ରାମନବମୀରେ ମହାପ୍ରଭୁଙ୍କ ରଥ କାଠ ଚିରଟ ଅନୁକୂଳ, ଖପୁରିଆ ସରକାରୀ ସ’ମିଲରେ କାର୍ଯ୍ୟ ଆରମ୍ଭ

ଚିରଟ ସମୟରେ ପୁରୀ ମନ୍ଦିର ପ୍ରଶାସନର ଅଧିକାରୀ ଓ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଥିବା ମହାରଣା ସେବାୟତମାନେ ଉପସ୍ଥିତ ଥିଲେ। ଶ୍ରୀମନ୍ଦିରରୁ ଆଜ୍ଞା ମାଳା ଆସିବା ପରେ ଯଥା ରୀତିନୀତି ପୂଜାର୍ଚ୍ଚନା ପରେ ଚିରଟ କାର୍ଯ୍ୟ ଆରମ୍ଭ ହୋଇଛି।

କଟକ(କେନ୍ୟୁଜ୍):ପବିତ୍ର ରାମନବମୀ ଅବସରରେ ଆଜି ମହାପ୍ରଭୁଙ୍କ ରଥ କାଠ ଚିରଟ ଅନୁକୂଳ ହୋଇଛି। କଟକ ଖପୁରିଆ ସ୍ଥିତ ସରକାରୀ ସ’ମିଲ ରେ ଏହି ରଥ ଚିରଟ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ପରମ୍ପରା ମୁତାବକ ୧୨ଫୁଟ ଲମ୍ବ ବିଶିଷ୍ଟ ତିନିଖଣ୍ଡ ଧଉରା କାଠ ଚିରଟ କରାଯାଇଛି।

ଚିରଟ ସମୟରେ ପୁରୀ ମନ୍ଦିର ପ୍ରଶାସନର ଅଧିକାରୀ ଓ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଥିବା ମହାରଣା ସେବାୟତମାନେ ଉପସ୍ଥିତ ଥିଲେ। ଶ୍ରୀମନ୍ଦିରରୁ ଆଜ୍ଞା ମାଳା ଆସିବା ପରେ ଯଥା ରୀତିନୀତି ପୂଜାର୍ଚ୍ଚନା ପରେ ଚିରଟ କାର୍ଯ୍ୟ ଆରମ୍ଭ ହୋଇଛି। ରଥ ନିର୍ମାଣ ପାଇଁ ୮୬୪ଖଣ୍ଡ କାଠର ଆବଶ୍ୟକତା ଥିବା ବେଳେ ସେଥିମଧ୍ୟରୁ ଗତ ବର୍ଷର ୧୧୮ଖଣ୍ଡ କାଠ ବଳକା ଥିଲା ।

ବାକି ଆବଶ୍ୟକ ହେଉଥିବା ୭୪୭ଖଣ୍ଡ ଆସିବା ପାଇଁ ବନ ବିଭାଗକୁ ଅବଗତ କରାଯାଇଛି। ନୟାଗଡର ଦଶପଲ୍ଲା ସମେତ ଜିଲ୍ଲାର ଅନ୍ୟ ସ୍ଥାନରୁ କାଠ ସଂଗ୍ରହ କରାଯାଇ ଏହି ଖପୁରିଆ ସ’ ମିଲ ଅଭିମୁଖେ ଆସିବ। ରଥ କାଠ ମଧ୍ୟରେ ଅସନ,ଧଉରା,ଫାସୀ ସମେତ ବହୁ ମୂଲ୍ଯବାନ କାଠ ରହିଛି। କାଠ ଗୁଡିକ ଏଠାରେ ପହଞ୍ଚିବା ପରେ ପର୍ଯ୍ୟାୟ କ୍ରମେ ସବୁ ଏହି କାଠକୁ ଆବଶ୍ୟକ ମୁତାବକ ସାଇଜରେ ମେସିନ ସାହାଯ୍ୟରେ ଚିରଟ ହେବ। ବହୁ ଶୀଘ୍ର କାଠ ଚିରଟ ହୋଇ ପୁରୀ ଅଭିମୁଖେ ଯାତ୍ରା କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.