ଦିଲ୍ଲୀ ଅଧ୍ୟାଦେଶ ବିରୋଧରେ କେନ୍ଦ୍ରକୁ ନୋଟିସ୍‌ ଜାରି କରି ଜବାବ ମାଗିଲେ ସୁପ୍ରିମକୋର୍ଟ

ଦିଲ୍ଲୀରେ ଅଧିକାରୀମାନଙ୍କ ଟ୍ରାନ୍ସଫର ଓ ପୋଷ୍ଟିଙ୍ଗ୍‌ ପ୍ରସଙ୍ଗରେ କେନ୍ଦ୍ରର ଅଧ୍ୟାଦେଶକୁ ଚ୍ୟାଲେଞ୍ଜ କରି ଆମ୍ ଆଦମୀ ପାର୍ଟି (ଏଏପି) ଆବେଦନ କରିଥିଲା। ଏହା ଉପରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।

ଦିଲ୍ଲୀରେ ଅଧିକାରୀମାନଙ୍କ ଟ୍ରାନ୍ସଫର ଓ ପୋଷ୍ଟିଙ୍ଗ୍‌ ପ୍ରସଙ୍ଗରେ କେନ୍ଦ୍ରର ଅଧ୍ୟାଦେଶକୁ ଚ୍ୟାଲେଞ୍ଜ କରି ଆମ୍ ଆଦମୀ ପାର୍ଟି (ଏଏପି) ଆବେଦନ କରିଥିଲା। ଏହା ଉପରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।

ପ୍ରଧାନ ବିଚାରପତି ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍‌ ପିଏସ୍‌ ନରସିହ୍ମାଙ୍କ ବେଞ୍ଚ୍‌ ଏହି ମାମଲାରେ କେନ୍ଦ୍ରକୁ ନୋଟିସ୍‌ ଜାରି କରି ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଦିଲ୍ଲୀ ସରକାରଙ୍କ ତରଫରୁ ବରିଷ୍ଠ ଓକିଲ ଅଭିଷେକ ସିଂଘଭିଙ୍କୁ ଆବେଦନରେ ସଂଶୋଧନ ଏବଂ ଏଲ୍‌ଜିଙ୍କୁ ଏହି ପ୍ରସଙ୍ଗରେ ପକ୍ଷ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ଜୁଲାଇ ୧୭ରେ ହେବ।

ଆପ୍‌ ସରକାର ନିଜ ଆବେଦନରେ କହିଛନ୍ତି କି, ଏହି ଅଧ୍ୟାଦେଶ ଅସାମ୍ବିଧାନିକ, ଯାହା ସମ୍ବିଧାନର ମୂଳ ବ୍ୟବସ୍ଥା ଅନୁରୂପ ନୁହେଁ। ଦିଲ୍ଲୀ ସରକାର ଅଧ୍ୟାଦେଶକୁ ରଦ୍ଦ କରିବା ସହିତ ଏହା ବିରୋଧରେ ମଧ୍ୟବର୍ତ୍ତୀକାଳୀନ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି।

ଏହି ମାମଲାର ପ୍ରଥମ ଶୁଣାଣି ଜୁଲାଇ ୪ରେ ହୋଇଥିଲା। ସେତେବେଳେ କୋର୍ଟ କେନ୍ଦ୍ର ସରକାର ଏବଂ ରାଜ୍ୟପାଳଙ୍କୁ ନୋଟିସ୍‌ ଜାରି କରିଥିଲେ। ଜୁଲାଇ ୬ରେ ଓକିଲ ଅଭିଷେକ ସିଂଘଭି ମାମଲାର ତ୍ୱରିତ ଶୁଣାଣି କରିବାକୁ କୋର୍ଟଙ୍କୁ ଦାବି କରିଥିଲେ।

Leave A Reply

Your email address will not be published.