ଶାଶୁ ଘର ବହୁତ ଦୂର…ମୁଁ ଯିବିନି, ଏମିତି କହି କାନ୍ଦି କାନ୍ଦି ଅଧାରୁ ଘରକୁ ଫେରିଲା କନ୍ୟା

ବିବାହ ପରେ ଶାଶୁ ଘରକୁ ନ ଯାଇ ଅଧା ରାସ୍ତାରୁ ଘରକୁ ଫେରିଲା କନ୍ୟା । ଶାଶୁଘର ବହୁତ ଦୂର… ମୁଁ ଏତେ ବାଟ ଯିବାକୁ ଚାହୁଁନି । ମୁଁ ମୋ ଘର ଆଖପାଖରେ ରହିବାକୁ ଚାହୁଁଛି ।

ଶାଶୁଘର ବହୁତ ଦୂର… ମୁଁ ଶାଶୁଘର ଯିବିନି । ଅଧାରାସ୍ତାରୁ କାନ୍ଦି କାନ୍ଦି ବାପ ଘରକୁ ଫେରିଲା କନ୍ୟା । ବେଦୀକୁ ଆସିବାର ଠିକ୍ ପୂର୍ବରୁ କନିଆ ଫେରାର ହୋଇଯିବା ଏବଂ ବିବାହ ପରେ କନିଆ ଫେରାର ହୋଇଯିବା, ଶାଶୁଘରେ ନିର୍ଯାତନା ସହ ଘରକୁ ଫେରିଆସୁଥିବା ଖବର ଆପଣମାନେ ନିଶ୍ଚିତ ଶୁଣିଥିବେ । ହେଲେ କୌଣସି କନ୍ୟା ବାହାଘର ପରେ ଶାଶୁଘର ବହୁତ ଦୂର କରି ଅଧା ରାସ୍ତାରୁ ଫେରି ଆସିଥିବା ହୁଏତ ଆପଣ ପ୍ରଥମ ଥର ପାଇଁ ଶୁଣିବାକୁ ପାଇଥିବେ ।

ଖବର ମୁତାବକ, ବାରାଣାସୀ ନିବାସୀ ବୈଷ୍ଣବଙ୍କ ବିବାହ ରବିଙ୍କ ସହ ସ୍ଥିର ହୋଇଥିଲା । ପରିବାର ସଦସ୍ୟଙ୍କ ସହମତି ପୂର୍ବରୁ ଉଭୟେ କୋର୍ଟରେ ବିବାହ କରିଥିଲେ ଏବଂ ଏହା ପରେ ସେମାନେ ବୈଦିକ ରୀତିନୀତିରେ ବିବାହ କରିଥିଲେ । ଏହା ପରେ କନ୍ୟାର ବିଦାୟ ହୋଇଥିଲା । ହେଲେ ଫେରିବା ସମୟରେ ଅଧା ରାସ୍ତାରେ କନ୍ୟା କରିଥିଲେ ଅଜବ ପାଗଳାମି ।

ଶାଶୁଘରକୁ ଯିବା ପାଇଁ ଅଧା ରାସ୍ତାରେ ପହଞ୍ଚିବା ପରେ ଆଉ ଶାଶୁ ଘରକୁ ନ ଯିବାକୁ ଜିଦି ଧରିଥିଲେ କନ୍ୟା । ୪୦୦ କିମି ଯାତ୍ରା କରିଥିବା ବେଳେ ଆଉ ୯୦୦ କିମି ବାଟ ଯିବାର ଥିଲା । ଏହା ଜାଣିବା ପରେ କନ୍ୟା ଜଣକ ଏଭଳି ଜିଦି ଧରିଥିଲେ । ଏହାପରେ କନ୍ୟା ଜଣକ ରାସ୍ତାରେ ପାଟ୍ରୋଲିଂ କରୁଥିବା ପୋଲିସ ପାଖରେ ପହଞ୍ଚିଥିଲା ।

କନ୍ୟା ଜଣକ ଅଭିଯୋଗ କରିଥିଲେ କି, ବିବାହ ପୂର୍ବରୁ କୁହାଯାଇଥିଲା ଯେ, ତାଙ୍କ ଶାଶୁଘର ପ୍ରୟାଗରାଜ କିନ୍ତୁ ଏବେ ବିକାନେର ନେଇ ଯାଉଛନ୍ତି । ଯାହା କନିଆ ଘର ଠାରୁ ୧୩୦୦ କିମିଦୂର । ତେଣୁ ଏତେ ଦୂର ମୁଁ ଯବିନି । ସେ ସାତ ଘଣ୍ଟା ଯାତ୍ରା କରି ଥକି ଯାଇଛନ୍ତି ଏବଂ ତାଙ୍କ ଶାଶୁ ଘରକୁ ଯିବାକୁ ଚାହୁଁନାହାଁନ୍ତି। ସେ ତାଙ୍କ ମାଠାରୁ ବହୁତ ଦୂରରେ ଯିବାକୁ ଚାହୁଁନାହାଁନ୍ତି ଏବଂ ବିବାହ ବିଚ୍ଛେଦ କରିବାକୁ ଚାହୁଁଛି। ତେବେ କନ୍ୟାକୁ ବୁଝାସୁଝା କରିବା ପରେ ମଧ୍ୟ ସେ ନିଜ ଜିଦରେ ଅଟଳ ରହିଥିଲେ । ତେଣୁ ପୋଲିସ କନ୍ୟା ସପକ୍ଷରେ କହି ତାଙ୍କୁ ବାରଣାସୀ ପଠାଇଥିଲା ।

Leave A Reply

Your email address will not be published.