ପଞ୍ଜାବରେ ହଠାତ୍‌ ମାଡ଼ି ଆସିଲା ଖଣ୍ଡିଆ ଭୂତ, ଦେଖନ୍ତୁ କିଭଳି ପ୍ରକୋପ ଦେଖାଇଛି

ଯାହା ପାଇଲା ସାଙ୍ଗରେ ଉଡ଼େଇ ନେଲା । ୫୦ ଘରର ଛପର ଉଡ଼ିଯାଇଛି । ଉପୁଡି ପଡିଛି ବହୁ ବଡ଼ ବଡ଼ ଗଛ । ଘର କାନ୍ଥ ଭାଙ୍ଗିଛି । ପବନର ବେଗ ଏତେ ଅଧିକ ଥିଲା ଯେ କିଛି ସ୍ଥାନରେ ଲୋକଙ୍କ ଉପରେ ପଡ଼ିଯାଇଥିଲା କାନ୍ଥ

କେନ୍ୟୁଜ୍(ବ୍ୟୁରୋ): ପଞ୍ଜାବରେ ଭୟଙ୍କର ଧୂଳି ଝଡ଼ । ହଠାତ୍‌ ମାଡ଼ି ଆସିଲା ଖଣ୍ଡିଆ ଭୂତ । ପ୍ରବଳ ବେଗରେ ପବନ ବହିଲା । ଆକାଶକୁ ଛୁଇଁଲା ଭଳି ଆକାର । ଦେଖନ୍ତୁ ଖଣ୍ଡିଆ ଭୂତ କିଭଳି ପ୍ରକୋପ ଦେଖାଇଛି । ଏହି ଚିତ୍ର ଦର୍ଶାଉଛି କେତେ ଭୟଙ୍କର ପ୍ରଭାବ ଦେଖାଇଛି । ପଞ୍ଜାବ ଅବୋହର ଜିଲ୍ଲାରେ ଆଜି ଏହି ଖଣ୍ଡିଆ ଭୂତ ପ୍ରଭାବ ଛାଡିଥିଲା । ଯାହା ପାଇଲା ସାଙ୍ଗରେ ଉଡ଼େଇ ନେଲା । ୫୦ ଘରର ଛପର ଉଡ଼ିଯାଇଛି । ଉପୁଡି ପଡିଛି ବହୁ ବଡ଼ ବଡ଼ ଗଛ । ଘର କାନ୍ଥ ଭାଙ୍ଗିଛି । ପବନର ବେଗ ଏତେ ଅଧିକ ଥିଲା ଯେ କିଛି ସ୍ଥାନରେ ଲୋକଙ୍କ ଉପରେ ପଡ଼ିଯାଇଥିଲା କାନ୍ଥ । କିନ୍ତୁ କାହାର ମୃତ୍ୟୁ ହୋଇନି । ଗଛ ପଡ଼ିଥିବାରୁ ବିଭିନ୍ନ ସ୍ଥାନରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ପ୍ରଭାବିତ ଅଞ୍ଚଳରେ ବିଏସଏଫ୍‌ ଯବାନ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଛନ୍ତି । ରାସ୍ତାରେ ପଡ଼ିଥିବା ଗଛ କାଟି ସଫା କରୁଛନ୍ତି ବିଏସଏଫ୍‌ ଯବାନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.