ମେଟ୍ରୋ ଟ୍ରେନରେ ପୋଷାକ ଓହ୍ଲାଇ ସ୍ନାନ କଲେ ଯୁବକ, ଭାଇରାଲ୍ ହେଉଛି ଭିଡିଓ

ସୋସିଆଲ ମିଡିଆରେ ଡ୍ୟାନ୍ସ , ଅଭିନୟ, ଷ୍ଟଣ୍ଟ ଭିଡିଓ ବିଶେଷ ଭାବେ ଦେଖିବାକୁ ମିଳେ ହେଲେ ଏଥର ଏହି ଭିଡିଓରେ ଜଣେ ଯୁବକ ମେଟ୍ରୋ ଟ୍ରେନରେ ପୋଷାକ ଓହ୍ଲାଇ ସ୍ନାନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି।

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ କିଏ କେତେ ବେଳେ ଭାଇରାଲ ହୋଇଯାଏ, ତାହା କେହି କରିପାରିବେ ନାହିଁ । ଆଉ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ୍ ହେବାପାଇଁ ଲୋକେ କିଛି ବି କରିବାକୁ ପ୍ରସ୍ତୁତ। ଏହାରି ଭିତରେ ପୁଣି ଏମିତି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଦେଖି ଆପଣମାନେ ଆଶ୍ଚର୍ଯ୍ଯ ଚକିତ ହୋଇଯିବେ। ସୋସିଆଲ ମିଡିଆରେ ଡ୍ୟାନ୍ସ , ଅଭିନୟ, ଷ୍ଟଣ୍ଟ ଭିଡିଓ ବିଶେଷ ଭାବେ ଦେଖିବାକୁ ମିଳେ ହେଲେ ଏଥର ଏହି ଭିଡିଓ ରେ
ଜଣେ ଯୁବକ ମେଟ୍ରୋ ଟ୍ରେନରେ ପୋଷାକ ଓହ୍ଲାଇ ସ୍ନାନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି।

ଏହି ଘଟଣା ଟି ନ୍ୟୁୟର୍କ ସିଟିରେ ଘଟିଥିବା କୁହାଯାଉଛି। ଯାହା ଦେଖିବାକୁ ମିଳୁଛି, ଜଣେ ଯୁବକ ମେଟ୍ରୋ ଟ୍ରେନରେ ଯାତ୍ରା କରୁଥିବା ବେଳେ ହଠାତ ସେ ସିଟରୁ ଉଠି ପଡ଼ି ଧୀରେଧୀରେ ପିନ୍ଧିଥିବା ପୋଷାକସବୁ ଖୋଲିଥିଲେ । ଆଉ ତାଙ୍କ ପାଖରେ ଥିବା ସୁଟକେସରୁ ପାଣି ବୋତଲ ବାହାର କରି ସ୍ନାନ କରିଥିଲେ। କେବଳ ଏତିକି ନୁହେଁ ସେ ସାବୁନ ଲଗାଇ ତଉଲିଆରେ ଘ‌ଷି ବି ହୋଇଥି‌ଲେ। ଯୁବକଙ୍କ ଏଭଳି କାମ ଦେଖି ମେଟ୍ରୋ ଟ୍ରେନରେ ତାଙ୍କ ସହ ଯାତ୍ରା କରୁଥିବା ସହଯାତ୍ରୀମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବା ସହ ସିଟରୁ ଉଠି ଚାଲି ଯାଇଥିଲେ। ଯୁବକ ଜଣକ ଏପରି କାହିଁକି କରିଥିଲେ ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନଥିଲା।

ଅନ୍ଯପଟେ ଏହି ଘଟଣାର ଦୃଶ୍ୟକୁ ମେଟ୍ରୋରେ ଯାତ୍ରା କରୁଥିବା ‌ଜଣେ ଯାତ୍ରୀ ଏହାକୁ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ। ଏହାପରେ ଏହି ଘଟଣାର ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ତେବେ ପୂର୍ବରୁ ମେଟ୍ରୋ ଟ୍ରେନରେ ପ୍ରେମୀଯୁଗଳ ଅନ୍ତରଙ୍ଗ ହେବାଠାରୁ ଆରମ୍ଭ କରି ଯାତ୍ରୀମାନେ ଗୀତ ଗାଇବା ସହିତ ନୃତ୍ୟ କରୁଥିବାର ଅନେକ ଘଟଣା ସାମ୍ନାକୁ ଆସିଥିଲା। କିନ୍ତୁ ଏବେ ଯୁବକଙ୍କ ଗାଧୋଇବା ଭିଡିଓ ସାମ୍ନାକୁ ଆସିବା ପରେ ଏହାର କାରଣ କଣ ହୋଇପାରେ ବୋଲି ସଭିଏଁ ପ୍ରଶ୍ନ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.