ଏବେ ଅନଲାଇନରେ କିଣି ପାରିବେ ପ୍ଲାଷ୍ଟିକ ବୋତଲରେ ନିର୍ମିତ ଚପଲ, ଦାମ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ନିକଟରେ ଆପଣ ଏକ ଖବର ପଢ଼ିଥିବେ ଯେ ଇ-କମର୍ସ ସାଇଟ ଆମାଜନରେ ନଡିଆ ଖୋଳ ବିକ୍ରୀ ହେଉଛି। ଯାହାକୁ ୧,୩୦୦ ଟଙ୍କାରେ ବିକ୍ରୀ କରାଯାଉଥିଲା। ଏହାର ମୂଲ୍ୟକୁ ନେଇ ବିବାଦ ଦେଖାଯିବାରୁ କମ୍ପାନୀ ଏହାର ମୂଲ୍ୟ ୧୫୦ ଟଙ୍କା କରିଦେଇଥିଲେ। ସେହିଭଳି ଜଣେ ମହିଳା ଚମତ୍କାର କରି ଦେଖେଇଛନ୍ତି। ମହିଳା ଜଣକ ପ୍ଲାଷ୍ଟିକ ବୋତଲରେ ଚପଲ ବନାଇଛନ୍ତି। ବ୍ୟବହାର ହେଉନଥିବା ବୋତଲରୁ ଏହି ଚପଲକୁ ତିଆରି କରାଯାଇଛି ଏବଂ ସେଥିରେ ଫିତା ମଧ୍ୟ ଲଗାଯାଇଛି। ମହିଳା ଜଣକୁ ଜୁଗାଡରୁ ତିଆରି କରିଥିବା ଏହି ଚବଲକୁ ଫେସବୁକରେ ବିକ୍ରୀ ପାଇଁ ମଧ୍ୟ ପୋଷ୍ଟ କରିଛନ୍ତି।

bottleଏହି ଚପଲର ଦାମ ୨୦ ଡଲାର(୧,୪୨୩ ଟଙ୍କା) ରଖାଯାଇଛି। ଏହା ସହିତ ମହିଳା ଜଣଙ୍କ ଏହା ମଧ୍ୟ ଲେଖିଛନ୍ତି ଯେ ଯଦି ଆପଣ ଡେଲିଭରି ଚାର୍ଜ ଦେବାକୁ ଚାହିଁବେ ତ ଦେଇପାରିବେ। କୁହାଯାଉଛି ଯେ ଫେସବୁକରେ ପ୍ଲାଷ୍ଟିକ ବୋତଲରେ ତିଆରି ହୋଇଥିବା ଏହି ଚପଲକୁ ନ୍ୟୁଜଲ୍ୟାଣ୍ଡର ଜଣେ ମହିଳା ଫେସବୁକରେ ବିକ୍ରୀ ପାଇଁ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ଲୋକମାନେ ବିଭିନ୍ନ ପ୍ରକାରର କମେଣ୍ଟସ ମଧ୍ୟ ଦେଉଛନ୍ତି। ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି ଏହି ଚପଲକୁ ପିନ୍ଧି ପାଣିରେ ମଧ୍ୟ ଚାଲିପାରିବେ।

Leave A Reply

Your email address will not be published.