୧୪ ବିରୋଧୀ ଦଳ ନିରାଶ, ଇଡି-ସିବିଆଇର ଅଧିକାରକୁ ନେଇ ଦାଖଲ ପିଟିସନ ସୁପ୍ରିମ୍‌କୋର୍ଟରେ ଖାରଜ

କଂଗ୍ରେସ ନେତୃତ୍ୱରେ ୧୪ ବିରୋଧୀ ଦଳଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଛି। ଏହା ଉପରେ ଶୁଣାଣି କରିବାକୁ କୋର୍ଟ ମନା କରିଛନ୍ତି।

ବିଗତ ଅନେକ ବର୍ଷ ଧରି ବିରୋଧୀ ଦଳମାନେ ଲଗାତାର ଭାବେ ମୋଦି ସରକାରଙ୍କ ବିରୋଧରେ ଇଡି ଓ ସିବିଆଇ ଭଳି ଏଜେନ୍ସିର ଦୂରୁପଯୋଗ ନେଇ ଅଭିଯୋଗ କରିଆସୁଛନ୍ତି। ଏ ସମ୍ପର୍କରେ ୧୪ଟି ଦଳ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ, ଯାହା ଏବେ ଖାରଜ ହୋଇଛି।

କଂଗ୍ରେସ ନେତୃତ୍ୱରେ ୧୪ ବିରୋଧୀ ଦଳଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଏହା ଉପରେ ଶୁଣାଣି କରିବାକୁ ମନା କରିଦେଇଛନ୍ତି କୋର୍ଟ। ଏହି ଆବେଦନରେ କରାଯାଇଥିବା ଅଭିଯୋଗ ମୁତାବକ, ବିରୋଧୀ ନେତାମାନଙ୍କ ବିରୋଧରେ ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିଗୁଡ଼ିକର ଅପବ୍ୟବହାର ହେଉଛି।

ଏହା ବ୍ୟତୀତ ବିରୋଧୀ ଦଳମାନେ ଏକ ନୂଆ ସେଟ୍ ମଧ୍ୟ ଦାବି କରିଥିଲେ, ଯାହା ଅଧୀନରେ ଗିରଫଦାରୀ, ରିମାଣ୍ଡ ଏବଂ ଜାମିନକୁ ନିୟନ୍ତ୍ରଣ କରାଯାଇ ପାରିବ। କୋର୍ଟ ଏହି ଆବେଦନ ପାଇଁ ବିରୋଧୀ ଦଳମାନଙ୍କୁ ମଧ୍ୟ ତାଗିଦ କରିଛନ୍ତି। ନେତାଙ୍କ ପାଇଁ ସେମାନେ ଅଲଗା ନିୟମ କରି ପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି।

ଅନ୍ୟପକ୍ଷରେ ବିରୋଧୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭି କୋର୍ଟରେ ହାଜର ହୋଇଥିଲେ। ସେ ତଥ୍ୟ ରଖିଥିଲେ ଯେ ୨୦୧୪-୨୨ ମଧ୍ୟରେ ଇଡି ୧୨୧ ନେତାଙ୍କ ବିରୋଧରେ ତଦନ୍ତ କରିଥିଲା, ସେମାନଙ୍କ ମଧ୍ୟରୁ ୯୫% ଥିଲେ ବିରୋଧୀ ଦଳର ନେତା।

ଏହି ଯୁକ୍ତି ଶୁଣିବା ପରେ କୋର୍ଟ କହିଥିଲେ କି, ତଥ୍ୟ ନିଜ ଜାଗାରେ ଠିକ୍‌ ଅଛି। କିନ୍ତୁ ଏମିତି ନୁହେଁ ଯେ ନେତାମାନେ ସାଧାରଣ ନାଗରିକଙ୍କଠାରୁ ଭିନ୍ନ ଏବଂ ସେମାନଙ୍କୁ ତଦନ୍ତରୁ ମୁକ୍ତ କରାଯିବା ଦରକାର। ତଦନ୍ତରୁ ବଞ୍ଚିବା ପାଇଁ ନେତାମାନଙ୍କ ପାଖରେ କୌଣସି ଅଧିକାର ନାହିଁ। ତେଣୁ ସେମାନେ ଏହି ନିବେଦନ ଉପରେ ଶୁଣାଣି କରିପାରିବେ ନାହିଁ।

Leave A Reply

Your email address will not be published.