ପଞ୍ଚାୟତ ନିର୍ବାଚନରେ ବାଜି ମାରିନେଲେ ମମତା: ୧୮ ହଜାରରୁ ଅଧିକ ଆସନ ହାସଲ କଲା ଟିଏମ୍ସି
ପଞ୍ଚାୟତ ନିର୍ବାଚନରେ ମମତାଙ୍କ ବିଜୟ । ଜିଲ୍ଲା ପରିଷଦର ସବୁ ଆସନରେ ଟିଏମସି ଆଗୁଆ । ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ପୁଣିଥରେ ମମତା ବାନାର୍ଜୀଙ୍କ ବଡ ବିଜୟ ହେବ ବୋଲି ସ୍ପଷ୍ଟ ହୋଇଛି । ମମତାଙ୍କ ଦଳ ଟିଏମସି ପଶ୍ଚମବଙ୍ଗ ପଞ୍ଚାୟତ ନିର୍ବାଚନରେ ବାଜି ମାରିନେଇଛି।
ନୂଆଦିଲ୍ଲୀ : ପଞ୍ଚାୟତ ନିର୍ବାଚନରେ ମମତାଙ୍କ ବିଜୟ । ୧୮ ହଜାରରୁ ଅଧିକ ଆସନ ହାସଲ କଲା ଟିଏମସି । ଜିଲ୍ଲା ପରିଷଦର ସବୁ ଆସନରେ ଟିଏମସି ଆଗୁଆ । ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ପୁଣିଥରେ ମମତା ବାନାର୍ଜୀଙ୍କ ବଡ ବିଜୟ ହେବ ବୋଲି ସ୍ପଷ୍ଟ ହୋଇଛି । ମମତାଙ୍କ ଦଳ ଟିଏମସି ପଶ୍ଚମବଙ୍ଗ ପଞ୍ଚାୟତ ନିର୍ବାଚନରେ ବାଜି ମାରିନେଇଛି । ଗ୍ରାମ ପଞ୍ଚାୟତ ସ୍ତରରେ ବେଶ ଆଗରେ ରହିଛି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ। ୧୮ ହଜାର ୫୫୨ ସିଟ୍ରେ ବିଜୟୀ କିମ୍ବା ଆଗୁଆ ଅଛି ଦଳ। ବହୁ ପଛରେ ବିଜେପି। ସିପିଏମ୍ ୧୬୮୭ ଓ କଂଗ୍ରେସ ୧୧୩୭ ଆସନରେ ଆଗରେ ରହିଛି।
ମତଦାନ ଦିନ ପ୍ରବଳ ହିଂସାକାଣ୍ଡ ହୋଇଥିଲା । ତେଣୁ ଭୋଟ ଗଣତି ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପଶ୍ଚିମବଙ୍ଗରେ ମୋଟ୍ ୬୩ହଜାର ୨୨୯ ଗ୍ରାମ ପଞ୍ଚାୟତ, ୯ହଜାର ୭୩୦ ପଞ୍ଚାୟତ ସମିତି ଓ ୯୨୮ ଜିଲ୍ଲା ପରିଷଦ ଆସନ ପାଇଁ ନିଆଯାଇଥିଲା ଭୋଟ୍ । ବିଶେଷ କରି ତୃଣମୂଳ କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଛି । ପଞ୍ଚାୟତ ନିର୍ବାଚନ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱ ରଖୁଛି । କାରଣ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ପଶ୍ଚିମବଙ୍ଗରେ ଟିଏମ୍ସି ଓ ବିଜେପି ପାଇଁ ଲିଟମସ୍ ଟେଷ୍ଟ ବୋଲି କୁହାଯାଉଛି ।