୩୦ କୋଟି ଟଙ୍କାର ସମ୍ପତ୍ତି, ନାତି ଆଇଏଏସ ଅଫିସର, ତଥାପି ଶୁଖିଲା ରୁଟିରେ ବିତୁଥିଲା ଜୀବନ, ଶେଷରେ ଜୀବନ ହାରିଦେଲେ ବୁଢ଼ା ବାପା-ମା’

ବୁଢ଼ା ବାପା-ମା’ଙ୍କର ଶେଷ ଜୀବନରେ ସାହାରା ପାଲଟିଥାଏ ପୁଅ । ହେଲେ ପୁଅ ପାଇଁ ଯଦି ବାପା-ମା’ ବୋଝ ପାଲଟି ଯାଆନ୍ତି । ସେଠି ବାପା-ମା’ଙ୍କ ଜୀବନ ଦୁର୍ବିସହ ହୋଇ ପଡିଥାଏ । ଏମିତି ଏକ ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି ହରିୟାଣାର ଚଖରୀ ଦାଦରୀ ଅଂଚଳରେ । ପୁଅର ବ୍ୟବହାରରେ ଅତିଷ୍ଠ ହୋଇ ବୁଢ଼ା ବାପା-ମା’ ଶେଷରେ ଆତ୍ମହତ୍ୟା କରିଛନ୍ତି ।

ଚଣ୍ଡୀଗଡ଼ : ବୁଢ଼ା ବାପା-ମା’ଙ୍କର ଶେଷ ଜୀବନରେ ସାହାରା ପାଲଟିଥାଏ ପୁଅ । ହେଲେ ପୁଅ ପାଇଁ ଯଦି ବାପା-ମା’ ବୋଝ ପାଲଟି ଯାଆନ୍ତି । ସେଠି ବାପା-ମା’ଙ୍କ ଜୀବନ ଦୁର୍ବିସହ ହୋଇ ପଡିଥାଏ । ଏମିତି ଏକ ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି ହରିୟାଣାର ଚଖରୀ ଦାଦରୀ ଅଂଚଳରେ । ପୁଅର ବ୍ୟବହାରରେ ଅତିଷ୍ଠ ହୋଇ ବୁଢ଼ା ବାପା-ମା’ ଶେଷରେ ଆତ୍ମହତ୍ୟା କରିଛନ୍ତି ।

ହରିୟାଣା ଦାଦରୀ ଅଂଚଳରେ ରୁହନ୍ତି ଜଗଦିଶ ଚନ୍ଦ୍ର ଆର୍ଯ୍ୟ (୭୮) ଓ ପତ୍ନୀ ଭାଗଲୀ ଦେବୀ(୭୭) । ପୁଅର ୩୦ କୋଟି ଟଙ୍କାର ସମ୍ପତ୍ତି ଥିବା ବେଳେ ନାତୀ ଜଣେ ଆଇଏଏସ୍‌ ଅଫିସର । ୨୦୨୧ ମସିହାରେ ନାତୀ ବିବେକ ଆର୍ଯ୍ୟା ଆଇଏଏସ ପାଇଛନ୍ତି ।

ହେଲେ ବୁଢ଼ା ବାପା-ମା’ଙ୍କୁ ଭଲକରି ଦୁଇ ଓଳି ଖାଇବାକୁ ଦେଉନଥିଲା ପୁଅ । ବାପା ୨ ବର୍ଷ ଅନାଥ ଆଶ୍ରମରେ କାଟିବା ପରେ ପତ୍ନୀଙ୍କ ଦେହ ଖରାପ ହେବାରୁ ପୁଅ ପାଖକୁ ଫେରିଥିଲେ । ହେଲେ ପ୍ରତିଦିନ ଶୁଖିଲା ବାସି ରୁଟି ଖାଇ ଖାଇ ଶେଷରେ ଜୀବନ ହାରିବାକୁ ନିଷ୍ପତ୍ତି ନେଲେ ।

ଆତ୍ମହତ୍ୟା କରିବା ପୂର୍ବରୁ ଜଗଦୀଶ ଚନ୍ଦ୍ର ଏକ ସୁଇସାଇଡ ନୋଟରେ ସବୁ କଥା ଲେଖିବା ପରେ ପୋଲିସକୁ ଫୋନ କରି ସୁଇସାଇଡ କରିଥିଲେ । ଜଗଦୀଶ ସୁଇସାଇଡ ନୋଟରେ ଲେଖିଥିଲେ ଯେ ପୁଅର ବାଦଡାରେ ୩୦ କୋଟି ଟଙ୍କାର ସମ୍ପତ୍ତି ଅଛି । ହେଲେ ଆମକୁ ଶୁଖିଲା ବାସି ରୁଟି ଖାଇବାକୁ ଦେଉଛି ।

ଏହି କଷ୍ଟ ଆଉ ସହିପାରୁନାହୁଁ । ତେଣୁ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲୁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁଇସାଇଡ ନୋଟ ଜବତ କରିବା ସହ ଗୁରୁତର ବୁଢ଼ା ବାପା-ମା’ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛି ।  ପରିବାରର ୪ ଜଣଙ୍କ ନାମରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.