ଅତିକ୍‌ ଓ ଅଶରଫ୍‌ ହତ୍ୟା ଘଟଣାର କ୍ରାଇମ୍‌ ସିନ୍‌ ରିକ୍ରିଏଟ୍‌ କଲା SIT, ଗୋଟିଏ ଗୋଟିଏ ସେକେଣ୍ଡର ଦୃଶ୍ୟକୁ କଲା ନୋଟ୍‌

ମାଫିଆ ଅତିକ୍‌ ଅହମ୍ମଦ ଓ ତାଙ୍କ ଭାଇ ଅଶରଫ୍‌ଙ୍କ ହତ୍ୟା ଘଟଣାର ସିନ୍‌ ରିକ୍ରିଏଟ୍‌ କରାଯାଇଛି। ମୋତିଲାଲ୍ ନେହେରୁ ଡିଭିଜନାଲ ହସ୍ପିଟାଲ୍ କାଲଭିନ ଫାଟକରେ ଘଟଣାର ପୁନରାବୃତ୍ତି କରାଯାଇଛି।

ମାଫିଆ ଅତିକ୍‌ ଅହମ୍ମଦ ଓ ତାଙ୍କ ଭାଇ ଅଶରଫ୍‌ଙ୍କ ହତ୍ୟା ଘଟଣାର ଗୁରୁବାର ସିନ୍‌ ରିକ୍ରିଏଟ୍‌ କରାଯାଇଛି। ମୋତିଲାଲ୍ ନେହେରୁ ଡିଭିଜନାଲ ହସ୍ପିଟାଲ୍ କାଲଭିନ ଫାଟକରେ ଘଟଣାର ପୁନରାବୃତ୍ତି କରାଯାଇଛି। ଘଟଣାସ୍ଥଳରେ ପହଞ୍ଚି ଅଧିକାରୀମାନେ ପୂରା ସିନ୍‌କୁ ପୁଣିଥରେ ପ୍ରସ୍ତୁତ କରିଥିଲେ।

ଅତିକ୍‌ ଏବଂ ଆକ୍ରମଣକାରୀଙ୍କ ମଧ୍ୟରେ ଦୂରତାକୁ ଫିତା ଦ୍ୱାରା ମପାଯାଇଥିଲା। ଏଥିସହିତ ଏହା ମଧ୍ୟ ଦେଖାଯାଇଥିଲା କି, ପୋଲିସକୁ ପ୍ରତିକ୍ରିୟା ଦେବାକୁ କେତେ ସମୟ ଲାଗିଥିଲା। ଏହି ସମୟରେ ହସ୍ପିଟାଲ ଆଖପାଖରେ ପୋଲିସ ଫୋର୍ସ ମୁତୟନ ରହିଥିଲେ। SIT ଟିମ୍‌ ପ୍ରତି ସେକେଣ୍ଡର ଦୃଶ୍ୟକୁ ନୋଟ୍‌ କରିଥିଲା।

କହି ରଖୁଛୁ, ଅତିକ୍‌ ଓ ଅଶରଫ୍‌ଙ୍କୁ କାଲ୍‌ଭିନ ହସ୍ପିଟାଲର ଗେଟ୍‌ ପାଖରେ ଏପ୍ରିଲ ୧୫ ରାତିରେ ଗୁଳି କରାଯାଇଥିଲା, ଯାହାଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା।

ଆହ୍ଲାବାଦ ହାଇକୋର୍ଟଙ୍କ ପୂର୍ବତନ ଜଷ୍ଟିସ ଅରବିନ୍ଦ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗଠିତ ଆୟୋଗ ପୂର୍ବତନ ଡିଜିପି ସୁବେଶ କୁମାର ସିଂ ଏବଂ ପୂର୍ବତନ ବିଚାରପତି ବୃଜେଶ କୁମାର ସୋନି ତଦନ୍ତ ପାଇଁ ଗୁରୁବାର ପ୍ରୟାଗରାଜ ପହଞ୍ଚିଥିଲେ। ତଦନ୍ତ ସମୟରେ ଆୟୋଗ ପୋଲିସ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରିବ। ୨ ମାସ ମଧ୍ୟରେ ଏହି ମାମଲାର ତଦନ୍ତ ଶେଷ କରି ସରକାରଙ୍କୁ ରିପୋର୍ଟ ହସ୍ତାନ୍ତର କରାଯିବ।

ଉମେଶ ପାଲ ହତ୍ୟା ମାମଲାରେ ଅତିକ୍‌-ଅଶରଫ୍‌ଙ୍କୁ ପୋଲିସ ରିମାଣ୍ଡରେ ନେଇଥିଲା। କାଲଭିନ ହସ୍ପିଟାଲରେ ସେମାନଙ୍କ ମେଡିକାଲ ଟେଷ୍ଟ କରାଯାଇଥିଲା। ସେଠାରୁ ବାହାରିବା ପରେ ଗଣମାଧ୍ୟମ ପ୍ରତିନିଧି ବେଶରେ ଆସି ଅରୁଣ ମୌର୍ଯ୍ୟ, ଲଭଲେଶ ତିୱାରୀ ଓ ସନ୍ନି ତତ୍‌କ୍ଷଣାତ ଅତିକ୍‌ ଓ ଅଶରଫ୍‌ଙ୍କୁ ଗୁଳି କରି ହତ୍ୟା କରିଥିଲେ।

Leave A Reply

Your email address will not be published.