Below header

ଦେବାଳିଆ ସ୍ଥିତିରେ ଗୋ ଫାଷ୍ଟ (Go First) ଏୟାରଲଲାଇନ୍ସ ! ୩ ଓ ୪ ମଇ ପରେ ଏବେ ୫ ତାରିଖର ସମସ୍ତ ଉଡାଣ ବାତିଲ

ଗୋ ଫାଷ୍ଟ (Go First) ଏୟାରଲାଇନ୍ସରେ ଟିକେଟ କରିଥିଲେ ଆପଣଙ୍କ ଯାତ୍ରା ହୋଇପାରେ ବାତିଲ । ଏହି ଏୟାରଲାଇନ୍ସର ସମସ୍ତ ଉଡାଣ ୫ ତାରିଖ ପର୍ଯ୍ୟନ୍ତ ବନ୍ଦ ହୋଇଛି । ଯାତ୍ରୀଙ୍କୁ ରିଫଣ୍ଡ କରିବ ବୋଲି ଏୟାରଲାଇନ୍ସ କହିଛି । ତେବେ ଏୟାରଲାଇନ୍ସର ଏପରି କାର୍ଯ୍ୟ ନେଇ କାରଣ ଦର୍ଶାଅ ନୋଟିସ ଜାରି କରିଛି ଡିଜିସିଏ ।

ଦେବାଳିଆ ସ୍ଥିତିରେ ଗୋ ଫାଷ୍ଟ (Go First) ଏୟାରଲଲାଇନ୍ସ । ୩ ଏବଂ ୪ ମଇର ଉଡାଣ ରଦ୍ଦ କରିବା ପରେ ପୁଣି ୫ ତାରିଖର ସମସ୍ତ ଉଡାଣ ରଦ୍ଦ କରିଛି ଏୟାରଲାଇନ୍ସ । ଏଥିପାଇଁ ଗୋ ଫାଷ୍ଟ ଏୟାରଲାଇନ୍ସଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଡିଜିସିଏ । କମ୍ପାନୀ ନିଷ୍ପତ୍ତି ଅନୁଯାୟୀ ଏହାର ୨୫ ବିମାନର ଉଡ଼ାଣ ବନ୍ଦ କରିଛି । ପୂର୍ବରୁ କୌଣସି ନୋଟିସ ନ ଦର୍ଶାଇ ଏୟାରଲାଇନ୍ସ ୩ ଏବଂ ୪ ମଇର ଉଡାଣ ରଦ୍ଦ କରିଥିଲା ।

ଗୋ ଫାଷ୍ଟକୁ ପଠାଯାଇଥିବା ନୋଟିସ ପରେ କମ୍ପାନୀ ଡିଜିସିଏକୁ କହିଛି, ୩-୫ ତାରିଖରେ କୌଣସି ବିମାନ ଉଡାଣ ଭରିବ ନାହିଁ । ଏହାପୂର୍ବରୁ ଡିଜିସିଏ ଏୟାରଲାଇନ୍ସକୁ ନୋଟିସ ପଠାଇଥିଲା। ଏଥିରେ ଉଲ୍ଲେଖ ଥିଲା, ଏୟାରଲାଇନ୍ସ କମ୍ପାନୀ ବିନା କୌଣସି ନୋଟିସରେ ଉଡାଣକୁ ରଦ୍ଦ କରିଥିଲା । ଯାତ୍ରୀଙ୍କ ହିତ ଦୃଷ୍ଟିରୁ କୌଣସି ଉଡାଣକୁ ରଦ୍ଦ କରିବା ପୂର୍ବରୁ ଡିଜିସିଏ ଠାରୁ ଅନୁମତି ନେବା ଅନିବାର୍ଯ୍ୟ ।

କମ୍ପାନୀ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛି ଯେ, ଏହି ନିଷ୍ପତ୍ତି ଅତି ଦୁର୍ଭାଗ୍ୟପୂର୍ଣ୍ଣ। କିନ୍ତୁ ଏହି ନିଷ୍ପତ୍ତି କମ୍ପାନୀର ହିତ ପାଇଁ ନେଇଛୁ । ଗୋ ଫଷ୍ଟା କହିବା ମୁତାବକ ଅପରେସନାଲ କାରଣରୁ ବିମାନ ଉଡ଼ାଣ ରୋକାଯାଇଛି। ଏହା ସହିତ ଗୋ ଫାଷ୍ଟକୁ ଦେବାଳିଆ ଘୋଷଣା କରିବାକୁ ଆମେ ନ୍ୟାସନାଲ କମ୍ପାନି ଲ’ ଟ୍ରିବ୍ୟୁନାଲଙ୍କ ନିକଟରେ ଆବେଦନ କରିଛୁ । ପ୍ରାଟ୍ ଆଣ୍ଡ୍ ହ୍ବିଟନି ( ପି ଆଣ୍ଡ୍ ଡବ୍ଲ୍ୟୁ) ଠିକ ସମୟରେ ଇଞ୍ଜିନ୍ ଯୋଗାଣ ନକରିବା କାରଣରୁ ଗୋ ଫାଷ୍ଟ ୨୮ଟି ବିମାନ ଉଡ଼ାଣ ନ କରି ଠିଆ ହୋଇ ରହିଛି। ଏହି କାରଣରୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି ଏୟାର ଲାଇନ୍ସ। ଏଥି ସହିତ, ଗୋ ଫାଷ୍ଟ ଏୟାରଲାଇନ୍ସର ୬୦ପ୍ରତିଶତରୁ ଅଧିକ ବିମାନର ଉଡ଼ାଣ ବନ୍ଦ କରାଯାଇଛି ବୋଲି ସୂତ୍ରରୁ ଜଣାପଡ଼ିଛି। ଏଥିପାଇଁ ଅନେକ ରୁଟରେ ବିମାନ ବୁକିଂ ବାତିଲ କରାଯାଉଛି।

GoFirst ଅଗଷ୍ଟ-ସେପ୍ଟେମ୍ବର ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ କାର୍ଯ୍ୟକୁ ଫେରିବାକୁ ସକ୍ଷମ ହେବ। ସରକାର ମଧ୍ୟ GoFirst ର ଆର୍ଥିକ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଏସବୁ ମଧ୍ୟରେ ଗୋ ଫାଷ୍ଟ ପ୍ରଥମେ ଯାତ୍ରୀମାନଙ୍କୁ ମେଲ୍ ପଠାଉଛି | ତେବେ ବିମାନ ବାତିଲ ହେବା ପରେ ସମସ୍ତ ଯାତ୍ରୀଙ୍କୁ ରିଫଣ୍ଡ କରୁଛି ଗୋ ଫାଷ୍ଟ ଏୟାରଲାଇନ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.