Below header

ଜୁନ ୧୨ ରୁ ଜୁନ ୨୮ ଯାଏଁ ହେବ ଓଡିଶା ଟି ଟ୍ୱେଣ୍ଟି କ୍ରିକେଟ ଲିଗ, ଭାଗ ନେବେ ୬ଟି ଟିମ୍

ଡ୍ରିମସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ସମସ୍ତ ମ୍ୟାଚ। ପ୍ରତ୍ୟେକ ଟିମ ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ପୂର୍ବରୁ ୧୦ ଟି ମ୍ୟାଚ ଖେଳିବେ। ସମସ୍ତ ମ୍ୟାଚ ଫ୍ୟାନ କୋଡ଼ ଆପ୍ଲିକେସନରେ ଲାଇଭ ଟେଲିକାଷ୍ଟ ହେବ।

ଜୁନ ୧୨ ରୁ ଜୁନ ୨୮ ଯାଏଁ ହେବ ଓଡିଶା ଟି ଟ୍ୱେଣ୍ଟି କ୍ରିକେଟ ଲିଗ। ଓଡିଶା କ୍ରିକେଟ ଆସୋସିଏସନ ଟ୍ୱେଣ୍ଟି ସେଞ୍ଚୁରୀ ମେଡିଆ ସହଯୋଗରେ ଆୟୋଜନ କରୁଛି ଏହି ଟି ଟ୍ୱେଣ୍ଟି। ଓଡିଶା ଟି ଟ୍ୱେଣ୍ଟି କ୍ରିକେଟ ଲିଗର ସମସ୍ତ ମ୍ୟାଚ ଟ୍ୱେଣ୍ଟି ଟ୍ୱେଣ୍ଟି ଫର୍ମାଟରେ ହେବ। ମୋଟ ୬ ଟି ଟିମ ଏହି କ୍ରିକେଟ ଲିଗରେ ଭାଗ ନେଉଛନ୍ତି। ଡ୍ରିମସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ସମସ୍ତ ମ୍ୟାଚ। ପ୍ରତ୍ୟେକ ଟିମ ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ପୂର୍ବରୁ ୧୦ ଟି ମ୍ୟାଚ ଖେଳିବେ। ସମସ୍ତ ମ୍ୟାଚ ଫ୍ୟାନ କୋଡ଼ ଆପ୍ଲିକେସନରେ ଲାଇଭ ଟେଲିକାଷ୍ଟ ହେବ।

ଓଡିଶା ଲାୟନ୍ସ , ଓଡିଶା ଟାଇଗର୍ସ , ଓଡିଶା ଜାଗୁଆର୍ସ, ଓଡିଶା ପୁମାସ , ଓଡିଶା ପାନ୍ଥରର୍ସ ଓ ଓଡିଶା ଚିତାସ ଏହି ମେଗା ପ୍ରତିଯୋଗୀତାରେ ଦେଖାଇବ ଦମ । ପ୍ରତ୍ୟେକ ଦିନ ଖେଳାଯିବ ଦୁଇଟି ମ୍ୟାଚ। ଯଦି ଅଧିନାୟକଙ୍କ କଥା କହିବା ତେବେ ଟାଇଗର୍ସର ଅଧିନାୟକ ଭାର ଶୁଭ୍ରାଂଶୁ ସେନାପତି ଙ୍କ ମୁଣ୍ଡରେ ରହିଛି। ସେହିପରି ଚିତାସ ର ଅଧିନାୟକ ସୂର୍ଯ୍ୟକାନ୍ତ ପ୍ରଧାନ , ପାନ୍ଥର୍ସ ର ଅଧିନାୟକ ସନ୍ଦୀପ ପଟ୍ଟନାୟକ , ପୁମାସ ର ସ୍ୱସ୍ତିକ ସାମଲ , ଲାୟନ୍ସ ର ଅଧିନାୟକ ବିପ୍ଳବ ସାମନ୍ତରାୟ ,ଓ ଜାଗୁଆର୍ସ ର ଅଧିନାୟକ ଭାର ଅଭିଜ୍ଞ ଗୋବିନ୍ଦ ପୋଦାର ଙ୍କ ନିକଟରେ ରହିଛି। ପ୍ରତ୍ୟେକ ଟିମ ୧୦ଟି ଲେଖାଏଁ ମ୍ୟାଚ ଖେଳିବେ। ମୋଟ ୩୩ ଟି ମ୍ୟାଚ ଏହି ଲିଗ ରେ ଖେଳାଯିବ।

ଆଇପିଏଲ ଭଳି ଲାଲ ଓ ସବୁଜ କ୍ୟାପ ମଧ୍ୟ ଅଧିକ wicket ଟେକର ଓ ରନ ସ୍କୋରର ଙ୍କ ପାଇଁ ଉପଲବ୍ଧ କରିଛି ଓଡିଶା କ୍ରିକେଟ ସଂଘ। ଯେଉଁମାନେ ରାଜ୍ୟ ର ଦକ୍ଷ ଖେଳାଳି ରହିଛନ୍ତି ସେମାଙ୍କୁ ଓସିଏ ଚୟନ କମିଟି ଚୟନ କରିଛି । କଳାହାଣ୍ଡି କପ ରେ ଭଲ ପଦର୍ଶନ କରିଥିବା ଖେଳାଳି ମାନେ ମଧ୍ୟ ଏହି ଲିଗ ରେ ସାମିଲ ହୋଇଛନ୍ତି । ମୋଟ ୯୨ ଜଣ ଖେଳାଳିଙ୍କୁ ୬ଟି ଟିମ ରେ ରଖାଯାଇଛି। ଏହି ଲିଗ ରେ ଭଲ ପଦର୍ଶନ ହେଲେ ସେମାନଙ୍କୁ ସୟେଦ ମୁସ୍ତାକ ଅଲି ଟ୍ରଫି ରେ ଖେଳିବାର ସୁଯୋଗ ମିଳିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓସିଏ ସିଏଇଓ ସୁବ୍ରତ ବେହେରା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.