ପୃଥିବୀ ପୃଷ୍ଠରେ ଜୀବନର ଅସ୍ତିତ୍ଵକୁ ନେଇ ବୈଜ୍ଞାନିକମାନେ ବିଭିନ୍ନ ପ୍ରକାରର ଉଦାହରଣ ଦେଇଛନ୍ତି । ଏବେ ଭାରତୀୟ ବୈଜ୍ଞାନିକମାନଙ୍କ ନେତୃତ୍ୱରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଜୀବନ ପାଇଁ ଆବଶ୍ୟକ କାର୍ବନ, ନାଇଟ୍ରୋଜେନ ଏବଂ ଅନ୍ୟ ଏହିଭଳି ତତ୍ତ୍ୱ ସମ୍ବଳିତ ଗ୍ରହ ମାନଙ୍କର ପରସ୍ପର ସହ ଧକ୍କା ହେବ ଫଳରେ ପ୍ରାୟ ୪.୪ ଆରବ ବର୍ଷ ପୂର୍ବେ ଚନ୍ଦ୍ରମାର ଉତ୍ପତ୍ତି ହୋଇଥିଲା ।
ସାଇନ୍ସ ଆଡ଼ଭାଇସେସ ଜର୍ଣ୍ଣାଲରେ ପ୍ରକାଶିତ ଏହି ତଥ୍ୟକୁ ଆମେରିକାର ରାଇସ ୟୁନିଭର୍ସିଟିର ରିସର୍ଚ୍ଚରମାନେ ଅନୁସନ୍ଧାନ କରିଛନ୍ତି । ରାଇସ ୟୁନିଭର୍ସିଟିର ଗବେଷକ ରାଜଦୀପ ଦାସଗୁପ୍ତାଙ୍କ କହିବା ମୁତାବକ “ପ୍ରାଚୀନ କାଳରେ ଉଲ୍କାପିଣ୍ଡଙ୍କ ସମ୍ବନ୍ଧରେ ହୋଇଥିବା ଅଧ୍ୟୟନରୁ ବୈଜ୍ଞାନିକମାନଙ୍କୁ ଦୀର୍ଘ ସମୟ ଧରି ଏହା ଜଣା ଥିଲା ଯେ ପୃଥିବୀ ଏବଂ ସୌରମଣ୍ଡଳର ଅନ୍ତରୀଣ କକ୍ଷରେ ଥିବା ଚଟାଣ ସଦୃଶ ଗ୍ରହମାନଙ୍କର ବିଘଟନ ଫଳରେ ବିଭିନ୍ନ ରାସାୟନିକ ତତ୍ତ୍ୱର ଉତ୍ପତ୍ତି ହେଉଥିଲା, କିନ୍ତୁ ଏହାର ଉତ୍ପତ୍ତି ସମୟ ଏବଂ ଉତ୍ପତ୍ତି ପ୍ରଣାଳୀ ଉପରେ ବିତର୍କ ଜାରି ରହିଥିଲା” । ସେ ଆହୁରି ମଧ୍ୟ କହିଲେ ଯେ, ” ଏ କ୍ଷେତ୍ରରେ ଆମର ଗବେଷଣା ପ୍ରଥମ ଯାହା କି ସମସ୍ତ ଭୁରାସାୟନିକ ତତ୍ତ୍ୱ ଉପରେ ପର୍ଯ୍ୟବେସିତ ଏବଂ ସମସ୍ତ ରାସାୟନିକ ଉତ୍ପତ୍ତି ସମ୍ବନ୍ଧିତ ତଥ୍ୟର ସଠିକ ବ୍ୟାଖ୍ୟା କରିପାରିବ ।
ୟୁନିଭର୍ସିଟିର ସ୍ନାତକ ଛାତ୍ର ଦମନବୀର ଗ୍ରେୱାଲଙ୍କ କହିବା ମୁତାବକ ପୃଥିବୀରେ ଜୀବନର ଅସ୍ତିତ୍ତ୍ୱ ପାଇଁ ଆବଶ୍ୟକ ତତ୍ତ୍ୱର ଉତ୍ପତ୍ତି ଏହା ଏକ ଗ୍ରହ ସହ ଧକା ହେବ ଫଳରେ ହୋଇଥିଲା । ତାଙ୍କ କହିବା ଅନୁଯାୟୀ ପୃଥିବୀରେ କାର୍ବନ ନାଇଟ୍ରୋଜେନର ଅନୁପାତ ଏବଂ କାର୍ବନ, ନାଇଟ୍ରୋଜେନ ତଥା ସଲଫରର ପୁରା ମାତ୍ରା ଚନ୍ଦ୍ରମାର ଉତ୍ପତ୍ତିର କାରଣ ।