ଆଜି ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ସନରାଇଜର୍ସ ହାଇଦ୍ରାବାଦ

ଆଇପିଏଲ ୨୦୨୩ରେ ପରସ୍ପରକୁ ଟକ୍କର ଦେବେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ସନରାଇଜର୍ସ ହାଇଦ୍ରାବାଦ । ଚଳିତ ଆଇପିଲରେ ଲକ୍ଷ୍ନୌର ତୃତୀୟ ମ୍ୟାଚ୍‌ । ହାଇଦ୍ରାବାଦ ପ୍ରଥମ ମ୍ୟାଚ ହାରିବା ପରେ ଆଜି ସମସ୍ତ ପ୍ରକାର ଚେଷ୍ଟା କରିବ ।

ଆଇପିଏଲ୍‌ ୨୦୨୩ରେ ଆଜି ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ସନରାଇଜର୍ସ ହାଇଦ୍ରାବାଦ । ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ପରସ୍ପର ସହିତ ମୁହାଁମୁହିଁ ହେବେ । ଏହା ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଗୋଟିଏ ମ୍ୟାଚ ହୋଇଛି । ଆଇପିଏଲ୍‌ ୨୦୨୨ରେ ଲକ୍ଷ୍ନୌ ଟିମକୁ ୧୨ ରନରେ ପରାସ୍ତ କରିଥିଲା ହାଇଦ୍ରାବାଦ ।

ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଦକ୍ଷିଣ ଆଫ୍ରିକୀୟ ଏଦେନ ମାରକ୍ରମଙ୍କ ନେତୃତ୍ବରେ ଲକ୍ଷ୍ନୌରେ ଲକ୍ଷ୍ନୌ ସୁପର ଜିଏଣ୍ଟସକୁ ଭେଟିବ। ପ୍ରଥମ ମ୍ୟାଚରେ ମାରକ୍ରମଙ୍କ ଅନୁପସ୍ଥିତରେ ଭୁବନେଶ୍ବର କୁମାର ଏହି ଦଳର ନେତୃତ୍ବ ନେଇଥିଲେ। ହେଲେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦଳ ୭୨ ରନ୍ର ବଡ଼ ବ୍ୟବଧାନରେ ପରାଜୟ ବରଣ କରିଥିଲା।

ଅନ୍ୟପକ୍ଷରେ କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ସୁପର ଜିଆଣ୍ଟସ ୨ ମ୍ୟାଚ୍ ଖେଳି ଗୋଟିଏ ଲେଖାଏଁ ବିଜୟ ଓ ପରାଜୟର ସାମ୍ନା କରିଛି ।

ସନରାଇଜର୍ସ ହାଇଦ୍ରାବାଦ: ଏଦେନ ମାରକ୍ରମ , ଭୁବନେଶ୍ବର କୁମାର, ଅଭିଷେକ ଶର୍ମା, ମୟଙ୍କ ଅଗ୍ରୱାଲ, ଟି ନଟରାଜନ, ଅଦିଲ ରସିଦ, ସାନବୀର ସିଂହ, ଉମ୍ରାନ ମଲ୍ଲିକ, ୱାସିଂଟନ ସୁନ୍ଦର, ଉପେନ୍ଦ୍ର ଯାଦବ, ଅବଦ୍‌ୁଲ ସମଦ।

ଲକ୍ଷ୍ନୌ ସୁପର ଜିଆଣ୍ଟସ: କେଏଲ୍ ରାହୁଲ , କାଇଲ ମେୟର୍ସ, ଦୀପକ ହୁଡ଼ା, କୃନାଲ ପାଣ୍ଡ୍ୟା, ନିକୋଲାସ ପୂରନ, ଆୟୁଷ ବାଦୋନି, ଆଭେଶ ଖାନ, ମାର୍କ ଉଡ, କୃଷ୍ଣାପ୍ପା ଗୌତମ, ରବି ବିଷ୍ଣୋଇ, ମୟଙ୍କ ଯାଦବ।

 

Leave A Reply

Your email address will not be published.