Below header

ପୁରୀରେ ଲୁଚିଥିଲା କି ୟୁପି ଗ୍ୟାଙ୍ଗଷ୍ଟର ଅସଦର ମୁଖ୍ୟ ସହଯୋଗୀ ଗୁଡ୍ଡୁ ମୁସଲିମ୍‌ ? ଲାଷ୍ଟ ଲୋକେସନ୍‌ ପୁରୀ ଥିବା ନେଇ ଚର୍ଚ୍ଚା

ଅସଦକୁ ଗୁଳି କରି ହତ୍ୟା ପରେ କୁହାଯାଉଛି ଗୁଡ୍ଡୁ ମୁସଲିମ୍‌ ପୁରୀରେ ଆସି ଲୁଚିଥିଲା । ତେବ ପ୍ରତିକ୍ରିୟା ଦେଇଛନ୍ତି ପୁରୀ ଏସପି କନଓ୍ଵର ବିଶାଲ ସିଂ । ସେ କହିଛନ୍ତି ପୁରୀ ପୋଲିସ ପାଖରେ ଗୁଡ୍ଡୁ ମୁସଲିମ ନେଇ କୌଣସି ସୂଚନା ନାହିଁ ।

ପୁରୀ(କେନ୍ୟୁଜ୍): ପୁରୀରେ ଥିଲା କି ୟୁପି ଗ୍ୟାଙ୍ଗଷ୍ଟର ଅସଦର ମୁଖ୍ୟ ସହଯୋଗୀ ଗୁଡ୍ଡୁ ମୁସଲିମ୍‌ ? ପୁରୀରୁ ତାର ଲାଷ୍ଟ ଲୋକେସନ୍‌ ମିଳିଥିବା ନେଇ ଚର୍ଚ୍ଚା ଚାଲିଛି । ଅସଦକୁ ଗୁଳି କରି ହତ୍ୟା ପରେ କୁହାଯାଉଛି ଗୁଡ୍ଡୁ ମୁସଲିମ୍‌ ପୁରୀରେ ଆସି ଲୁଚିଥିଲା । ତେବେ  ପ୍ରତିକ୍ରିୟା ଦେଇଛନ୍ତି ପୁରୀ ଏସପି କନଓ୍ଵର ବିଶାଲ ସିଂ । ସେ କହିଛନ୍ତି ପୁରୀ ପୋଲିସ ପାଖରେ ଗୁଡ୍ଡୁ ମୁସଲିମ ନେଇ କୌଣସି ସୂଚନା ନାହିଁ । ଉତ୍ତରପ୍ରଦେଶର ଉମେଶ ପାଲ ହତ୍ୟା ମାମଲାରେ ଫେରାର ଅଛି ଗୁଡ୍ଡୁ ମୁସଲିମ୍‌ । ମାଫିଆ ଡନ୍‌ ଅତିକ୍‌ର ସହଯୋଗୀ ଗୁଡ୍ଡୁ ମୁସଲିମ୍‌ । ବୋମା ଫିଙ୍ଗିବାରେ ସେ ମାହିର ।

ଅସରଦ ଓ ଗୁଲାମ୍‌କୁ ଉତ୍ତରପ୍ରଦେଶ ପୋଲିସ ଏନକାଉଣ୍ଟର କରିବା ପରେ ପୋଲିସ ସ୍କାନରରେ ରହିଛି ଗୁଡୁ ମୁସଲିମ୍‌ । ଏନକାଉଣ୍ଟର ସମୟରେ ସେ ପୁରୀରେ ଅଣ୍ଡରଗ୍ରାଉଣ୍ଡ ହୋଇଥିଲା । ତାର ଲୋକେସନ ଜାଣି ପୁରୀରେ ଏସଟିଏଫ ପହଞ୍ଚିବା ବେଳକୁ ସେ ପୁରୀରୁ ଫେରାର ହୋଇଯାଇଥିଲା । ତାକୁ ଧରିବା ପାଇଁ ଉତ୍ତରପ୍ରଦେଶ ଏସଟିଏଫ ଟିମ୍‌ ଅନେକ ସ୍ଥାନରେ ରେଡ୍‌ କରିଛି । ଗୁଡ୍ଡୁ ମୁସଲିମ୍‌ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଛି । ଉମେଶ ପାଲଙ୍କ ହତ୍ୟା ମାମଲାରେ ଥିବା ୧୦ ଅଭିଯୁକ୍ତଙ୍କ ଭିତରେ ଅଛି ଗୁଡ୍ଡୁ ମୁସଲିମ୍‌ । ପୁରୀ ପୂର୍ବରୁ କର୍ଣ୍ଣାଟକରେ ତାର ଲୋକେସନ ଟ୍ରାକ୍‌ କରାଯାଇଥିଲା । ଉମେଶ ପାଲ ହତ୍ୟା ପରେ ପ୍ରଥମେ ଝାନସୀ ପହଞ୍ଚିଥିଲା । ସେଠରେ ୫ ଦିନ ରହିଥିଲା । ମାତ୍ର ୧୫ ବର୍ଷ ବୟସରେ ଛୋଟମୋଟ ଚୋରି କରି ଅପରାଧ ଦୁନିଆରେ ପାଦ ଥାପିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.