‘ମୁଁ ଇସ୍ତଫା ଦେବି ନାହିଁ, ଲୋକଙ୍କ ସହିତ ଛିଡ଼ା ହେବି’; ଇସ୍ତଫା ପତ୍ର ଫାଡ଼ିଦେଲେ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ୍‌ ସିଂ

ଇସ୍ତଫା ଦେବେ ନାହିଁ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ୍‌ ସିଂ। ଏହି ଅଟକଳକୁ ପ୍ରତ୍ୟାଖ୍ୟାନ କରି ମୁଖ୍ୟମନ୍ତ୍ରୀ ନିଜେ ଏକ ଟ୍ଵିଟ୍‌ କରିଛନ୍ତି ଏବଂ ଏଥିରେ ସେ କହିଛନ୍ତି ଯେ ‘ମୁଁ ଏହି କଠିନ ସମୟରେ ଇସ୍ତଫା ଦେବି ନାହିଁ। ଲୋକଙ୍କ ସହିତ ଛିଡ଼ା ହେବି’।

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ନେଇ ଗୁଜବ ପ୍ରଚାର ହେବା ମାତ୍ରେ ଇମ୍ଫାଲରେ ହାଇ ଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଥିଲା। ହଜାର ହଜାର ସମର୍ଥକ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ୍‌ ଏନ ସିଂଙ୍କ କାର୍‌କେଡକୁ ରାଜ ଭବନ ଆଡକୁ ଅଗ୍ରସର ହେବାକୁ ଦେଇ ନ ଥିଲେ। ତାଙ୍କ ବାସଭବନ ବାହାରେ ସମର୍ଥକମାନେ ଏକାଠି ହୋଇଥିଲେ।

ଯେତେବେଳେ ମହିଳା ନେତା ତାଙ୍କ ବାସଭବନରୁ ବାହାରି ଲୋକଙ୍କୁ କହିଥିଲେ କି, ମୁଖ୍ୟମନ୍ତ୍ରୀ ଆଶ୍ୱସନା ଦେଇଛନ୍ତି ଯେ ସେ ଇସ୍ତଫା ଦେଉନାହାନ୍ତି, ସେହି ସମୟରେ ଲୋକେ ଧୀରେ ଧୀରେ କମିଥିଲେ।

ରିପୋର୍ଟରେ କୁହାଯାଇଛି ଯେ ସିଏମ୍ ଇସ୍ତଫା ପତ୍ର ପ୍ରସ୍ତୁତ କରିଥିଲେ, କିନ୍ତୁ ସମର୍ଥକଙ୍କ ଚାପରେ ସେ ଏହାକୁ ଚିରି ଦେଇଥିଲେ। ଏଥିପୂର୍ବରୁ ଅପରାହ୍ନରେ ଶହ ଶହ ଯୁବକ ଓ ମହିଳା କଳା ସାର୍ଟ ପିନ୍ଧି ସିଏମ୍ ବାସଭବନ ସମ୍ମୁଖରେ ବସି ବିରେନ ସିଂ ଇସ୍ତଫା ନ ଦେବାକୁ ଦାବି କରିଥିଲେ। ସୋସିଆଲ ମିଡିଆରେ ସିଏମ ବିରେନଙ୍କ ଇସ୍ତଫା ପତ୍ର ଭାଇରାଲ ହେଉଥିବା କୁହାଯାଉଛି।

Leave A Reply

Your email address will not be published.