ସମ୍ବଲପୁରରେ ଅବିରତ ବର୍ଷା : ମାନେଶ୍ୱର ମାନ୍ଧାତା ଶିବ ମନ୍ଦିରରେ ପଶିଲା ପାଣି
ଲଗାଣ ବର୍ଷାରେ ସମ୍ବଲପୁର ଜିଲ୍ଲାରେ ବୁଡିଲା ମନ୍ଦିର ।ଲଗାଣ ବର୍ଷା ଯୋଗୁ ମାନେଶ୍ୱର ମାନ୍ଧାତା ଶିବ ମନ୍ଦିରରେ ପାଣି ପଶିଛି । ବେଢାରେ ଜମି ରହିଛି ପାଣି ।
ସମ୍ବଲପୁ (କେନ୍ୟୁଜ): ଲଗାଣ ବର୍ଷାରେ ସମ୍ବଲପୁର ଜିଲ୍ଲାରେ ବୁଡିଲା ମନ୍ଦିର । ରାସ୍ତା ଓ ବ୍ରିଜ ଉପରେ ପାଣିର ସୁଅ । ବିଭିନ୍ନ ସ୍ଥାନରୁ ସାମନାକୁ ଆସିଛି ଜଳବନ୍ଦୀ ସ୍ଥିତିର ଦୃଶ୍ୟ । ଲଗାଣ ବର୍ଷା ଯୋଗୁ ମାନେଶ୍ୱର ମାନ୍ଧାତା ଶିବ ମନ୍ଦିରରେ ପାଣି ପଶିଛି । ବେଢାରେ ଜମି ରହିଛି ପାଣି ।
ଗତକାଲିଠାରୁ ସମ୍ବଲପୁର ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ସମ୍ବଲପୁର-ସୁବର୍ଣ୍ଣପୁର ରାସ୍ତାରେ ଥିବା ଗୁଣ୍ଡେରପୁର ପୋଲୋ ଉପରେ ପାଣି ଚାଲୁଥିଲା । ସମ୍ବଲପୁର ଜିଲ୍ଲାର ବିଭିନ୍ନ ବ୍ଲକ ସହ ସମ୍ବଲପୁର ସହରର ତଳି ଅଞ୍ଚଳରେ ବି ପାଣି ଜମି ରହିଛି । ଫଳରେ ବିଭିନ୍ନ ସ୍ଥାନକୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।