ବିବାଦରେ ଥିବା କଙ୍ଗନାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ ଗଣତନ୍ତ୍ର ଦିବସ ଅବସରରେ ହେବ ରିଲିଜ

ଗଣତନ୍ତ୍ର ଦିବସ ଅବସରରେ ରିଲିଜ ହେଉଛି ଫିଲ୍ମ ମଣିକର୍ଣ୍ଣିକା । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି କଙ୍ଗନା ରାନାଓ୍ଵତ୍ । ପୂର୍ବରୁ ଫିଲ୍ମର କିଛି ଦୃଶ୍ୟକୁ ନେଇ ବିବାଦ ଦେଖାଦେଇଥିଲା । କରନୀ ସେନା ଏହାର ଘୋର ବିରୋଧ କରିଥିଲେ । ତେବେ ଏହି ବିବାଦର ସମାଧାନ ହୋଇଯାଇଛି । କିନ୍ତୁ କରନୀ ସେନା ଏବେ କଙ୍ଗନାଙ୍କ ବୟାନକୁ ନେଇ ଆପତ୍ତି ଉଠାଇଛନ୍ତି । କଙ୍ଗନା କହିଥିଲେ ସେ ଜଣେ ରାଜପୁତ । ଦରକାର ପଡିଲେ ସେ କରନୀ ସେନାକୁ ଧ୍ୱଂସ କରିଦେବେ । କଙ୍ଗନା ନିଜ ବୟାନ ପାଇଁ କ୍ଷମା ମାଗନ୍ତୁ ବୋଲି କରନୀ ସେନା ଦାବି କରିଛନ୍ତି । କଙ୍ଗନା କହିଛନ୍ତି ମୁଁ କ୍ଷମା ମାଗିବି ନାହିଁ । କାରଣ ମୋର କୌଣସି ଭୁଲ ନାହିଁ ।

kangnaଏହା ସହିତ ଚର୍ଚ୍ଚାରେ ରହିଛି ମଣିକର୍ଣ୍ଣିକାର ନୂଆ ଗୀତ ‘ବିଜୟୀ ଭବ’। ଗୀତକୁ ଗାଇଛନ୍ତି ଶଙ୍କର ମହାଦେବନ। କମ୍ପୋଜ କରିଛନ୍ତି ଶଙ୍କର ଏହସାନ ଲୟ। ଲେଖିଛନ୍ତି ପ୍ରସୁନ ଯୋଶୀ। ଗୀତରେ କଙ୍ଗନାଙ୍କ ଯୁଦ୍ଧ କୌଶଳ ଦେଖିବାକୁ ମିଳିଛି। ଇଂରେଜଙ୍କ ସହ ଲଢିବାକୁ ସେନା ତିଆରି କରୁଛନ୍ତି କଙ୍ଗନା। ତେଣୁ ମହିଳାମାନଙ୍କୁ ଯୁଦ୍ଧ ଶିକ୍ଷା ଦେଉଛନ୍ତି ସେ। ଏହା ସହ ଗୀତରେ ଲକ୍ଷ୍ମୀ ବାଇଙ୍କ ଜୀବନର ଉତ୍ଥାନ ପତନ ଦେଖିବାକୁ ମିଳିଛି। ରାଣୀ ଲକ୍ଷ୍ମୀ ବାଇଙ୍କ ଗରିମା ଗାନ କରୁଛି ଗୀତ ‘ବିଜୟୀ ଭବ’।

Leave A Reply

Your email address will not be published.