ଆଜିଠୁ ଆରମ୍ଭ ହେଉଛି ଭାରତ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ, ଋତୁରାଜ ଗାଏକଓ୍ଵାଡଙ୍କୁ ମିଳି ପାରେ ସୁଯୋଗ

ଆଜିଠୁ ଭାରତ-େଓ୍ଵଷ୍ଟଇଣ୍ଡିଜ୍‌ ଟେଷ୍ଟ । ଦୁଇ ଦେଶ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ହାରିଛି ଟିମ ଇଣ୍ଡିଆ । ଏହି ମ୍ୟାଚରୁ ଭାରତର ତୃତୀୟ ବିଶ୍ୱ ଟେଷ୍ଟ ଚାମ୍ପିଅନସପି ଅଭିଯାନ ଆରମ୍ଭ ହେବ ।

ଆଜିଠୁ ଭାରତ-େଓ୍ଵଷ୍ଟଇଣ୍ଡିଜ୍‌ ଟେଷ୍ଟ । ଦୁଇ ଦେଶ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ହାରିଛି ଟିମ ଇଣ୍ଡିଆ । ଏହି ମ୍ୟାଚରୁ ଭାରତର ତୃତୀୟ ବିଶ୍ୱ ଟେଷ୍ଟ ଚାମ୍ପିଅନସପି ଅଭିଯାନ ଆରମ୍ଭ ହେବ । ଉଭୟ ମ୍ୟାଚରୁ ସମ୍ପୂର୍ଣ୍ଣ ପଏଣ୍ଟ ହାସଲ ଲକ୍ଷ୍ୟରେ ରହିଛି ଭାରତ ।

ଅନ୍ୟପଟେ ଜିମ୍ବାେଓ୍ଵର ହରାରେ ଠାରେ ଦିନିକିଆ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ଶୋଚନୀୟ ପରାଜୟବରଣ କରି େଓ୍ଵଷ୍ଟଇଣ୍ଡିଜ୍‌ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି । ଫଳରେ ଚାପରେ ରହିଛି ଘରୋଇ ଦଳ । ଭାରତୀୟ ଟିମରେ ତିନି ନମ୍ବର ସ୍ଥାନରେ ଖେଳିପାରନ୍ତି ଯଶସ୍ୱୀ ଜୟସ୍ୱାଲ । ରୋହିତ ଶର୍ମା, ଶୁବମନ ଗିଲ୍‌ ଓପନ କରିବେ । ରୋହିତ ଶର୍ମା ୪ ଜଣ ବୋଲରଙ୍କୁ ଖେଳାଇ ଦଳରେ ଋତୁରାଜ ଗାଏକଓ୍ଵାଡଙ୍କୁ ସୁଯୋଗ ଦେଇପାରନ୍ତି । ସେହିଭଳି ସ୍ପିନ ଆଟାକ୍‌ ଭାର ରବୀନ୍ଦ୍ର ଜାଡେଜା ଓ ଆର ଅଶ୍ୱିନଙ୍କ ଉପରେ ରହିବ । ପେସ୍‌ ଆକ୍ରମଣ ଦାୟିତ୍ୱ ସମ୍ଭାଳିବେ ମହମ୍ମଦ ସିରାଜ, ସାର୍ଦ୍ଦୁଲ ଠାକୁର । ଡୋମିନିକାର ୱିଣ୍ଡସର ପାର୍କ ଠାରେ ଏହି ମ୍ୟାଚ୍‌ ଖେଳାଯିବ । ଭାରତୀୟ ସମୟ ରାତି ସାଢ଼େ ୭ଟାରେ ଖେଳ ଆରମ୍ଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.