ପୁରାଣ ପ୍ରସିଦ୍ଧ ବାରୁଣୀ ବୁଡ଼

ଦୀର୍ଘ ତିନିବର୍ଷ ପରେ ଅନୁଷ୍ଠିତ ହୋଇଛି ପ୍ରସିଦ୍ଧ ବାରୁଣୀ ବୁଡ଼, ଏନେଇ ପୁଣ୍ୟତୋୟା ବୈତରଣୀ କୂଳ ହୋଇଛି ଲୋକାରଣ୍ୟ ।ବିଶ୍ୱାସ ରହିଛି ଏହି ପବିତ୍ର ଦିନରେ ପୂର୍ବ ପୂରୁଷ ମାନେ ଆସି ପିଣ୍ଡ ପାଇବା ପାଇଁ ବୈତରଣୀ ନଦୀ କୁଳରେ ଅପେକ୍ଷା କରିଥାନ୍ତି । ସେଥିପାଇଁ ପୂର୍ବପୁରୁଷଙ୍କୁ ପିଣ୍ଡଦାନ ପାଇଁ ବିଶେଷ ଭିଡ ହୋଇଥାଏ ।

ଅନୁଷ୍ଠିତ ହୋଇଛି ପ୍ରସିଦ୍ଧ ବାରୁଣୀ ବୁଡ଼ । ଦୀର୍ଘ ତିନିବର୍ଷ ପରେ ଚଳିତ ଥର ପୁଣି ଥରେ ଆରମ୍ଭ ହୋଇଛି ବୈତରଣୀ ଘାଟରେ ବୁଡ଼ ପକାଇବା ପରମ୍ପରା। କରୋନା ପାଇଁ ଏହା ବନ୍ଦ ଥିଲା। କିନ୍ତୁ ଏଥର ବଡ଼ ଆଡମ୍ବର ସହକାରେ ପବିତ୍ର ପୂଣ୍ୟତୋୟା ବୈତରଣୀ କୂଳରେ ପାଳିତ ହୋଇଯାଇଛି। ଏଥିପାଇଁ ଯାଜପୁରର ଦଶାଶ୍ୱମେଧ ଘାଟରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ବାରୁଣୀ ସ୍ନାନ କରିଛନ୍ତି । ଏଥିସହିତ ବୈତରଣୀ ନଦୀ କୂଳରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଛନ୍ତି । ଏହି ଇତିହାସ ବର୍ଣ୍ଣିତ ଓ ପୁରାଣ ପ୍ରସିଦ୍ଧ। ବାରୁଣୀ ସ୍ନାନ ପାଇଁ ଜିଲ୍ଳା ଓ ଜିଲ୍ଳା ବାହାରୁ ବହୁ ଭକ୍ତ ଯୋଗ ଦେଇଛନ୍ତି । ଏହି ଅବସରରେ ଅନୁଷ୍ଠିତ ମେଳା ଆସନ୍ତା ୭ ଦିନ ଧରି ଚାଲିବ ।

ବିଶ୍ୱାସ ରହିଛି ପୂଣ୍ୟତୋୟା ବୈତରଣୀ ଗଙ୍ଗା ନଦୀ ଠାରୁ ୧୨ ବର୍ଷ ବଡ଼। ସେଥିପାଇଁ ପ୍ରତିବର୍ଷ ଆଜିର ଦିନରେ ଏଠାରେ ସ୍ନାନ କରିବା ସହିତ ବୁଡ଼ ପକାଇଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ । ଏଥିପାଇଁ ଆଜି ପାପହାରିଣୀ ବୈତରଣୀ ନଦୀ କୂଳ ହୋଇଛି ଲୋକାରଣ୍ୟ । ନଦୀରେ ପବିତ୍ର ସ୍ନାନ କରିବା ଓ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପାଇଁ ହୋଇଛି ହଜାର ହଜାର ଭକ୍ତଙ୍କ ସମାଗମ । ଶାସ୍ତ୍ରୀୟ ମତ ଅନୁସାରେ ବୈତରଣୀରେ ଯୋଗସ୍ନାନ,ପିଣ୍ଡଦାନ ଓ ଗୋଦାନ ପ୍ରଭୃତି କରାଯାଏ । ଗଙ୍ଗାନନଦୀ ପରି ଏହି ନଦୀରେ ପ୍ରତିବର୍ଷ ଚୈତ୍ର ମାସ ତ୍ରୟୋଦଶୀ ତିଥି ଶତ ଭିକ୍ଷା ନକ୍ଷତ୍ର ତିଥିରେ ପବିତ୍ର ଯୋଗସ୍ନାନ କରାଯାଏ । ବିଶ୍ୱାସ ରହିଛି ଏହି ପବିତ୍ର ଦିନରେ ପୂର୍ବ ପୂରୁଷ ମାନେ ଆସି ପିଣ୍ଡ ପାଇବା ପାଇଁ ବୈତରଣୀ ନଦୀ କୁଳରେ ଅପେକ୍ଷା କରିଥାନ୍ତି । ସେଥିପାଇଁ ପୂର୍ବପୁରୁଷଙ୍କୁ ପିଣ୍ଡଦାନ ପାଇଁ ବିଶେଷ ଭିଡ ହୋଇଥାଏ ।

ଗତ ୩ ବର୍ଷ ଧରି ଏଠାରେ ବାରୁଣୀ ବୁଡ଼ କୋଭିଡ ପାଇଁ ବନ୍ଦ ରହିଥିଲା। କିନ୍ତୁ ଚଳିତବର୍ଷ କୋଭିଡ କଟକଣା ହଟିବା ଫଳରେ ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି। ପ୍ରବଳ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ବୁଡ଼ ଓ ସ୍ନାନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏହି ଅବସରରେ ଯାଜପୁର ପୌରପ୍ରଶାସନ ପକ୍ଷରୁ ବିରାଟ ମେଳା ର ମଧ୍ୟ ଆୟୋଜନ ହୋଇଛି । ଆସନ୍ତା ୭ ଦିନ ଧରି ଏହି ମେଳା ଚାଲିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.