ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ, ଘୋଷଣା ହେଲା ଟପ୍ପରଙ୍କ ନାମ

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ। ଓ୍ୱେବସାଇଟରୁ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ

(କେନ୍ୟୁଜ):  ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ। ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କଲେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ । www.ojee.nic.in େଓ୍ଵବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେଉଛି। ୪୮ହଜାର ୮୧୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ରାଙ୍କ ପାଇଛନ୍ତି ୪୮ହଜାର ୭୮୩ ଛାତ୍ରଛାତ୍ରୀ। ୨୩ଟି ବିଭାଗରେ ଟପ୍ପରଙ୍କ ନାଁ ଘୋଷଣା ହୋଇଛି।

ବି ଫାର୍ମରେ ସୌରଭ କୁମାର ପତି ଟପ୍ପର ହୋଇଛନ୍ତି । ସେହିପରି LE-TECH ଡିପ୍ଲୋମାରେ ରଜତ ଶତ୍ରୁସାଲ, LE-TECH ବିଏସସିରେ ରକସିତ୍ ରାଜ ଗୁପ୍ତା, LE-Pharmରେ ଶୁଭ୍ରଶ୍ରୀ ମହାନ୍ତି, ଏମବିଏରେ ସତ୍ୟଜିତ୍ ସାହୁ, ଏମସିଏ/ଏମଏସିରେ ଅପୂର୍ବ ସୁନ୍ଦର ନାୟକ, INT.MBA ପ୍ରିୟଙ୍କା ଦେ, ବି.କ୍ୟାଟ୍ ଫିଲ୍ମ ଇଡିଟିଂରେ ସଞ୍ଚଲ ଗୁପ୍ତା, ଏମ୍ ଫାର୍ମରେ ରଶ୍ମୀ ରଞ୍ଜନ ପାଣିଗ୍ରାହୀ, ଏମ୍. ଆର୍କିଟେକରେ ପ୍ରିୟଙ୍କା କେଡିଆ ଟପ୍ପର ହୋଇଛନ୍ତି ।

ସେହିପରି ସିଭିଲ ଇଞ୍ଜିନିୟରିଂରେ ସୁବାଷ ଚନ୍ଦ୍ର ପୃଷ୍ଟି, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସତ୍ୟଜିତ୍ ମହାନ୍ତି, ମେକାନିକାଲ ଇଞ୍ଜିନିୟରିଂରେ ସୁମିତ ପରିଡ଼ା, କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂରେ ଦିପକ କୁମାର ସ୍ୱାଇଁ, ଇଲୋକ୍ଟ୍ରୋନିକ୍ସ ଓ କମ୍ୟୁନିକେସନ ଇଞ୍ଜିନିୟରିଂରେ ଏମ.ଭାର୍ଗବୀ, କେମିକାଲ ଇଞ୍ଜିନିୟରିଂରେ ସଂଗ୍ରାମ ପାତ୍ର ଟପ୍ପର ହୋଇଛନ୍ତି ।

 

ojee result

ଚଳିତ ବର୍ଷ ମେ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହୋଇଥିଲା। ୫୫ ହଜାର ୯୭୯ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେବା ପାଇଁ ନାମ ପଞ୍ଜୀକରଣ କରିଥିଲେ। ଏଥିପାଇଁ ରାଜ୍ୟରେ ୪୪ଟି କେନ୍ଦ୍ର ସହ ରାଜ୍ୟ ବାହାରେ ୩ଟି କେନ୍ଦ୍ର କରାଯାଇଥିଲା। ଲାଟରାଲ ଏଣ୍ଟ୍ରି, ଏମଟେକ୍‌, ଏମ୍‌ବିଏ ଓ ଏମ୍‌ସିଏ ଭଳି ପ୍ରଫେସନାଲ କୋର୍ସରେ ଆଡମିଶନ ଲାଗି ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.