କେନ୍ଦ୍ର ସରକାରଙ୍କ ୱେବସାଇଟରେ କୋରାପୁଟ ମାଟିର ସ୍ୱାଧୀନତା ସଂଗ୍ରାମୀ ଗଦାଧର ମହାପାତ୍ରଙ୍କ ଅକୁହା ଗାଥା

କେନ୍ଦ୍ର ସରକାରଙ୍କ ୱେବସାଇଟରେ ପୁଣିଥରେ କୋରାପୁଟର ନା । ଏଥର ୪୦ଦଶକର କଥା କହୁଛି ଏଇ ୱେବସାଇଟ । ଯେଉଁ ଥିରେ ରହିଛି ଏଇମାଟିର ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ଅକୁହା ଗାଥା ।

ଜୟପୁର(କେନ୍ୟୁଜ୍): କୋରାପୁଟ ମାଟିର ପରିଚୟ ସହିଦଙ୍କ ପରିଚୟ । ଆଉ ଆଜି ଏଇମାଟି ସହ ଯୋଡି ହୋଇଯାଇଛି ୪୦ ଦଶକର ଆଉ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ କଥା । ଆଜ୍ଞା କେନ୍ଦ୍ର ସରକାରଙ୍କ ୱେବସାଇଟରେ ପୁଣିଥରେ କୋରାପୁଟର ନାଁ । ଏଥର ୪୦ଦଶକର କଥା କହୁଛି ଏଇ ୱେବସାଇଟ । ଯେଉଁଥିରେ ରହିଛି ଏଇମାଟିର ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ଗାଥା ।

ମାତ୍ର ୧୮ବର୍ଷ ବୟସରେ ଦେଶ ସେବା କରିବା ନିଶାରେ ଜଣେ ବ୍ୟକ୍ତି ଚାଲି ଯାଇଥିଲେ ରାଜ୍ୟ ବାହାରକୁ । ଆଉ ଯୋଗ ଦେଇଥିଲେ ସୈନ୍ୟ ବାହିନୀରେ । ୧୯୪୦ରୁ ଆଇଏନଆର ତଥା ଭାରତୀୟ ସେନାରେ ଯୋଗ ଦେଇ ସ୍ୱାଧୀନତା ପାଇଁ ଲଢିଥିଲେ ଆଉ ପର ମୁହୂର୍ତ୍ତରେ ବନ୍ଦୀ ହୋଇ ଜାପାନରେ ରହିଥିଲେ ।
ଏସବୁ କଥା ନିଜ ବାପାଙ୍କ ମୁହଁରୁ ଶୁଣିଥିଲେ କିନ୍ତୁ ସେ ସମୟରେ ଏତେଟା ଗୁରୁତ୍ୱ ଦେଇ ନଥିଲେ ଆଜି ୱେବସାଇଟର ଏଇ ତଥ୍ୟ ଆଉ ନିଜ ବାପାଙ୍କ ନା ପୂରା ଦେଶ ଯେତେବେଳେ ଜାଣୁଛି ତାକୁ ନେଇ ଗର୍ବିତ ପୁଅ ବୋହୂ ।

fighter

ବାପାଙ୍କ ବନ୍ଦୀ ଜୀବନ ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ହସ୍ତକ୍ଷେପରେ ଜାପାନରୁ ମୁକୁଳି ଥିଲେ ସ°ଗ୍ରାମୀ ଗଦାଧର ମହାପାତ୍ର । ଆଉ ତାପରେ ୧୯୪୫ ମସିହା ପର୍ଯ୍ୟନ୍ତ ଆଜାଦ ହିନ୍ଦ ଫୌଜରେ ଯୋଗ ଦେଇଥିଲେ । ଏପଟେ ପୁଅ କହିଛନ୍ତି ବାପା ୨୮ଟି ବାଘକୁ ମାରିଥିଲେ । ତାଙ୍କ ଦେହରେ ବାଘ ରାମ୍ପୁଡା ଚିହ୍ନ ବି ରହିଥିଲା । ଏହା ସହ ଜୟପୁର ରାଜା ମଧ୍ୟ ବାଘ ଶିକାର ପାଇଁ କହିଥିବା କଥା ତାଙ୍କୁ ବାପା କୁହନ୍ତି ବୋଲି ସେ କହଛନ୍ତି ।

କୋରାପୁଟ ମାଟି ହେଉଛି ଐତିହାସିକ ମାଟି । ମହାନ ସ୍ୱାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାଏଙ୍କଙ୍କ ମାଟିକୁ ନେଇ କୋରାପୁଟ ସବୁବେଳେ ଗର୍ବିତ । ତାସହ ୨୦୦୯ ମସିହାରେ ଯୋଡି ହୋଇ ଯାଇଥିଲା ଆଉ ଜଣେ ସଂଗ୍ରାମୀଙ୍କ ନାଁ । ଯିଏ ୪୦ ଦଶକରେ ଆଜାଦହିନ୍ଦ ଫୌଜରେ ଥିଲେ ସେନାନୀ । ସହିଦ ଲକ୍ଷ୍ମୀ ପଣ୍ଡା । ଯାହାଙ୍କ ପ୍ରତିମୂର୍ତ୍ତି ଆଜି ସହରରେ ଶୋଭା ପାଉଛି । ଯିଏ ସେହି ସମୟରୁ ଗଦାଧର ମହାପାତ୍ରଙ୍କ ସହ ଯୋଡିହୋଇ ଥିଲେ । ତେବେ ୨୦୦୧ ମସିହାରେ ସ°ଗ୍ରାମୀ ଗଦାଧରଙ୍କ ମୃତ୍ୟୁ ହୋଇଥିଲା ।

GADAHARA-3

ଜୟପୁର ସହର ଦାଶସାହିରେ ଗଦାଧର ମହାପାତ୍ରଙ୍କର ଘର । ତାଙ୍କର ଜନ୍ମ ୧୯୨୨ ମସିହା ଜୁଲାଇ ୫ ତାରିଖରେ । ବାପାଙ୍କ ନାମ ଥିଲା ଦାମୋଦର ମହାପାତ୍ର । ବାପାଙ୍କ ବୀରତ୍ୱର ଗାଥା ମନେ ପକାଇ ଅନେକ କଥା କୁହନ୍ତି ତାଙ୍କର ପୁଅ ଓ ବୋହୂ ।

ଦୀର୍ଘ ୨୨ ବର୍ଷ ପରେ ଏଭଳି ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିଚୟ ମିଳିବା ଯେତିକି ଖୁସିର କଥା ସେତିକି ଦୁଃଖଦାୟକ ମଧ୍ୟ । କାରଣ ତାଙ୍କ କଥା ଜଣାପଡୁଛି ଗୋଟିଏ ଶତାବ୍ଦୀରୁ ଅଧିକ ସମୟ ବିତିଗଲା ପରେ । ତଥାପି ଆମେ ଆଶବାଦୀ ଯେ ଏଇ ସ୍ୱାଧୀନତା ସଂଗ୍ରାମୀ ଗଦାଧରଙ୍କ ନାଁରେ ସାହି ନାମକରଣ ସହ ଏକ ପ୍ରତିମୂର୍ତ୍ତି ସହରରେ ସ୍ଥାପନା କରାଯାଉ ।

GADAHARA-4

ଇତିହାସ କହେ ଦେଶକୁ ସ୍ୱାଧୀନ କରିବା ପାଇଁ ଅନେକ ସଂଗ୍ରାମୀ ବଳିଦାନ ଦେଇଛନ୍ତି । ସେହି ସହିଦମାନଙ୍କ ବଳିଦାନରେ ଆମେ ଆଜି ସ୍ୱାଧୀନ ଭାରତର ଅଧିବାସୀ ବୋଲି ଗର୍ବ କରୁଛୁ । ହେଲେ ଆମେ କଣ ସେମାନଙ୍କ ଦାୟାଦ ଭାବେ ଆମର ଏହି ପୂର୍ବ ପୁରୁଷଙ୍କୁ ସେତିକି ସମ୍ମାନ ଓ ମର୍ଯ୍ୟାଦା ଦେଉଛୁ ? । ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାର ସ୍ୱର୍ଗତ ଗଦାଧର ମହାପାତ୍ରଙ୍କୁ ଅନ୍ତତଃ ସେହି ସମ୍ମାନ ଦେଲେ ତାଙ୍କ ବୀରତ୍ୱର ଗାଥା ଲୋକଲୋଚନକୁ ଆସିବ ।

GADAHARA-5

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.