଙ୍କର ୯୦ ହଜାରରୁ ଅଧିକ ଫଲୋଅର୍ସ ଅଛନ୍ତି । ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାରଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ । ତାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲରେ ରହିଛି । ପୋଲିସ ମୋବାଇଲ ଫୋନ୍‌ ଜବତ କରି ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.